କରୋନା ସମୟରେ ଚାଲିଗଲା ମହିଳାଙ୍କ ଚାକିରି, ଖୋଲିଲେ ଢାବା; ଏଠାରେ ୩୦ ଟଙ୍କାରେ ମିଳୁଛି ନାନା ବ୍ୟଞ୍ଜନ

ଲକ୍ଷ୍ନୌ,୧୭।୪: କରୋନା ମହାମାରୀ ଯୋଗୁ ଦେଶରେ ବହୁ ଲୋକ ବେରୋଜଗାର ହୋଇଛନ୍ତି। ପରିବାର ପ୍ରତିପୋଷଣ କରିବା ଅନେକଙ୍କ କ୍ଷେତ୍ରରେ କଷ୍ଟକର ହୋଇପଡୁଛି। ଯେଉଁ ଲୋକମାନଙ୍କର ଚାକିରି ଚାଲିଯାଇଛି ସେମାନେ ଜୀବନ ଜୀବିକାକୁ ନେଇ ସଂଘର୍ଷ ଜାରି ରଖିଛନ୍ତି। ସୋସିଆଲ ମିଡିଆରେ ଏବେ ସେମିତି ଜଣେ ମହିଳାଙ୍କ ସଂଘର୍ଷ ଜୀବନ କାହାଣୀ ଭାଇରାଲ ହେଉଛି। ଜାଣନ୍ତୁ ଏ ସମ୍ପର୍କରେ…

ଦେଶରେ କାୟା ବିସ୍ତାର କରିଥିବା କରୋନା ମହାମାରୀ ଉତ୍ତରପ୍ରଦେଶର କାନପୁରରେ ରହୁଥିବା ଇନ୍ଦୁ ନାମକ ଜଣେ ମହିଳାଙ୍କ ଜୀବନ ବଦଳାଇ ଦେଇଛି। କରୋନାରେ ଇନ୍ଦୁଙ୍କ ଚାକିରି ଚାଲିଗଲା। କିନ୍ତୁ ଏଥିରେ ସେ ହାରି ନ ଯାଇ ନିଜ ନାମରେ ଏକ ଢାବା ଖୋଲିଛନ୍ତି। ଧିରେ ଧିରେ ‘ଇନ୍ଦୁ ଢାବା’ଲୋକଙ୍କ ନିକଟରେ ପ୍ରସିଦ୍ଧ ହୋଇପାରିଛି। ଏହି ଢାବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଲୋକେ ବେଶ୍‌ ପ୍ରଶଂସା କରୁଛନ୍ତି। ଫଟୋରେ ଆପଣ ଯେଉଁ ଥାଳି ଦେଖୁଛନ୍ତି ସେଥିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ରହିଛି। ଭାତ, ରୁଟି, ରାଜ୍‌ମା, ରାଇତା ଏବଂ କଟା ପିଆଜ ଆଦି ରହିଛି। ଏହି ପୂରା ଥାଳିର ଦାମ୍‌ ମାତ୍ର ୩୦ ଟଙ୍କା। ଆଜିର ଏହି ମହଙ୍ଗା ଯୁଗରେ ଏତେ ଶସ୍ତାରେ ପୁଣି ଏତେ ଜିନିଷ ମିଳିବା କାଠିକର ପାଠ। କିନ୍ତୁ ଇନ୍ଦୁ ୩୦ ଟଙ୍କାରେ ଲୋକଙ୍କୁ ଦେଉଛନ୍ତି।

ଇନ୍ଦୁ ନାମକ ଟୁଇଟର ପେଜ୍‌ରେ ଥାଳିର ଫଟୋ ଶେୟାର କରାଯାଇଛି। ଯେଉଁଥିରେ କ୍ୟାପଶନ ଲେଖାଯାଇଛି, ‘ମୋ ଚାକିରି ଚାଲିଗଲା। ମୁଁ ନିଜ କାମ ଆରମ୍ଭ କଲି। ଇନ୍ଦୁ ଢାବାରେ ଥାଳି କେବଳ ୩୦ ଟଙ୍କାରେ। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ ହେଉଛି। ସମସ୍ତେ ଇନ୍ଦୁ ଢାବାର ପ୍ରଶଂସା କରୁଛନ୍ତି। ଏବେ ସୁଦ୍ଧା ଏହି ଫଟୋକୁ ୪୦୦୦୦ ଲୋକ ଲାଇକ୍‌ କରିସାରିଲେଣି। କିଛି ଲୋକ ଏହାକୁ ରିଟୁଇଟ୍‌ ମଧ୍ୟ କରିଛନ୍ତି। ଏଥିସହିତ ଲୋକେ ମଜାଳିଆ କମେଣ୍ଟ ବି ସବୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶ ବନ୍ୟାରେ ବିଗିଡିଲା ସ୍ଥିତି ୬୦୦ ଗାଁ ପ୍ରଭାବିତ, ୭ ମୃତ

