Posted inଫୁରସତ

ଅଜଗର ପାଳିଥିଲେ ମହିଳା, ଶେଷରେ ଏମିତି ଘଟିଲା, ଭିଡିଓ ଦେଖିଲେ…

ସାଧାରଣତଃ ଲୋକମାନେ ଗୃହପାଳିତ ପଶୁ ରଖିବାକୁ ଭଲପାଆନ୍ତି। କେହି କେହି ଘରେ କୁକୁର,ବିଲେଇ, ଗାଈ ଏବଂ ଛେଳି ପାଳି ସେମାନଙ୍କର ଯତ୍ନ ନିଅନ୍ତି। ଅନେକ ଦେଶରେ ଲୋକମାନେ ସିଂହ ଏବଂ ବାଘ ପାଳିବାକୁ ମଧ୍ୟ ଭଲ ପାଆନ୍ତି, କିନ୍ତୁ କିଛି ଅଛନ୍ତି, ଯେଉଁମାନେ ସାପ ରଖିବାକୁ ମଧ୍ୟ ପସନ୍ଦ କରନ୍ତି। ଯଦି ସିଂହ-ବାଘ କିମ୍ବା ଅନ୍ୟ ଜୀବମାନଙ୍କୁ ତାଲିମ ଦିଆଯାଏ, ତେବେ ସେମାନେ ବିଶ୍ୱାସଯୋଗ୍ୟ ହୋଇପାରନ୍ତି, କିନ୍ତୁ ସାପ ଏତେ ବିପଜ୍ଜନକ ଯେ, ସେମାନଙ୍କୁ ବିଶ୍ୱାସ କରିବା ଏତେ ସହଜ ନୁହେଁ। ଏଭଳି ପରିସ୍ଥିତିରେ ଲୋକଙ୍କୁ ବହୁତ ସତର୍କ ରହିବାକୁ ପଡ଼ିବ। ଆଜିକାଲି ଜଣେ ମହିଳାଙ୍କ ଘରେ ଏକ ଅଜଗରର ଭିଡିଓ ଭାଇରାଲ ହେବାରେ ଲାଗିଛି।

 

@DailyLoud ନାମକ ଏକ ଟୁଇଟର ପେଜ୍‌ରେ ଏହି ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଜଣେ ମହିଳା ସାପକୁ ଏକ କାଚ ବକ୍ସରୁ ବାହାର କରୁଛନ୍ତି। ଏହି ସମୟରେ ସାପଟି ତାଙ୍କ ଆଡ଼କୁ ମୁଣ୍ଡ ବୁଲାଉଛି ଏବଂ ହଠାତ୍‌ ତାଙ୍କ ହାତ ଉପରେ ଆକ୍ରମଣ କରି ଜୋରରେ ଭିଡ଼ିଧରୁଛି। ଏତେ ଜୋର୍‌ରେ ଅଜଗରଟି ଧରିଥାଏ ଯେ, ଏଥିରୁ ମୁକୁଳିବା ମହିଳାଙ୍କ ପାଇଁ ଅସମ୍ଭବ ଥିଲା। ଏହି ସମୟରେ ଜଣେ ପୁରୁଷ ମହିଳାଙ୍କୁ ସାହାଯ୍ୟ କରିବାକୁ ଆସିଲେ। ଉଭୟେ ସାପ ମୁହଁରୁ ଉଦ୍ଧାର ପାଇଁ ବହୁ ଚେଷ୍ଟା କଲେ। ତଥାପି ସାପଟି ମହିଳାଙ୍କ ହାତକୁ ଛାଡୁ ନ ଥାଏ।

ଲୋକମାନେ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି
ଏହି ଭିଡିଓକୁ ୮୩ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହା ହେଉଛି ସବୁଠାରୁ ବଡ଼ ଭୁଲ୍‌ ଯେ, କେବେ ସାପ ପାଳିବ ନାହିଁ। କାରଣ ସାପକୁ ଯେତେ କ୍ଷୀର ଦେଇ ପୋଷିଲେ ମଧ୍ୟ ସେ ଚୋଟ ମାରିବା କଥା ମାରିବ। ଯାହାକି ଏହି ମହିଳାଙ୍କ କ୍ଷେତ୍ରରେ ଘଟିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri