Posted inଫୁରସତ

୯ ମାସ ଗର୍ଭବତୀ ରହି ପ୍ଲାଷ୍ଟିକ ଶିଶୁକୁ ଜନ୍ମ ଦେଉଛନ୍ତି ଏହି ମହିଳା ! ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ମା’ ହେବାର ଅନୁଭବ ପ୍ରତ୍ୟେକ ମହିଳାଙ୍କ ପାଇଁ ଅତ୍ୟନ୍ତ ଖାସ୍‌। ଯେତେବେଳେ ସେ ନିଜ ଶିଶୁକୁ ୯ ମାସ ପର୍ଯ୍ୟନ୍ତ ଗର୍ଭରେ ରଖିଥାନ୍ତି, ସେହି ସମୟରେ ସେମାନଙ୍କ ଖୁସି କହିଲେ ନ ସରେ। ହେଲେ ୨୫ ବର୍ଷୀୟା କ୍ୟାଥରିନ୍‌ ବାର୍ନେସ ତାଙ୍କର ଭିନ୍ନ ପ୍ରକାରର କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। କ୍ୟାଥରିନ୍‌ ବର୍ତ୍ତମାନ ୧୦ଟି ସନ୍ତାନର ମା’। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମହିଳା ପ୍ଲାଷ୍ଟିକ୍‌ ଡଲ ବା କଣ୍ଢେଇ ଜନ୍ମ କରନ୍ତି। ଏହି ପ୍ଲାଷ୍ଟିକ କଣ୍ଢେଇକୁ ସେ ନିଜର ପ୍ରକୃତ ପିଲା ପରି ଲାଳନପାଳନ କରିଥାନ୍ତି।


କ୍ୟାଥରିନ ଲାଇଫ୍‌ଲାଇକ୍‌ କଣ୍ଢେଇକୁ ବହୁତ ଭଲ ପାଆନ୍ତି। ସେ ଏହି କଣ୍ଢେଇ ଅର୍ଡର କରିଥାନ୍ତି। ଏହି କଣ୍ଢେଇମାନଙ୍କ ସହ ଘନିଷ୍ଟ ସମ୍ପର୍କ ସ୍ଥାପନ ପାଇଁ କ୍ୟାଥରିନ୍‌ ଅର୍ଡର ଦେବା ପୂର୍ବରୁ ୯ ମାସ ଗର୍ଭବତୀ ପରି ଅଭିନୟ କରିଥାନ୍ତି। ଏହି ସମୟରେ ସେ ଜଣେ ଗର୍ଭବତୀ ମହିଳାଙ୍କ ପରି ସମସ୍ତ କାମ କରିଥାନ୍ତି। ଏଥିସହ ସେ ଶିଶୁର ଅଲଟ୍ରାସାଉଣ୍ଡ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ୯ ମାସ ପରେ ସେ ଏହି ନକଲି ଶିଶୁ ଅର୍ଥାତ୍‌ କଣ୍ଢେଇକୁ ଦୁନିଆ ସମ୍ମୁଖକୁ ଆଣିଥାନ୍ତି। କ୍ୟାଥରିନ ତାଙ୍କ ନାମ ମଧ୍ୟ ରଖିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖରେ ଏପରି ୧୦ଟି କଣ୍ଢେଇ ଅଛନ୍ତି। ଏହି ଡଲ୍ସର ମୂଲ୍ୟ ୩୫ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ। କ୍ୟାଥରିନଙ୍କ ଏପରି ଫଟୋ ଦେଖି ଲୋକେ ତାଙ୍କର ମଜାକ୍‌ ଉଡାଇଥାନ୍ତି। କିଛି ଲୋକ ତାଙ୍କୁ ପାଗଳ ମଧ୍ୟ କହିଥାନ୍ତି। ମାତ୍ର ଏଥିରେ କ୍ୟାଥରିନ୍‌ଙ୍କୁ କିଛି ଫରକ୍‌ ପଡ଼ି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ନଦୀର ପାଣି ସବୁବେଳେ ଫୁଟୁଥାଏ, ଅଜାଣତରେ ଗୋଡ଼ ଖସିଗଲେ ମୃତ୍ୟୁ ସୁନିଶ୍ଚିତ

ରହସ୍ୟରେ ପରିପୂର୍ଣ୍ଣ ଆମାଜନ ଜଙ୍ଗଲ ଏକ ପଜଲ ପରି। କୋଟି କୋଟି ଏକର ପର୍ଯ୍ୟନ୍ତ ଏହା ବିସ୍ତାର ହୋଇଥିବାରୁ ଏହି ଜଙ୍ଗଲ ବିଶ୍ୱର ବୃହତ୍ତମ ଜଙ୍ଗଲ...