ଲକ୍ଷ୍ନୌ,୯ ।୧୦: ଲଗାଣ ବର୍ଷା ଯୋଗୁ ଉତ୍ତର ପ୍ରଦେଶରେ ବନ୍ୟା ପରିସ୍ଥିତି ଜଟିଳ ହୋଇ ପଡିଛି । ରାପ୍ତି ନଦୀରେ ଆସିଥିବା ବନ୍ୟା ଫଳରେ ଶ୍ରାବସ୍ତି...

ଆଜି ଦେଶରେ ୫୧,୬୬୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୨୯ ମୃତ

ନୂଆଦିଲ୍ଲୀ,୨୫ା୬: ଗତ ୨୪ ଘଣ୍ଟାରେ ଦେଶରୁ ୫୧,୬୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬୪,୫୨୭ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଥିବା କେନ୍ଦ୍ର...

୧୩୭ ବର୍ଷରେ ୫୬ ନେତା ସମ୍ଭାଳିଛନ୍ତି ଦାୟିତ୍ୱ: ପରବର୍ତ୍ତୀ ଅଧ୍ୟକ୍ଷ ରେସ୍‌ରେ ରହିଛି ଏମାନଙ୍କ ନାମ

xନୂଆଦିଲ୍ଲୀ,୨୯।୮: କଂଗ୍ରେସରେ ଜାରି ରହିଥିବା ରାଜନୈତିକ ଅଶାନ୍ତି ମଧ୍ୟରେ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସୋମବାର କାର୍ଯ୍ୟସୂଚୀ ଜାରି କରାଯାଇଛି। ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ...

ଦେଶରେ ୧,୦୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୦୪୬ ନୂଆ...

ଚାଷୀଙ୍କ ମହାପଞ୍ଚାୟତ, ଦିଲ୍ଲୀ ଜାମ, ଟିକରି ସୀମାରୁ ଜନ୍ତର ମନ୍ତର ପର୍ଯ୍ୟନ୍ତ କଡ଼ା ସୁରକ୍ଷା…

ନୂଆଦିଲ୍ଲୀ, ୨୨।୮ : ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ଜନ୍ତର ମନ୍ତରଠାରେ ଚାଷୀଙ୍କ ମହାପଞ୍ଚାୟତ ଆୟୋଜନ କରିବାକୁ ଘୋଷଣା କରାଯାଇଛି। ମହାପଞ୍ଚାୟତକୁ ଦୃଷ୍ଟିରେ ରଖି...

କରୋନାର ଦୋହରା ମାଡ଼: ପୁଣି କଟକଣା, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ମହାମାରୀର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ କେତେକ ରାଜ୍ୟରେ ପୁଣି କଟକଣା ଜାରି କରାଯିବା ସହିତ ଖୋଲା ଯାଇଥିବା ସ୍କୁଲକୁ...

ଟିକାର ଉଭୟ ଡୋଜ୍‌ ନେଇଛନ୍ତି ୭୦ ପ୍ରତିଶତ ଭାରତୀୟ…

ନୂଆଦିଲ୍ଲୀ, ୧୬।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଗତ ଏକ ବର୍ଷରେ ଦେଶର ୬୯.୮...

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୬।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ସେ ଜୁଲାଇ ୭ ଗୁରୁବାର ଚଣ୍ଡିଗଡ଼ରେ ଡା. ଗୁରୁପ୍ରୀତ କୌରଙ୍କୁ ବିବାହ...

Advertisement
Archives

Model This Week