ଯାଜପୁର,୨୪।୯: ଯାଜପୁର ଜିଲା ବିଞ୍ଝାରପୁର ଖରସ୍ରୋତା ନଦୀ ବ୍ରିଜ ଉପରୁ ଗୁରୁବାର ଜଣେ ମହିଳା ଡେଇଁ ପଡିଥିଲେ। ମହିଳା ଜଣକ ବ୍ରିଜ୍ ଉପରେ ଚପଲ ଓ ଛତା ଥୋଇ ପାଣିକୁ ଡେଇଁ ପଡିଥିଲେ। ମହିଳା ଜଣଙ୍କ କିଏ ଏବଂ କାହିଁକି ନଦୀକୁ ଡେଇଁଲେ ତାହାର କାରଣ ଜଣାପଡି ନାହିଁ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି ଜାରି ରଖିଛି। ହେଲେ ମହିଳାଙ୍କ କୌଣସି ପତ୍ତା ମିଳିପାରି ନାହିଁ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