ମିଥୁନ ରାଶିରେ ସୂର୍ଯ୍ୟ-ଶନିଙ୍କ ଅଶୁଭ ଯୋଗ: ଜୁଲାଇ ୧୫ ପର୍ଯ୍ୟନ୍ତ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ମୁହାଁମୁହିଁ ସ୍ଥିତି ଆଶଙ୍କା

କାଶୀ,୨୨।୬: ରାହୁଗ୍ରସ୍ତ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏବେ ଜୁନ୍‌ ୩୦ ପର୍ଯ୍ୟନ୍ତ ଆଷାଢ଼ ଗୁପ୍ତ ନବରାତ୍ର ଜାରି ରହିବ। ତେବେ ସୂର୍ଯ୍ୟ ଏବେ ମିଥୁନ ରାଶିରେ...

ସମ୍ପର୍କ ଯୋଡ଼ିବାର ମାଧ୍ୟମ

୧୯୧୫ ମସିହା ୯ ଜାନୁୟାରୀରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ଫେରିଥିଲେ। ଏହି ଦିବସକୁ ସ୍ମରଣ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ପ୍ରତିବର୍ଷ...

ହଜିଯାଇଥିବା ପୋଷା କୁକୁରକୁ ଖୋଜିବା ପାଇଁ ଚାକିରି ଛାଡିଲେ ମହିଳା

ଓ୍ବାଶିଂଟନ୍‌: ଆମେରିକାର ଓ୍ବାଶିଂଟନରେ ଜଣେ ମହିଳା ହଜିଯାଇଥିବା ପୋଷା କୁକୁରକୁ ଖୋଜିବା ପାଇଁ ଚାକିରି ଛାଡିଦେଇଛନ୍ତି। ଗତ ଜୁଲାଇ ମାସରେ କ୍ୟାରୋଲ୍‌ ନାମକ ଜଣେ ମହିଳା...

କରୋନା ସମୟରେ ଚାଲିଗଲା ଚାକିରି, ଭିଡିଓ କରି ଏବେ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା

ଇଣ୍ଟରନେଟ୍‌ ଏବଂ ସୋସିଆଲ ମିଡିଆ ଜରିଆରେ ଅନେକେ ଜିରୋରୁ ହିରୋ ହୋଇ ଚର୍ଚ୍ଚାକୁ ଆସିଥିବା ନଜିର ରହିଛି। ସେମିତି ଜଣେ ଯୁବକ ହେଉଛନ୍ତି ଖବାନେ ଲେମ୍‌।...

କରୋନା ଆତଙ୍କ: କୁକୁର ଫେସ୍‌ ମାସ୍କ୍‌ ବିକ୍ରିରେ ୧୦ ଗୁଣା ବୃଦ୍ଧି

ବେଜିଂ, ୨।୨: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏଥିରୁ ସୁରକ୍ଷିତ ରହିବା ପାଇଁ ଲୋକେ ଫେସ୍‌ ମାସ୍କ୍‌ ବ୍ୟବହାର...

କୁକୁର ବେଲ୍ଟରେ କ୍ୟାମେରା

ନୂଆଦିଲ୍ଲୀ, ୨୮।୧: ଭାରତୀୟ ସୁରକ୍ଷା ବ୍ୟବସ୍ଥାରେ ଡଗ୍‌ ସ୍କ୍ବାଡ୍‌କୁ ନିୟୋଜିତ କରାଯାଇଥାଏ। ତେବେ ଏବେ ଏହି ସ୍କ୍ବାଡ୍‌ର ପ୍ରତି କୁକୁରଙ୍କ ବେଲ୍ଟରେ କ୍ୟାମେରା ଲଗାଯାଇ ସେମାନଙ୍କୁ...

କରୋନା ଭୟ: ସାବୁନରେ ସଫାକଲେ ଧନିଆପତ୍ର

ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି ହୋଇଛି। ଏହି...

Advertisement


Archives

Model This Week