Posted inଫୁରସତ

ସ୍ବାମୀଙ୍କ ସହ ଝଗଡ଼ା ଲାଗିବା ପରେ ନଅ ମହଲାରୁ ଡେଇଁ ପଡ଼ିଲେ ସ୍ତ୍ରୀ, ତଳେ ଲୋକ ବିଛାଇଲେ ଗଦି; ଆଉ ତା’ ପରେ…

ଗାଜିଆବାଦ,୧୬।୭: ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ଝଗଡ଼ା ଲାଗୁଥିଲେ। ଏହା ଏତେ ବଢ଼ିଯାଇଥିବା ଯେ ସେ କୋଠାର ନବମ ମହଲାରୁ ତଳକୁ ଡେଇଁପଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳାଜଣଙ୍କ ରେଲିଂରୁ ଡେଇଁବା ମାତ୍ରେ ସ୍ବାମୀ ତାଙ୍କ ହାତ ଧରି ସହାୟତା ପାଇଁ ଚିତ୍କାର କରୁଥିବା ଭିଡିଓରେ ଦେଖାଯାଇଛି।

ଘଟଣାଟି ବିଜୟାନଗରର କ୍ରସିଂ ରିପବ୍ଲିକରେ ଥିବା ସେଭିୟର ସୋସାଇଟି ଅଞ୍ଚଳର। ଏଠାରେ ନବମ ମହଲାରେ ରହୁଥିବା ଜଣେ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଧିରେ ଧିରେ ଯୁକ୍ତିତର୍କ ବଢ଼ିବା ପରେ ସ୍ତ୍ରୀ ତଳକୁ ଡେଇଁ ପଡ଼ିବାକୁ ଚେଷ୍ଟା କରିଥିଲେ। ହେଲେ ସ୍ବାମୀ ତାଙ୍କ ହାତ ଧରି ପାଟି କରିଥିଲେ। ଏହାପରେ ସୋସାଇଟିର ଅନ୍ୟମାନେ ଘରୁ ବାହାରକୁ ଆସିଥିଲେ। ଏହି ସମୟରେ ସେମାନେ ନିଜ ଘରୁ ଗଦି ବାହାର କରି ତଳେ ପକାଇଥିଲେ। ସେତେବେଳେ ସ୍ବାମୀ ସ୍ତ୍ରୀଙ୍କୁ ରେଲିଂ ଉପରକୁ ଟାଣିବାକୁ ଚେଷ୍ଟା କରିଥିଲେ। ପ୍ରାୟ ଅଧା ଘଣ୍ଟା ଧରି ଏପରି କରିବା ସତ୍ତ୍ୱେ ବିଫଳ ହୋଇଥିଲେ। ହାତ ଖସିଯିବା ପରେ ସ୍ତ୍ରୀ ଉକ୍ତ ଗଦି ଉପରେ ପଡ଼ିଥିଲେ। ଫଳରେ ସେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ। ହେଲେ ସେ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ନୋଏଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଲିସ ଏହି ଘଟଣାରେ ଏଯାବତ କୌଣସି ମାମଲା ପଞ୍ଜିକରଣ କରିନାହିଁ। ତେବେ ଫରାଜ ହାସନ ସ୍ତ୍ରୀ ନାଦିଆଙ୍କ ସହ ନବମ ମହଲାରେ ରହୁଥିଲେ। ମଙ୍ଗଳବାର ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହାପରେ ସ୍ତ୍ରୀ ଏହି ପଦକ୍ଷେପ ନେଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରା ପରି ଘର କରିଛନ୍ତି ଫଟୋଗ୍ରାଫର: ପିଲାମାନଙ୍କ ନାଁ ବି ସେମିତି ନିଆରା

ପ୍ରତ୍ୟେକ ବ୍ୟକ୍ତିଙ୍କର କୌଣସି ନା କୌଣସି ଜିନିଷ ପ୍ରତି ସଉକ ରହିଥାଏ। କାହାର ନୃତ୍ୟ ପ୍ରତି ତ ଆଉ କାହାର ସଂଗୀତ ପ୍ରତି। ଆଉ ସେଇ...

ଏହି କାଫେରେ ମିଳୁଛି ୧୨ଟି ଦେଶର ୧୫୦ ପ୍ରକାର ଚା, ଇସାରାରେ ହୁଏ ଅର୍ଡର

ଝାଡ଼ଖଣ୍ଡର ଜାମସେଦପୁରରେ ଏମିତି ଏକ କାଫେ ଖୋଲାଯାଇଛି, ଯେଉଁଠି ୧୨ଟି ଦେଶର ଚା’ ମିଳୁଛି। ଏହି କାଫେରେ ୧୦୦ ଟଙ୍କାରୁ ଆରମ୍ଭ କରି ୮୦୦ ଟଙ୍କା...

ଟିକା ଭୟରେ ଗଛରେ ଚଢ଼ିଲେ…

ପୁଡୁଚେରୀ, ୨୯।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନ ଜାରି...

ଦୟାଳୁ ଚୋର: ବୃଦ୍ଧା ମହିଳାଙ୍କୁ ଗେଲକରି ଫେରାଇଲେ ଟଙ୍କା, ଭିଡିଓ ଭାଇରାଲ

ଚୋରର ପ୍ରବୃତି ଚୋରି କରିବା। ଏଥିପାଇଁ ସେମାନେ ମାରପିଟଠାରୁ ଆରମ୍ଭକରି ହତ୍ୟା କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ମାତ୍ର ସୋସିଆଲ ମିଡିଆରେ ଏମିତି ଏକ...

ପୋଷା ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ପାଳନ୍ତି ଏହି ଜନଜାତି…

ପୃଥିବୀର ବିଭିନ୍ନଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସୁଦାନରେ ବାସ କରୁଥିବା ମୁନ୍ଦରୀ ଜନଜାତି ପୋଷା ଗୃହପାଳିତ ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ଲାଳନପାଳନ କରିଥାନ୍ତି।...

ଏହି ଆଣ୍ଟିନା ପ୍ରଥମେ ଦେଇଥିଲା ଟାଇଟନିକ୍‌ ବୁଡ଼ିବା ବାର୍ତ୍ତା

ଆଜିର ସମୟରେ ହଜାର ହଜାର କିଲୋମିଟର ଦୂରରେ ଥିଲେ ମଧ୍ୟ ମୋବାଇଲ ଯୋଗେ ସଙ୍ଗେ ସଙ୍ଗେ ବାର୍ତ୍ତା ପହଞ୍ଚିପାରୁଛି। ବିନା ତାରରେ ଅନାୟସରେ ଦୂର ସମ୍ପର୍କୀୟଙ୍କ...

ରାଜସ୍ଥାନର ପ୍ରଥମ ମହିଳା ବଡି ବିଲ୍ଡର

ଜୟପୁର: ଇଚ୍ଛାଶକ୍ତି ଥିଲେ ମଣିଷ ସମସ୍ତ କାର୍ଯ୍ୟ କରିପାରିବ। ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ତାକୁ ପଛରେ ପକାଇ ପାର କରିଯିବ। ଏପରି କିଛି କରିଛନ୍ତି...

କୁକୁର ଏବଂ ହେଟାବାଘଙ୍କର ସମାନ ଗୁଣ: ସାଥୀଙ୍କୁ ସହଯୋଗ କରିବାରେ ନିପୁଣ…

କୁକୁର ଏବଂ ହେଟାବାଘ ମଧ୍ୟରେ ବହୁ ସମାନ ଗୁଣ ରହିଥାଏ। କୁକୁର ମାଲିକଙ୍କର ଅତି ବିଶ୍ୱସ୍ତ ହୋଇଥାଏ। ଏହା ସହିତ କୁକୁର ଅସୁବିଧାରେ ପଡ଼ିଥିବା ଅନ୍ୟ...

Advertisement
Archives

Model This Week