ଗର୍ଭବତୀ ମହିଳାଙ୍କ ପେଟରୁ ଶିଶୁ ଚୋରି

ଅପରାଧ ଦୁନିଆରେ ଜଡିତ ଲୋକଙ୍କ ମନରେ ଭିନ୍ନ ପ୍ରକାରର ଚିନ୍ତାଧାରା ଚାଲିଥାଏ। ସେମାନଙ୍କ ଭିତରେ ଅନୁଭବ ବୋଲି କିଛି ନ ଥାଏ। ଏମିତି ଏକ ଭୟଙ୍କର ଅପରାଧ ବ୍ରାଜିଲରେ ଘଟିଛି। ଜଣେ ମହିଳା ନିଜ ସନ୍ତାନକୁ ହରାଇବା ପରେ ନିଜର ବନ୍ଧୁଙ୍କ ପେଟରୁ ତାଙ୍କ ପିଲାକୁ ଚୋରି କରିବାକୁ ଚେଷ୍ଟା କରିଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।
୨୮ ବର୍ଷୀୟା ରୋଜଲବା ଗ୍ରିମ ଏବଂ ୨୪ ବର୍ଷୀୟା ଫ୍ଲାବିଆ ଭଲ ବନ୍ଧୁ ଥିଲେ। ଉଭୟ ଏକାସାଙ୍ଗରେ ଗର୍ଭବତୀ ହେଲେ। କିନ୍ତୁ କୌଣସି କାରଣରୁ ରୋଜଲବା ପେଟରେ ନିଜ ପିଲାକୁ ହରାଇଲେ। ଏହା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଲେ। ଏହି ସମୟରେ ବନ୍ଧୁ ହିସାବରେ ଫ୍ଲାବିଆ ତାଙ୍କ ସହ କଥାବାର୍ତ୍ତା ହୋଇ ଦୁଃଖ ବାଣ୍ଟୁଥିଲେ। ହେଲେ ରୋଜଲବାଙ୍କ ମନରେ ଚାଲିଥିଲା ଆଉ କିଛି। ରୋଜଲବା ଫ୍ଲାବିଆଙ୍କ ପାଇଁ ଗତ ଅଗଷ୍ଟ ୨୭ ତାରିଖରେ ବେବି ଶାଓ୍ବର ରଖିଥିଲେ। ହେଲେ ଫ୍ଲାବିଆ ଯେତେବେଳେ ଉକ୍ତ ସମାରୋହରେ ପହଞ୍ଚିଥିଲେ ଦେଖିଲେ ସେଠାରେ କେହି ହେଲେ ନାହାନ୍ତି। ଏହି ସମୟରେ ରୋଜଲବା ଫ୍ଲାଭିଆଙ୍କୁ ହତ୍ୟା କଲେ। ପରେ ତାଙ୍କ ପେଟକୁ ଏକ ଛୁରିରେ କାଟି ଶିଶୁକୁ ବାହାର କଲେ। କିଛି ସମୟ ପରେ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା। ତେଣୁ ସେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ। ସେଠାରେ ସେ ଉକ୍ତ ଶିଶୁକୁ ନିଜ ପିଲା ବୋଲି ପରିଚୟ ଦେଉଥିଲେ। ମାତ୍ର ତାଙ୍କ କଥାରେ ଡାକ୍ତରଙ୍କର ସନ୍ଦେହ ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚିବା ପରେ ରୋଜଲବା ସବୁ କଥା ସ୍ବିକାର କରିଥିଲେ।
ରୋଜଲବା ନିଜ ସନ୍ତାନକୁ ହରାଇବା ପରେ ଏହି କଥାକୁ ନିଜ ପରିବାର ଠାରୁ ଲୁଚାଇ ରଖିଥିଲେ। ପରେ ସେ ବନ୍ଧୁ ଫ୍ଲାବିଆଙ୍କ ସନ୍ତାନକୁ ଚୋରି କରି ନିଜର କରିବେ ବୋଲି ଭାବିଥିଲେ। ମାତ୍ର ସେଥିରେ ସଫଳ ହୋଇପାରି ନ ଥିବା ପୋଲିସ ଆଗରେ ସ୍ବିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଅନାୟା ବାଙ୍ଗରଙ୍କୁ ମହିଳା କ୍ରିକେଟ୍ ଖେଳିବାକୁ ଅନୁମତି: ଅସନ୍ତୋଷ ପ୍ରକାଶ କଲେ…

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଟ୍ରାନ୍ସଜେଣ୍ଡର ଝିଅ ଅନାୟା ବାଙ୍ଗରଙ୍କୁ ନେଇ କ୍ରିକେଟ୍ ଜଗତରେ ଏକ ନୂଆ ବିବାଦ…

ଅନଲାଇନରେ ଠକେଇ ହେବାମାତ୍ରେ ଶୀଘ୍ର କରନ୍ତୁ ଏପରି: ପାଟପୁର ପୋଲିସ ପକ୍ଷରୁ…

ଦିଗପହଣ୍ଡି,୨୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ଶୁକ୍ରବାର ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ମାଧ୍ୟମିକ ବିଦ୍ୟାଳୟ ପରିସରରେ ସାଇବର କ୍ରାଇମ୍ ରୁ କିଭଳି ସୁରକ୍ଷିତ…

ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନା ବୈଠକରେ ତାତିଲେ ନିର୍ବାଚିତ ସଦସ୍ୟ: କାର୍ଯ୍ୟଶୈଳୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ…

ପାଟଣା, ୨୮୮ (ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ବ୍ଲକ୍ ସଭାଗୃହରେ ଶୁକ୍ରବାର ବ୍ଲକ୍ ପଞ୍ଚାୟତ ବିକାଶ ଯୋଜନାର ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ…

ଫୁଟବଲ ପ୍ରତିଯୋଗିତା: ଝାରବେଡ଼ା ଚାମ୍ପିୟନ

କୁଆଁରମୁଣ୍ଡା,୨୮।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ କାଲୋଷିହିରିଆ ପଞ୍ଚାୟତ ଲୁଚାବାହାଲ ସ୍କୁଲବସ୍ତି ଖେଳ ପଡ଼ିଆରେ ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…

ଉଲିବୁର ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ ପ୍ରସଙ୍ଗ, ବେଆଇନ ଖନନର ଉଚ୍ଚସ୍ତରୀୟ ତଦନ୍ତ ପରେ ହେବ: ମନ୍ତ୍ରୀ

କେନ୍ଦୁଝର,୨୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଅଧୀନ ନାଲଦା ସେକ୍ସନ କାରାଖେଣ୍ଡରା ବିଟ ଅନ୍ତର୍ଗତ ଉଲିବୁର ସଂରକ୍ଷିତ ଜଙ୍ଗଲରେ ଡାଇଭରର୍ସନ ନ କରି ଜଙ୍ଗଲ…

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri