Posted inଫୁରସତ

ଅଜବ ନିଶା: ସପ୍ତାହକୁ ୩ ବର୍ଗଫୁଟ କାନ୍ଥ ଖାଉଛନ୍ତି ଏହି ମହିଳା

ଦୁନିଆରେ ଅନେକ ବିଚିତ୍ର ଲୋକ ଅଛନ୍ତି। ଯେଉଁମାନେ ସେମାନଙ୍କର ଅଜବ କାରନାମାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେମିତି ଜଣେ ମହିଳା ଅଛନ୍ତି, ଯିଏ କି ଘରର କାନ୍ଥ ଖାଇ ଚର୍ଚ୍ଚାକୁ ଆସିଛନ୍ତି। ଏକଥା ବିଶ୍ୱାସ ହେଉ ନ ଥିଲେ ବି ସତ।

ଏମିତି ମହିଳା ଆମେରିକାର ମିଚିଗାନରେ ରୁହନ୍ତି। ତାଙ୍କ ନାମ ନିକୋଲ। ସେ ପ୍ରଥମେ ଚକ୍‌ ଖାଉଥିଲେ। ଆଉ ଏବେ ନିଜର ଇଚ୍ଛା ଦୂର କରିବା ପାଇଁ ଘରର କାନ୍ଥ ଖାଉଛନ୍ତି। ଏକଥା ଆମେ କହୁନୁ। ନିକୋଲ ନିଜେ ଏକ ଟିଭି କାର୍ଯ୍ୟକ୍ରମରେ ତାଙ୍କର ଏପରି ଅଦ୍ଭୁତ ନିଶା ବିଷୟରେ କହିଥିଲେ। ତାଙ୍କ କଥା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାନ୍ଥ ଖାଇବା ନିଶା ତାଙ୍କର କିପରି ବଢ଼ିଥିଲା ଜାଣନ୍ତୁ ସେ ସମ୍ପର୍କରେ…

ନିକୋଲ କୁହନ୍ତି, ସେ ଘରର ଶୁଖିଲା କାନ୍ଥର ଗନ୍ଧକୁ ଭଲ ପାଆନ୍ତି। ଏପରିକି ସେ ଗୋଟିଏ ସପ୍ତାହରେ ତିନି ବର୍ଗଫୁଟ କାନ୍ଥ ଖାଉଛନ୍ତି। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି।
୫ ବର୍ଷରୁ ଅଧିକ ହେବ ସେ ଚକ୍‌ ଖାଉଥିଲେ। ତାଙ୍କ ମା’ଙ୍କ ମୃତ୍ୟୁ ହେବାରୁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ସେବେଠାରୁ ସେ କାନ୍ଥ ଖାଇବାରେ ଅଭ୍ୟସ୍ତ ହୋଇଗଲେ। ତାଙ୍କର ଏହି କୁଅଭ୍ୟାସ ହେତୁ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି ବୋଲି ସେ କହିଛନ୍ତି। ନିକୋଲ ବିଭିନ୍ନ କାନ୍ଥର ସ୍ବାଦକୁ ଭଲ ପାଆନ୍ତି।

ତାଙ୍କର ଏହି କୁଅଭ୍ୟାସକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଚେତାବନୀ ଦେଇଛନ୍ତି।
ଡାକ୍ତରମାନେ ତାଙ୍କୁ କହିଛନ୍ତି, କାନ୍ଥ ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହୋଇପାରେ, କାରଣ କାନ୍ଥରେ ଥିବା ରଙ୍ଗରେ ରାସାୟନିକ ପଦାର୍ଥ ଥାଏ। ନିକୋଲ କହିଛନ୍ତି, ସେ ଏହି ନିଶାରୁ ମୁକ୍ତି ପାଇବାରେ ବିଫଳ ହୋଇଛନ୍ତି। ବହୁତ ଚେଷ୍ଟା କରିବା ପରେ ମଧ୍ୟ ସେ ଏହି ନିଶା ଛାଡ଼ି ପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

ସ୍କୁଲ ନା ଗୋଦାମ ଘର, ନିଜ ଖର୍ଚ୍ଚରେ ଜେନେରେଟର ଚଳାଉଛନ୍ତି ଶିକ୍ଷକ: ଶ୍ରେଣୀକୋଠରି ଅଭାବରୁ ୧୮୩ ଛାତ୍ରୀଛାତ୍ର

ଜମନକିରା, ୨୨।୮ (ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ ତଥା ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ…

ବିଜୟ ସରକାର ଏହି ପିଲାମାନଙ୍କୁ ଦେବେ ବଡ଼ ଉପହାର; ଅଳଙ୍କାର ବ୍ୟବସାୟୀମାନଙ୍କୁ ଦିଆଯାଇଛି ଅର୍ଡର

ଚେନ୍ନାଇ,୨୨।୮: ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମାନ ସୁନା ମୁଦି ଯୋଜନା’ ଆରମ୍ଭ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସାପକାମୁଡ଼ାରେ ଗଲା କକା-ପୁତୁରାଙ୍କ ଜୀବନ: ଶ୍ରମିକ ଗୁରୁତର

ଖଡ଼ିଆଳ, ୨୨।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ ସାପକାମୁଡ଼ାରେ କକା-ପୁତୁରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଥିବା…

‘ବନ୍ଦେ ମାତରମ୍‌’କୁ ନେଇ ଏମିତି କହିଲେ ଧର୍ମେନ୍ଦ୍ର, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୨୨।୮: ବନ୍ଦେ ମାତରମ ଉପରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ପ୍ରସ୍ତାବ ଉପରେ ପ୍ରତିକ୍ରିୟା ଦେଇ, ଭାଜପା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶନିବାର (୨୨ ଅଗଷ୍ଟ) ଓଡ଼ିଶାର ତାଳଚେରରେ…

ମହଙ୍ଗା ପଡ଼ିବ ସରକାରୀ ଜମି ଜବରଦଖଲ: ପୁଣି କବ୍‌ଜା କଲା ବିଡିଏ

ଭୁବନେଶ୍ୱର,୨୨ା୮(ରବିନାରାୟଣ ଜେନା):ଶଙ୍କରପୁର ମୌଜାରେ ସରକାରୀ ଜମି ଜବରଦଖଲ କରିବା ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ପାଚେରି ଭାଙ୍ଗିବା ଜଣେ ଜବରଦଖଲକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ଏନେଇ…

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri