ମୁହଁର ଅପରେଶନ ପରେ ହଠାତ୍‌ ଅଲଗା ଭାଷାରେ କଥା ହେଲେ ମହିଳା

କାନ୍‌ବେରା,୧୫।୫: ଅଷ୍ଟ୍ରେଲିଆର ଜଣେ ମହିଳା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛନ୍ତି। ଏହି ମହିଳାଙ୍କ କହିବା କଥା ସେ ତାଙ୍କ ଜିଭର ଅପରେଶନ କରାଇବା ପରେ ହଠାତ୍‌ ନିଜ ଭାଷା ବଦଳରେ ଅଲଗା ଭାଷାରେ କଥା ହେବାରେ ଲାଗିଲେ।

୨୭ ବର୍ଷୀୟା ଆଞ୍ଜେଲା ୟେନ୍‌ ଅଷ୍ଟେଲିଆର ବ୍ରିସ୍‌ବେନ୍‌ ସହରରେ ରହୁନ୍ତି। ସେ ୧୯ ଏପ୍ରିଲରେ ସେ ତାଙ୍କ ଟନ୍‌ସିଲଲେକ୍ଟୋମିର ଅପରେଶନ କରାଇଥିଲେ। ଏହାର କିଛିଦିନ ପରେ ସେ ନିଜ ଭାଷାରେ କଥା କହିବାରେ ଅସୁବିଧାର ସମ୍ମୁଖୀନ ହେଲେ। ଅପରେଶନର ୧୦ ଦିନ ପରେ ସେ ସମ୍ପୂର୍ଣ୍ଣ ଭାବେ ଆୟରିଶ୍‌ ଭାଷାରେ କଥା ହେଲେ। ଯାହାକି ଆୟରଲ୍ୟାଣ୍ଡର ଭାଷା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସେ କେବେ ବି ଆୟରଲ୍ୟାଣ୍ଡ ଯାଇ ନାହାନ୍ତି।

ସେ ତାଙ୍କର ଏକ ଟିକ୍‌ଟକ୍‌ ଭିଡିଓରେ କହିଛନ୍ତି, ମୁଁ ଜୀବନରେ କେବେ ହେଲେ ଆୟରଲ୍ୟାଣ୍ଡ ଯାଇନାହିଁ। ମୁଁ ଅଷ୍ଟ୍ରେଲିଆରେ ବଡ଼ ହୋଇଛି। ଯେତେବେଳେ ମୁଁ ୮ ବର୍ଷର ହୋଇଥିଲି ସେତେବେଳେ ଅଷ୍ଟ୍ରେଲିଆ ଆସିଥିଲି। ମାତ୍ର ଅପରେଶନର ୧୦ ଦିନ ପରେ ମୁଁ ମୋ ମୂଳ ଭାଷା କହିବା ବଦଳରେ ଆୟରିଶ୍‌ ଭାଷା କହିବାରେ ଲାଗିଲି। ଯାହା ମୁଁ ନଜେ ମଧ୍ୟ ଜାଣି ପାରୁନି। ଏହା କିପରି ସମ୍ଭବ ହେଲା।

ଆଞ୍ଜେଲା ଏହା ଉପରେ ଅନେକ ରିସର୍ଚ୍ଚ କଲେ। କିଛି ଡାକ୍ତରଙ୍କ ସହ କଥା ମଧ୍ୟ ହେଲେ। ତେବେ ଡାକ୍ତରଙ୍କ କହିବାନୁଯାୟୀ, ଆଞ୍ଜେଲାଙ୍କୁ ଫରିନ୍‌ ଆକ୍ସେଣ୍ଟ ସିଣ୍ଡ୍ରୋମ୍‌ ନାମକ ଏକ ରୋଗ ହୋଇଥିଲା। ଏମିତି ଅବସ୍ଥାରେ ସାଧାରଣତଃ ଲୋକଙ୍କ ମୁଣ୍ଡରେ ଆଘାତ ଲାଗିଥାଏ। ଫଳରେ ରୋଗୀ ନିଜ କହିବା ଶୈଳୀକୁ ଭୁଲିଯାଏ। ୧୯୦୭ ମସିହାରୁ ଏପରି ରୋଗରେ ସମଗ୍ର ବିଶ୍ୱରେ କେବଳ ୧୦୦ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ କେତେକ ସ୍ଥାୟୀ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ଠୁ ୬ଗୁଣା ଅଧିକ ଧନୀ ସାୟନି ଘୋଷ, ଏତେ ଟଙ୍କାର ମାଲିକାଣୀ…

କୋଲକାତା,୧୦।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନ ଫଳାଫଳ ଏବଂ ରାଜ୍ୟରେ ଭାଜପା ସରକାର ଗଠନ ପରେ, ୧୫ ବର୍ଷ ଧରି ବଙ୍ଗଳାରେ ଶାସନ କରିଥିବା ତୃଣମୂଳ କଂଗ୍ରେସ (ଟିଏମସି)…

ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!

ଇସଲାମବାଦ,୧୦।୬: ପାକିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ପାକିସ୍ତାନ ସେନା ଆଭିଏସନ୍ Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଏଥିରେ…

ଧାନ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ହେଲା ଟ୍ରକ, ଚାଳକ….

ଅତାବିରା,୧୦।୬(ଯୁଧିଷ୍ଠିର ମହାପାତ୍ର): ରାଜ୍ୟରେ ରବି ଧାନ କିଣାବିକା ଅବଧି ଯେତେ ବିତୁଛି, ସେତିକି ଚାଷୀ ସମସ୍ୟା ବଢ଼ିବାରେ ଲାଗିଛି । କେତେବେଳେ ଟୋକନ ତ ଆଉ କେତେବେଳେ…

ଧକ୍କା ଦେଇ ସ୍କୁଟିକୁ ଘୋଷାଡ଼ି ନେଲା ପିକ୍‌ଅପ୍‌, ଆଉ ତା’ ପରେ…

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଖଦାଲପଡ଼ା ସୁରୁଚି ମାର୍କେଟ ସମ୍ମୁଖ ରାସ୍ତାରେ ବୁଧବାର ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ପିକ୍‌ଅପ୍‌ ଗାଡ଼ି ଜଣେ ଓକିଲଙ୍କ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri