ସୁପରମାର୍କେଟ୍‌ରେ ସାମଗ୍ରୀ କିଣୁଥିଲେ ମହିଳା, ସାମ୍ନାକୁ ଆସିଗଲା ୧୦ଫୁଟର ଅଜଗର; ଆଉ ତା’ ପରେ…

ଅଷ୍ଟ୍ରେଲିଆର ଏକ ସୁପରମାର୍କେଟକୁ ଜଣେ ମହିଳା ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ଠିକ୍‌ ଏହି ସମୟରେ ତାଙ୍କ ସାମ୍ନାକୁ ଏକ ଅଜଗର ଚାଲିଆସିଲା। ଏହା ପରେ ମହିଳା ଜଣକ ଡରି ଯାଇ ନ ଥିଲେ, କାରଣ ସାପକୁ କେମିତି ଧରି ହେବ ସେ କୌଶଳ ତାଙ୍କୁ ଜଣାଥିଲା। ତଥାପି ପ୍ରଶ୍ନ ଉଠୁଛି ଶପିଂ ମଲ୍‌ ଭିତରକୁ ଏତେ ବଡ଼ ସାପ କେମିତି ଆସିଲା।

ହୈଲେନ ନାମକ ଏହି ମହିଳା ଜଣକ ଦୋକାନ ଭିତରେ ଥିବା ମସଲା ସେଲ୍‌ଫ୍‌ ନିକଟକୁ ଯାଇ ଚିକେନ ମସଲା ଆଣୁଥିଲେ। ଏହି ସମୟରେ ଜାର୍‌ ପଛପଟରେ ଅଜଗରଟି ଲୁଚିଥିଲା। ସମସ୍ତ ମସଲା ଡବା ଫିଙ୍ଗି ସେ ହୈଲେନଙ୍କ ଆଗକୁ ମାଡ଼ି ଆସିଲା। ହୈଲେନ ଏହା ଦେଖି ଶାନ୍ତ ରହିଥିଲେ। କାରଣ ତାଙ୍କ ନିକଟରେ ସାପ ଧରିବା ବାଡ଼ି ଥିଲା। ଏହି ଖବର ମଲ୍‌ ସାରା ବ୍ୟାପିଯିବା ପରେ ଅନ୍ୟମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଗ୍ରାହକଙ୍କ ସୁରକ୍ଷା ପାଇଁ ଏହି ସୁପରମାର୍କେଟକୁ କିଛି ସମୟ ବନ୍ଦ କରି ଦିଆଯାଇଥିଲା। ପରେ ସାପଟିକୁ ସ୍ନେକ୍‌ ହେଲ୍‌ପଲାଇନର ସଦସ୍ୟମାନେ ଧରି ନିକଟରେ ଥିବା ଜଙ୍ଗଲରେ ଛାଡ଼ି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ପିଲାଙ୍କ ପାଇଁ ଝୁମ୍ପୁଡି ବସ୍ତିରେ ସ୍କୁଲ ଖୋଲିରେ ୧୨ ବର୍ଷର ଛାତ୍ର

ଆର୍ଜେଣ୍ଟିନାର ସାନ୍‌ଜୁଆନ୍‌ ସ୍ଥିତ ୧୨ ବର୍ଷୀୟ ଲିଓନାର୍ଡୋ ନିକାନୋର୍‌ ନିଜେ ପଢ଼ିବା ସହ ଗରିବ, ଅସହାୟ, ନିରାଶ୍ରୟ ପିଲାଙ୍କୁ ପଢ଼ାଇବାର ଏକ ଗୁରୁଦାୟିତ୍ୱ ବହନ କରିଛନ୍ତି।...

୨ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି…

ପାଟନା,୧୬।୯: ବିହାରରେ ୨ ଛାତ୍ରଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଆସିଛି। ଏହାକୁ ନେଇ ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବର ପ୍ରଚାରିତ ହେବା ପରେ...

ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା

ପ୍ୟାରିସ,୧।୪: ଫ୍ରାନ୍ସରେ କରୋନାର ତୃତୀୟ ଲହର ଜାରି ରହିଛି। ଏହାକୁ ଦୃଷ୍ଟିରେ ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଦେଶବ୍ୟାପୀ ଲକ୍‌ଡାଉନ୍‌...

ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକ୍‌: ୪୪ ମୃତ

ତ୍ରିପୋଲି,୩।୭: ଲିବିୟାର ଏକ ପ୍ରବାସୀ କେନ୍ଦ୍ର ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୪୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩୦ରୁ ଅଧିକ ଲୋକ ଆହତ...

ଆଜିପର୍ଯ୍ୟନ୍ତ ଖୋଲୁନାହିଁ ଏହି ମନ୍ଦିରର ୭ମ ଦ୍ୱାର

ଭାରତରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି। ସେଥିମଧ୍ୟରୁ ଅନେକ ମନ୍ଦିର ବେଶ୍‌ ରହସ୍ୟମୟ। ସେହିପରି ଏକ ମନ୍ଦିର ହେଉଛି କେରଳର ଥିରୁବନନ୍ତପୁରମ୍‌ରେ ଅବସ୍ଥିତ ପଦ୍ମନାଭସ୍ବାମୀ ମନ୍ଦିର।...

ମିଳିଲାଣି ହଜାରେ ଶିଶୁଙ୍କ ମୃତଦେହ

ଅଟାଓ୍ବା, ୧୫ା୭: କାନାଡାର ଦକ୍ଷିଣପଶ୍ଚିମ ବ୍ରିଟିଶ କଲମ୍ବିଆସ୍ଥିତ ଏକ ବୋର୍ଡିଂ ସ୍କୁଲରୁ ଚତୁର୍ଥ ପର୍ଯ୍ୟାୟରେ ସୋମବାର ଆହୁରି ୧୬୦ ଛାତ୍ରୀଛାତ୍ରଙ୍କ କଙ୍କାଳ ମିଳିଛି। ଏହାକୁ ମିଶାଇ...

ଖବର କାଗଜ ଅବା ଚିଠିରେ ବ୍ୟାପେନା କରୋନା

ଓ୍ବାଶିଂଟନ,୨୬।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନାର ସଂକ୍ରମଣ ନେଇ ନାନା ଗୁଜବ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଭର୍ଜିନିଆ...

ଚାଇନା ବିମାନକୁ ତାଇଓ୍ବାନ ଖସାଇବା ଖବର ମିଛ: ଚାଇନା

ବେଜିଂ,୪।୯: ଚାଇନାର ଏକ CCP SU-35 ବିମାନକୁ ତାଇଓ୍ବାନ ଖସାଇ ଦେଇଥିବା ଖବର ଶୁକ୍ରବାର ସକାଳେ ବିଭିନ୍ନ ଗଣ ମାଧ୍ୟମରେ ଦେଖିବାକୁ ମିଳିଥିଲା। ହେଲେ ଏହି...

Advertisement
Archives

Model This Week