ପ୍ରସୂତିଙ୍କୂ ମିଳିଲାନି ଆମ୍ବୁଲାନ୍ସ ସେବା: ଅଧାବାଟରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା,୨୪।୯(ଜଗନ୍ନାଥ ଧଳ): ଆମ୍ବୁଲାନ୍ସ ସେବା ନ ପାଇ କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁର ସିଏଚ୍‌ସି ଅଧୀନ ନିକିରାଇ ଥାନା ଅନ୍ତର୍ଗତ ପୂର୍ବ ନିକିରାଇ ଗ୍ରାମରେ ଗୁରୁବାର ଜଣେ ପ୍ରସୂତୀଙ୍କ ମୃତ୍ୟୁ ଘଟିଛି। ଗ୍ରାମର ସନ୍ତୋଷ କୁମାର ଜେନାଙ୍କ ଗର୍ଭବତୀ ସ୍ତ୍ରୀ ସବିତା ସ୍ବାଇଁ ପ୍ରସବ ବେଦନାରେ ଛଟପଟ ହୋଇ ଜୀବନ ଚାଲିଯାଇଛି।

ମିଳିଥିବା ସୂଚନା ମୁତାବକ, ସବିତାଙ୍କ ଗୁରୁବାର ସକାଳେ ଗର୍ଭବେଦନା ହୋଇଥିଲା । ଏନେଇ ପରିବାର ଲୋକେ 102 କୁ ଫୋନ କରିଥିଲେ ା ଏହି ସେବା ଉପଲବ୍ଧ ହୋଇ ନ ପାରିବାରୁ ବହୁ ବିଳମ୍ବରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ 108 ଆମ୍ବୁଲାନ୍ସ ପ୍ରସୂତିଙ୍କୁ ଆଣିବାକୁ ଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିବା ବାଟରେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ।

ଖବର ପାଇ ନିକିରାଇ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପ୍ରସୂତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣା ଜଣାପଡିବା ପରେ ଇନ୍ଦୁପୁର ସିଏଚ୍‌ସିରେ ଆମ୍ବୁଲାନ୍ସ ସେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ସମ୍ପର୍କରେ ସ୍ଥାନୀୟ ସାମାଜିକ କର୍ମୀ ଦେବାଶିଷ ସାମଲା, ଚନ୍ଦନ କୁମାର ସାହୁ, ପ୍ରକାଶ ଚନ୍ଦ୍ର ଜେନା ପ୍ରମୁଖ କହିଛନ୍ତି ଯେ, ଇନ୍ଦୁପୁର ସିଏଚସିରେ ଆମ୍ବୁଲାନ୍ସ ସେବା ପାଇଁ ବହୁବାର ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ଏହାର କୌଣସି ସମାଧାନ ହୋଇପାରି ନାହିଁ। ସ୍ବାସ୍ଥ୍ୟସେବା ନ ପାଇ ଜଣେ ପ୍ରସୂତିଙ୍କ ଘଟିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷେ ମୃତ ପ୍ରସୂତିଙ୍କ ଘର ସିଏଚ୍‌ସିରୁ ମାତ୍ର ୧ କିଲୋମିଟର ଦୂର ହୋଇଥିବା ବେଳେ ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରାୟ ୨୦ କିଲୋମିଟର ଦୂର। ସିଏଚସିରେ ପ୍ରସବକାଳୀନ ସମସ୍ତ ବ୍ୟବସ୍ଥା ଥିବା ସତ୍ତ୍ୱେ ଆମ୍ବୁଲନ୍ସ ସେବା ନ ଥିବାରୁ ସବିତାଙ୍କ ପରି ବହୁ ମହିଳା ଚିକିତ୍ସା ସେବା ପାଇପାରୁ ନ ଥିବା ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ମ୍ୟାଚ ପିଛା ୪.୮ କୋଟି ଟଙ୍କା… ଟିମ ଇଣ୍ଡିଆ ପାଇଁ ବଡ଼ ଲାଭ; ବିସିସିଆଇ (BCCI) ପାଇଲା…

ନୂଆଦିଲ୍ଲୀ,୨୪।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ‘ଟାଇଟଲ ସ୍ପନ୍ସର’ (ମୁଖ୍ୟ ପ୍ରାୟୋଜକ) ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ସୂତ୍ରରୁ ମିଳିଥିବା ଖବର…

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ଲଘୁଚାପ ବର୍ଷା

ଛତ୍ରପୁର,୨୪।୯(ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଖରିଫ ଋତୁ ଫସଲ ପରେ ନୂଆ ଫସଲ ଚାଷ କରିବା ପାଇଁ ଚାଷୀମାନେ…

ଇସ୍ତଫା ଦେବେ ଅଜିତ ଅଗରକର; ଏହି ତାରିଖରେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ ନାମ ଘୋଷଣା କରିବ BCCI

ନୂଆଦିଲ୍ଲୀ,୨୪।୯: ବର୍ତ୍ତମାନ ‘ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ’ (BCCI) ସମ୍ମୁଖରେ ଥିବା ସବୁଠାରୁ ବଡ଼ ସମସ୍ୟା ହେଉଛି ଜଣେ ନୂଆ ମୁଖ୍ୟ ଚୟନକର୍ତ୍ତାଙ୍କ…

‘ଜ୍ଞାନେଶ ତୁରନ୍ତ ଇସ୍ତଫା ଦିଅନ୍ତୁ, ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦ-ଶାହା’, ରାହୁଲଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୪।୯: ନିର୍ବାଚନ ଆୟୋଗକୁ ନେଇ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

ଶ୍ରୀବଣା ଗାଁରେ ପୂର୍ବତନ ବିଧାୟକଙ୍କ ସହାୟତା, ଆବାସ ଯୋଜନାରେ ଘର ଯୋଗାଇଦେବାକୁ ବିଡିଓଙ୍କ ସହ ଆଲୋଚନା

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ ଶ୍ରୀବଣା ଗ୍ରାମର ଡ଼ି ଦୁର୍ଯ୍ୟଧନ ପାତ୍ରଙ୍କର ନିଜସ୍ୱ ଘର ନଥିବାରୁ ଗାଁ ଶେଷରେ ଟିଣ ପକାଇ…

ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ଯାଜପୁର,୨୪।୯: ଯାଜପୁର ଜିଲା ବିଞ୍ଝାରପୁର ଖରସ୍ରୋତା ନଦୀ ବ୍ରିଜ ଉପରୁ ଗୁରୁବାର ଜଣେ ମହିଳା ଡେଇଁ ପଡିଥିଲେ। ମହିଳା ଜଣକ ବ୍ରିଜ୍‌ ଉପରେ ଚପଲ ଓ ଛତା…

ମଧୁବନ ଗ୍ରାମପଂଚାୟତର ସୁକୁଡୁବାଜୁ ନିକଟରେ ଧସିଲା ପାହାଡ଼, ରାସ୍ତା ଜାମ୍

ଗୁଡାରି,୨୪।୯(ପ୍ରମୋଦ କୁମାର ପତି): ଲଗାଣ ବର୍ଷାରେ ଗୁରୁବାର ଅପରାହ୍ନରେ ଗୁଡାରି ବ୍ଲକର ମଧୁବନ ଗ୍ରାମପଂଚାୟତ ଅନ୍ତର୍ଗତ ସୁକୁଡୁବାଜୁ ନିକଟରେ ପାହାଡ଼ରୁ ବଡ଼ ପଥର ଖସି ରାସ୍ତା ମଝିରେ…

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?