ସାଧାରଣଠାରୁ ୨ଗୁଣ ଉଚ୍ଚତାର ଶିଶୁ ଜନ୍ମ

ଲଣ୍ଡନ,୨୭।୫: ଦକ୍ଷିଣ-ପୂର୍ବ ଇଂଲଣ୍ଡର ବକିଂହାମ୍‌ଶାୟାରରେ କାଉଣ୍ଟିର ଜଣେ ୨୭ ବର୍ଷୀୟା ଆମି ନାମକ ମହିଳା ଏକ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଶିଶୁର ଉଚ୍ଚତା ଏବଂ ଓଜନ ସାଧାରଣ ଶିଶୁଙ୍କଠାରୁ ୨ ଗୁଣ। ସାଧାରଣତଃ ନବାଗତ ଶିଶୁଙ୍କ ଉଚ୍ଚତା ୧ଫୁଟ୍‌ ହୋଇଥାଏ। ସେହିପରି ଜଣେ ସୁସ୍ଥ ଶିଶୁର ଓଜନ ପାଖାପାଖି ୩ କେଜି ରହିଥାଏ। କିନ୍ତୁ ମାର୍ଚ୍ଚ ୨୫ତାରିଖରେ ବକିଂହାମ୍‌ଶାୟାରର ଏକ ମେଡିକାଲରେ ଜନ୍ମ ହୋଇଥିବା ଶିଶୁର ଉଚ୍ଚତା ୨ଫୁଟ୍‌ ହୋଇଥିବା ବେଳେ ଓଜନ ୧୨ ପାଉଣ୍ଡ ଅର୍ଥାତ୍‌ ୫.୪୪ କେଜି। ଏଭଳି ବିରଳ ଶିଶୁ ପ୍ରସବ ହେବା ପରେ ହସ୍ପିଟାଲ ଡାକ୍ତରଙ୍କ ସମେତ ଅନ୍ୟମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଜନ୍ମ ବେଳେ ଶିଶୁ ଜାଗ୍ରିସ୍‌ଙ୍କ ଉଚ୍ଚତା ଏତେ ଥିଲା ଯେ, ତାଙ୍କୁ ଓଜନ ମାପ ଯନ୍ତ୍ରରେ ରଖାଯାଇ ପାରି ନ ଥିଲା। ଏପରି କି ମେଡିକାଲର ସିଜେରିଆନ୍‌ ବିଭାଗରୁ ତାଙ୍କୁ ଆଣିବା ପାଇଁ ୨ଜଣ ଲୋକଙ୍କ ଆବଶ୍ୟକତା ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବର ପଞ୍ଚମ ବିଜୟ

ମୁଲାନପୁର,୧୯ା୪: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ…

କାର୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ବେଲଗୁଣ୍ଠା,୧୯।୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ ଗଙ୍ଗପୁର ଥାନା ଅଧୀନ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ…

ଆମେରିକାର ଲୁଇସିଆନାରେ ହୃଦୟ ବିଦାରକ ଘଟଣା, ୮ ଛୁଆଙ୍କୁ ହତ୍ୟା

ଓ୍ବାଶିଂଟନ,୧୯ା୪: ଆମେରିକାର ଲୁଇସିଆନାରେ ଘରୋଇ ହିଂସା ସହିତ ଜଡିତ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣାରେ ଅତି କମରେ ଆଠ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ…

ରୋଷେଇ ବେଳେ ବିସ୍ଫୋରଣ ହେଲା ଗ୍ଯାସ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ୩…

ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର  ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ…

ସାଙ୍ଗ ଗୁଳିରେ ଚାଲିଗଲା ସାଙ୍ଗର ଜୀବନ

ଫୁଲବାଣୀ/ଚକାପାଦ/ବାଲିଗୁଡା,୧୯ା୪(ରାକେଶ କୁମାର ରାଉତ/ପ୍ରତାପ କିଶୋର ବେହେରା/ ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲକୁ ଶିକାର କରିବାକୁ ୩ ସାଙ୍ଗ ଯାଇଥିଲେ। ହେଲେ ଶିକାର କଲାବେଳେ ବନ୍ଧୁକ ଧରିଥିବା ଯୁବକଙ୍କ…

ପ୍ରେମିକାକୁ ମାଡ଼ ମାରିଲେ ପ୍ରେମିକ, ନିର୍ଯାତନା ସହି ନପାରି ଆତ୍ମହତ୍ୟା କଲେ

କୋରାପୁଟ,୧୯ା୪(ଅମିତାଭ ବେହେରା ): ପ୍ରେମିକର ନିର୍ଯ୍ୟାତନା ସହି ନପାରି ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଚକା ଫାଟି ଗଛରେ ପିଟିହେଲା କାର: ପରିବାରର ୬ଗୁରୁତର

ବଘିଆପଡ଼ା,୧୯।୪(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଗାୟତ୍ରୀ ପ୍ରଜ୍ଞାପୀଠ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ର ଆଗ…

ଥୁଆମୂଳ ରାମପୁରରେ ଅବକାରୀ ବିଭାଗର ଚଢ଼ାଉ: ୨୫ କୁଇଣ୍ଟାଲ ମହୁଲ ସହ ପିକଅପ୍ ଭ୍ୟାନ ଜବତ

ଥୁଆମୂଳ ରାମପୁର,୧୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମହୁଲ ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri