ଅନ୍‌ଲାଇନ୍‌ରେ ୧.୫ ଲକ୍ଷ ଟଙ୍କାର ଆଇଫୋନ୍‌ ଅର୍ଡର କରିଥିଲେ ମହିଳା, ଆସିଲା ଏମିତି ଜିନିଷ

ଆଜିକାଲି ଅନଲାଇନ୍‌ ଶପିଂର ଚାହିଦା ବଢିଛି। ଫୋନ୍‌ରେ ଅର୍ଡର କଲା ମାତ୍ରେ ଯେକୌଣସି ଜିନିଷ ଘରେ ଆସି ପହଞ୍ଚି ଯାଉଛି। କିନ୍ତୁ ବେଳେବେଳେ ଅନଲାଇନ୍‌ ଅର୍ଡର କରି ଠକାମିର ଶିକାର ହେବାକୁ ପଡେ। ନିକଟରେ ଅନଲାଇନରେ ଅର୍ଡର ଦେଇ ବ୍ରିଟେନର ଜଣେ ମହିଳା ଫସିଯାଇଛନ୍ତି। ସମ୍ପୃକ୍ତ ମହିଳା ଜଣଙ୍କ ଆପଲ କମ୍ପାନୀର ମହଙ୍ଗା ଫୋନ ଅନଲାଇନରେ ଅର୍ଡର କରିଥିଲେ। ହେଲେ ତାଙ୍କ ପାଖରୁ ଗୋଟିଏ ଡଲାରର ହାତଧୁଆ ସାବୁନ ଆସି ପହଞ୍ଚିଛି। ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ବ୍ରିଟେନରେ ରହୁଥିବା ଖାଓଉଲା ଲାଫହେଲୀ ଅନଲାଇନରେ ପ୍ରାୟ ୧.୫ ଲକ୍ଷ ଟଙ୍କା ମୂଲ୍ୟର ଆଇଫୋନ ୧୩ ପ୍ରୋ ମାକ୍ସ ପାଇଁ ଅର୍ଡର କରିଥିଲେ। ମହିଳା ଜଣଙ୍କ ସ୍କାଏ ମୋବାଇଲ ଜରିଆରେ ୩୬ ମାସର କଣ୍ଟ୍ରାକ୍ଟରେ ଏହି ଫୋନ ପାଇଁ ଅର୍ଡର ଦେଇଥିଲେ। ଅର୍ଡର ଦେବା ପରେ ଫୋନ ଆସିବ ବୋଲି ଲାଫହେଲୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ହେଲେ ଫୋନ ବଦଳରେ ତାଙ୍କ ପାଖକୁ ଗୋଟିଏ ଡଲାରର ସାବୁନ ଆସି ପହଞ୍ଚିଥିଲା। ଘଟଣା ପରେ ସେ ସ୍କାଏ ମୋବାଇଲରେ ନିଜ ଅଭିଯୋଗ ଦାଖଲ କରିଛନ୍ତି। ତଦନ୍ତ ପରେ କମ୍ପାନୀ ଲାଫହେଲୀଙ୍କୁ ସବୁ କଥା କହିବ ବୋଲି କହିଥିଲା। ହେଲେ ସେ ଏଯାଏ କୌଣସି ଉତ୍ତର ପାଇ ନାହାନ୍ତି। ଘଟଣା ପଛରେ ଡେଲିଭରୀ ବୟଙ୍କ ହାତ ରହିଛି ଓ ସେ ଟଙ୍କା ପାଇଁ ମୋବାଇଲ ଫୋନ ଚୋରି କରିଥିବା ଆଶଙ୍କା କରାଯାଉଛି। ତେବେ ଏ ସମ୍ପର୍କରେ କମ୍ପାନୀ କିମ୍ବା ଡେଲିଭରୀ ସଂସ୍ଥା କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହିଁ। ତେବେ ଭାରତରେ ଏହି ସ୍ମାର୍ଟଫୋନ ୧,୨୯,୯୦୦ ଟଙ୍କାରେ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଆଁଳା ହୋଇ ମଧ୍ୟ ଉଚ୍ଚତା ଭିନ୍ନ

ଟୋକିଓ: ମା’ ଗର୍ଭରୁ ଏକାସାଙ୍ଗରେ ଜନ୍ମିତ ଶିଶୁଙ୍କୁ ଯାଆଁଳା ବୋଲି କୁହାଯାଏ। ସେମାନେ ଦେଖିବାକୁ ମଧ୍ୟ ଏକାଭଳି ହୋଇଥାନ୍ତି। ହେଲେ କିଛି କ୍ଷେତ୍ରରେ ଏକାସାଙ୍ଗରେ ଜନ୍ମ...

ଯେମିତି ହେଲେ ମଙ୍ଗଳବାର ସୁଦ୍ଧା କ୍ୱିଭ ଛାଡ଼

କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୬ଷ୍ଠ ଦିନରେ ବି ଆକ୍ରମଣ ଜାରି ରହିଛି। ରାଜଧାନୀ କ୍ୱିଭରେ ଏବେ ସ୍ଥିିତି ବିଗିଡ଼ିବାରେ ଲାଗିଛି।...

ଇଣ୍ଡୋନେସିଆର ମାଉଣ୍ଟ ମେରାପି ଜ୍ୱାଳାମୁଖି ଫାଟିବାରୁ ଗାଁ, ସଡ଼କରେ ଧୂଆଁ ଆଉ ନିଆଁ

ଜାକର୍ତ୍ତା,୧୨ ।୩: ବିଶ୍ୱର ସବୁଠାରୁ ସକ୍ରିୟ ଜ୍ୱାଳାମୁଖି ମଧ୍ୟରୁ ଅନ୍ୟତମ ଇଣ୍ଡୋନେସିଆର ମାଉଣ୍ଟ ମେରାପି ଶନିବାର ଫାଟି ଯାଇଛି । ଫଳରେ ଏହା ନିକଟରେ ଥିବା...

ମେକ୍ସିକୋରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି

ମେକ୍ସିକୋ ସିଟି: ମେକ୍ସିକୋର ସୀମାନ୍ତ ରାଜ୍ୟ ତମାଉଲିପାସ୍‌ରେ ବୁଧବାର ରାତିରେ ସମଲିଙ୍ଗୀ ବିବାହକୁ ବୈଧ କରିବା ସମ୍ପର୍କିତ ଆଇନ ସପକ୍ଷରେ ମତଦାନ ହୋଇଛି। ଏହି ଆଇନକୁ...

କରୋନା ସଂକ୍ରମଣର ପାଲଟିଥିଲା ଏନ୍ତୁଡ଼ିଶାଳ: ଏବେ ବିକିବ ପ୍ରତିଷେଧକ ଟୀକା

ବେଜିଂ, ୧୭।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନା ଏବେ ପ୍ରଥମ କରି ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି। ଏହାକୁ ଚାଇନାର ବୌଦ୍ଧିକ...

ରାସ୍ତାପାର୍ଶ୍ୱରେ ମୃତଦେହ ପଡ଼ିଥିବା ଭାବି ଭିଡ଼ ଜମାଇଲେ ଲୋକେ, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ପ୍ରଥମେ ଭୟ କରିବେ ପରେ ହସି ହସି ଗଡ଼ିଯିବେ। ଜଣେ ବ୍ୟକ୍ତି...

ହସ୍ପିଟାଲକୁ ୫୦,୦୦୦ ମାସ୍କ ଦାନ କଲା ଏକ କମ୍ପାନି

ସ୍ବିଡେନ୍‌ର ସରକାରୀ ହସ୍ପିଟାଲ (ଗୋଥେନ୍‌ବର୍ଗସ୍ଥିତ ସାହଲଗ୍ରେନ୍‌ସ୍କା ବିଶ୍ୱବିଦ୍ୟାଳୟ)କୁ ଏକ ଆସବାବପତ୍ର କମ୍ପାନି ୫୦,୦୦୦ ମାସ୍କ ଦାନ କରିଛି। ବର୍ତ୍ତମାନ ସମୟରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ...

ମହାମାରୀ ଭୟ, ୧୫୦ ଦେଶକୁ ଜାତିସଂଘ ନ ଆସିବାକୁ ପରାମର୍ଶ ଦେଲା ଆମେରିକା…

ଜେନେଭା,୧୯।୮: କରୋନା ଭାଇରସର ଦ୍ରୁତ ବେଗରେ ସଂକ୍ରମଣ କରୁଥିବାରୁ ଜାତିସଂଘର ବାର୍ଷିକ ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମ ଯୋଗ ନ ଦେବାକୁ ଆମେରିକା ପୃଥିବୀର ବିଭିନ୍ନ ଦେଶକୁ...

Advertisement
Archives

Model This Week