ଅନ୍‌ଲାଇନ୍‌ରେ ୧.୫ ଲକ୍ଷ ଟଙ୍କାର ଆଇଫୋନ୍‌ ଅର୍ଡର କରିଥିଲେ ମହିଳା, ଆସିଲା ଏମିତି ଜିନିଷ

ଆଜିକାଲି ଅନଲାଇନ୍‌ ଶପିଂର ଚାହିଦା ବଢିଛି। ଫୋନ୍‌ରେ ଅର୍ଡର କଲା ମାତ୍ରେ ଯେକୌଣସି ଜିନିଷ ଘରେ ଆସି ପହଞ୍ଚି ଯାଉଛି। କିନ୍ତୁ ବେଳେବେଳେ ଅନଲାଇନ୍‌ ଅର୍ଡର କରି ଠକାମିର ଶିକାର ହେବାକୁ ପଡେ। ନିକଟରେ ଅନଲାଇନରେ ଅର୍ଡର ଦେଇ ବ୍ରିଟେନର ଜଣେ ମହିଳା ଫସିଯାଇଛନ୍ତି। ସମ୍ପୃକ୍ତ ମହିଳା ଜଣଙ୍କ ଆପଲ କମ୍ପାନୀର ମହଙ୍ଗା ଫୋନ ଅନଲାଇନରେ ଅର୍ଡର କରିଥିଲେ। ହେଲେ ତାଙ୍କ ପାଖରୁ ଗୋଟିଏ ଡଲାରର ହାତଧୁଆ ସାବୁନ ଆସି ପହଞ୍ଚିଛି। ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ବ୍ରିଟେନରେ ରହୁଥିବା ଖାଓଉଲା ଲାଫହେଲୀ ଅନଲାଇନରେ ପ୍ରାୟ ୧.୫ ଲକ୍ଷ ଟଙ୍କା ମୂଲ୍ୟର ଆଇଫୋନ ୧୩ ପ୍ରୋ ମାକ୍ସ ପାଇଁ ଅର୍ଡର କରିଥିଲେ। ମହିଳା ଜଣଙ୍କ ସ୍କାଏ ମୋବାଇଲ ଜରିଆରେ ୩୬ ମାସର କଣ୍ଟ୍ରାକ୍ଟରେ ଏହି ଫୋନ ପାଇଁ ଅର୍ଡର ଦେଇଥିଲେ। ଅର୍ଡର ଦେବା ପରେ ଫୋନ ଆସିବ ବୋଲି ଲାଫହେଲୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ହେଲେ ଫୋନ ବଦଳରେ ତାଙ୍କ ପାଖକୁ ଗୋଟିଏ ଡଲାରର ସାବୁନ ଆସି ପହଞ୍ଚିଥିଲା। ଘଟଣା ପରେ ସେ ସ୍କାଏ ମୋବାଇଲରେ ନିଜ ଅଭିଯୋଗ ଦାଖଲ କରିଛନ୍ତି। ତଦନ୍ତ ପରେ କମ୍ପାନୀ ଲାଫହେଲୀଙ୍କୁ ସବୁ କଥା କହିବ ବୋଲି କହିଥିଲା। ହେଲେ ସେ ଏଯାଏ କୌଣସି ଉତ୍ତର ପାଇ ନାହାନ୍ତି। ଘଟଣା ପଛରେ ଡେଲିଭରୀ ବୟଙ୍କ ହାତ ରହିଛି ଓ ସେ ଟଙ୍କା ପାଇଁ ମୋବାଇଲ ଫୋନ ଚୋରି କରିଥିବା ଆଶଙ୍କା କରାଯାଉଛି। ତେବେ ଏ ସମ୍ପର୍କରେ କମ୍ପାନୀ କିମ୍ବା ଡେଲିଭରୀ ସଂସ୍ଥା କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହିଁ। ତେବେ ଭାରତରେ ଏହି ସ୍ମାର୍ଟଫୋନ ୧,୨୯,୯୦୦ ଟଙ୍କାରେ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?