Posted inଫୁରସତ

ଅଜବ ନିଶା: ସପ୍ତାହକୁ ୩ ବର୍ଗଫୁଟ କାନ୍ଥ ଖାଉଛନ୍ତି ଏହି ମହିଳା

ଦୁନିଆରେ ଅନେକ ବିଚିତ୍ର ଲୋକ ଅଛନ୍ତି। ଯେଉଁମାନେ ସେମାନଙ୍କର ଅଜବ କାରନାମାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେମିତି ଜଣେ ମହିଳା ଅଛନ୍ତି, ଯିଏ କି ଘରର କାନ୍ଥ ଖାଇ ଚର୍ଚ୍ଚାକୁ ଆସିଛନ୍ତି। ଏକଥା ବିଶ୍ୱାସ ହେଉ ନ ଥିଲେ ବି ସତ।

ଏମିତି ମହିଳା ଆମେରିକାର ମିଚିଗାନରେ ରୁହନ୍ତି। ତାଙ୍କ ନାମ ନିକୋଲ। ସେ ପ୍ରଥମେ ଚକ୍‌ ଖାଉଥିଲେ। ଆଉ ଏବେ ନିଜର ଇଚ୍ଛା ଦୂର କରିବା ପାଇଁ ଘରର କାନ୍ଥ ଖାଉଛନ୍ତି। ଏକଥା ଆମେ କହୁନୁ। ନିକୋଲ ନିଜେ ଏକ ଟିଭି କାର୍ଯ୍ୟକ୍ରମରେ ତାଙ୍କର ଏପରି ଅଦ୍ଭୁତ ନିଶା ବିଷୟରେ କହିଥିଲେ। ତାଙ୍କ କଥା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାନ୍ଥ ଖାଇବା ନିଶା ତାଙ୍କର କିପରି ବଢ଼ିଥିଲା ଜାଣନ୍ତୁ ସେ ସମ୍ପର୍କରେ…

ନିକୋଲ କୁହନ୍ତି, ସେ ଘରର ଶୁଖିଲା କାନ୍ଥର ଗନ୍ଧକୁ ଭଲ ପାଆନ୍ତି। ଏପରିକି ସେ ଗୋଟିଏ ସପ୍ତାହରେ ତିନି ବର୍ଗଫୁଟ କାନ୍ଥ ଖାଉଛନ୍ତି। ତାଙ୍କର ଏକ ସନ୍ତାନ ମଧ୍ୟ ଅଛି।
୫ ବର୍ଷରୁ ଅଧିକ ହେବ ସେ ଚକ୍‌ ଖାଉଥିଲେ। ତାଙ୍କ ମା’ଙ୍କ ମୃତ୍ୟୁ ହେବାରୁ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ସେବେଠାରୁ ସେ କାନ୍ଥ ଖାଇବାରେ ଅଭ୍ୟସ୍ତ ହୋଇଗଲେ। ତାଙ୍କର ଏହି କୁଅଭ୍ୟାସ ହେତୁ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଛି ବୋଲି ସେ କହିଛନ୍ତି। ନିକୋଲ ବିଭିନ୍ନ କାନ୍ଥର ସ୍ବାଦକୁ ଭଲ ପାଆନ୍ତି।

ତାଙ୍କର ଏହି କୁଅଭ୍ୟାସକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଚେତାବନୀ ଦେଇଛନ୍ତି।
ଡାକ୍ତରମାନେ ତାଙ୍କୁ କହିଛନ୍ତି, କାନ୍ଥ ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହୋଇପାରେ, କାରଣ କାନ୍ଥରେ ଥିବା ରଙ୍ଗରେ ରାସାୟନିକ ପଦାର୍ଥ ଥାଏ। ନିକୋଲ କହିଛନ୍ତି, ସେ ଏହି ନିଶାରୁ ମୁକ୍ତି ପାଇବାରେ ବିଫଳ ହୋଇଛନ୍ତି। ବହୁତ ଚେଷ୍ଟା କରିବା ପରେ ମଧ୍ୟ ସେ ଏହି ନିଶା ଛାଡ଼ି ପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାର ଶେଯରେ ୯ ଭୀଷ୍ମ

ମହାଭାରତରେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥିଲେ। ଏହା ଉପରେ ଥାଇ ବି ସେ ଅନେକ ଦିନ ଜୀବିତ ଥିଲେ। କାରଣ ତାଙ୍କୁ ଇଚ୍ଛାମୃତ୍ୟୁର ବରଦାନ ମିଳିଥିଲା।...

୪୦ ଟଙ୍କାର ଲଟେରି ଟିକେଟ ଏପରି ବଦଳାଇଦେଲା ଏହି ବ୍ୟକ୍ତିଙ୍କ ଭାଗ୍ୟ

ବେଳେବେଳେ ସାଧାରଣ ଜିନିଷଟିଏ ବି ମଣିଷର ଭାଗ୍ୟ ବଦଳାଇ ଦିଏ। ଏମିତି ଏକ ମାମଲା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି କେରଳରେ ରହୁଥିବା ବେଳେ...

ସାବଧାନ! ଏସବୁ ଫୋନ୍‌ରେ ବନ୍ଦ ହୋଇଯିବ ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୩୧ା୧୦: ହ୍ବାଟ୍ସଆପ୍‌ ହେଉଛି ସବୁଠୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌। ଅନେକ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଉପଭୋକ୍ତା ସେମାନଙ୍କ ନିଜ ଲୋକମାନଙ୍କ ସହ ଯୋଡ଼ି ହୋଇ...

ବିବାହ ପରେ ସ୍ବାମୀ କହିଲେ ମୁଁ ମହିଳା ହେବାକୁ ଚାହୁଁଛି, ଏମିତି କଲେ ସ୍ତ୍ରୀ

ଯଦି ବିବାହ ପରେ ସ୍ବାମୀ କୁହନ୍ତି ଯେ ସେ ଜଣେ ମହିଳା ହେବାକୁ ଚାହୁଁଛନ୍ତି, ତେବେ ସେତେବେଳେ ସ୍ତ୍ରୀଙ୍କ ପ୍ରତିକ୍ରିୟା କ’ଣ ହେବ? କଳ୍ପନା କରିବା...

ପ୍ରଥମ ପାରିଶ୍ରମିକ ଟଙ୍କା ଠାକୁରଙ୍କ ପାଖେ ରଖିଥିଲି: ଚିତ୍ରଶିଳ୍ପୀ ତଥା ଲେଖିକା ସ୍ନିଗ୍ଧା ସାହୁ

କଟକର ପାରେଶ୍ୱର ସାହିରେ ମୋର ଜନ୍ମ। ଯୋବ୍ରା ଉଚ୍ଚବିଦ୍ୟାଳୟରୁ ୧୯୮୬ରେ ମାଟ୍ରିକ୍‌ ପାସ୍‌ କରିବା ପରେ ରେଭେନ୍‌ଶା କଲେଜରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି...

ଆଖି ନ ଥାଇ ଏଭରେଷ୍ଟ ଚଢ଼ିଲେ

ଚାଇନାର ଜଣେ ପର୍ବତାରୋହଣକାରୀ ବିନା ଦୃଷ୍ଟିଶକ୍ତିରେ ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। ୪୪ ବର୍ଷୀୟ ଝାଙ୍ଗ ହୋଙ୍ଗ୍‌ ଏପରି କରିବାରେ...

ପୃଥିବୀର ଘୂରିବା ବେଗ ଧିମା ହେଉଥିବାରୁ ଭୂମିକମ୍ପ ତୀବ୍ରତା ବଢୁଛି

ନୂଆଦିଲ୍ଲୀ: ପୃଥିବୀ ତା’ କକ୍ଷପଥରେ ୧୬୭୦ କିଲୋମିଟର ବେଗରେ ଘୂରୁଛି। ନାସାର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପୃଥିବୀ ତା’ କକ୍ଷ ପଥରେ...

ହାତୀ ସହ ଗୋଟିଏ ଥାଳିରେ ଖାଦ୍ୟ ଖାଇଲେ ଏହି ବ୍ୟକ୍ତିି

ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ମଧ୍ୟରେ ବନ୍ଧୁତା କାହିଁ କେଉଁ କାଳରୁ ରହିଆସିଛି। ନିକଟରେ ଏହାର ଆଉ ଏକ ଉଦାହରଣ କେରଳରେ ଦେଖିବାକୁ ମିଳିଛି। ଏଠାରେ ଏକ...

Advertisement
Archives

Model This Week