ଉଡନ୍ତା ବିମାନର କବାଟ ଖୋଲୁଥିଲେ ଯାତ୍ରୀ, ତା’ପରେ…

ଓ୍ବାଶିଂଟନ୍‌,୧୩।୭: ପ୍ରାୟ ସମୟରେ ବିମାନର କ୍ର୍ୟୁ ମେମ୍ବର ଓ ଯାତ୍ରୀଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବରଙ୍କ ଦୁର୍ବ୍ୟବହାର ତ ଆଉ କେତେବେଳେ ଯାତ୍ରୀଙ୍କ ଅଭଦ୍ରାମୀ ଦେଖିବାକୁ ମିଳିଥାଏ। ଆଉ ଏଥିପାଇଁ ବେଳେ ବେଳେ ଅନ୍ୟମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବିମାନ ଉଡାଣ ପୂର୍ବରୁ କ୍ର୍ୟୁ ମେମ୍ବରମାନେ ଯାତ୍ରୀମାନଙ୍କୁ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ନିୟମାବଳୀ ବିଷୟରେ ଅବଗତ କରାଇଥାନ୍ତି। କିନ୍ତୁ ଏହା ପରେ ବି କେତେକ ଯାତ୍ରୀ ନିଜର କାର୍ଯ୍ୟଶୈଳୀ ଯୋଗୁ ନିଜକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇଥାନ୍ତି। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକା ଏୟାରଲାଇନ୍ସର ବିମାନରେ।

ସୂଚନାଯୋଗ୍ୟ, ଟେକ୍ସାସରୁ ନର୍ଥ କାଲିଫର୍ନିଆ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀ ଚଳନ୍ତା ବିମାନର ବୋର୍ଡିଂ କବାଟ ଖୋଲିବାକୁ ପ୍ରୟାସ କରିଥିଲେ। ସେହି ସମୟରେ କ୍ର୍ୟୁ ମେମ୍ବର ତାଙ୍କୁ ଯେତେ ବୁଝାସୁଝା କରିଥିଲେ ମଧ୍ୟ ସେ କାହାରି କଥା ଶୁଣି ନ ଥିଲେ। ଏଥିସହ ମହିଳା ଜଣକ ଉତ୍ତ୍ୟକ୍ତ ହୋଇପଡ଼ି ଆକ୍ରମଣାତ୍ମକ ବ୍ୟବହାର କରିଥିଲେ। ଏଥିରେ ଜଣେ କ୍ର୍ୟୁ ମେମ୍ବର ଆହତ ହୋଇଥିବା ଜଣାପଡ଼ିଛି। ଏହାପରେ ମହିଳା ଜଣଙ୍କୁ ଜବରଦସ୍ତି ତାଙ୍କ ସିଟ୍‌ରେ ଏକ ଟେପ୍‌ ଜରିଆରେ ବାନ୍ଧି ଦିଆଯାଇଥିଲା।

ଉକ୍ତ ବିମାନଟି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସୁରକ୍ଷାକର୍ମୀଙ୍କୁ ସୂଚନା ଦିଆଯାଇଥିଲା। ଏହାପରେ ମହିଳା ଯାତ୍ରୀଙ୍କୁ ଯାଞ୍ଚ ପାଇଁ ହସ୍ପିଟାଲକୁ ନିଆଯାଇଥିଲା ବୋଲି ଆମେରିକା ଏୟାରଲାଇନ୍ସର ମୁଖପାତ୍ର ସୂଚନା ଦେଇଛନ୍ତି। ତେବେ ୩୫ ମିନିଟ୍‌ର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଜୁଲାଇ ୬ରେ ଘଟିଥିବା ବେଳେ ଏହାର ଭିଡିଓକୁ ଜୁଲାଇ ୧୧ରେ ବ୍ରେକିଂ ଏଭିଏସନ୍‌ ନ୍ୟୁଜ ଆଣ୍ଡ ଭିଡିଓ ନାମକ ଟୁଇଟର ପେଜ୍‌ରେ ଅପଲୋଡ କରାଯାଇଥିଲା। ଏହି ଭିଡିଓରେ ଅନେକ ଲୋକ କମେଣ୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

CJP ନେତାଙ୍କୁ ନେଇ ସୋନମ ୱାଙ୍ଗଚୁକ୍‌ଙ୍କ ବଡ଼ ଦାବି, ସେମାନେ ସାଧୁ…

ନୂଆଦିଲ୍ଲୀ,୩୦।୮: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘କକରୋଚ୍ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତାମାନଙ୍କୁ ନେଇ ବଡ଼ ମତ ରଖିଛନ୍ତି । ତାଙ୍କ ମତରେ CJPର ପ୍ରତିଷ୍ଠାତା ଅଭିଜିତ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri