Posted inଜାତୀୟ

ଦେବଦୂତ ସାଜିଲେ ମହିଳା ଡାକ୍ତର, ସିପିଆର ଦେଇ ବଞ୍ଚାଇଲେ ୬ ବର୍ଷ ଶିଶୁର ଜୀବନ

ଅମରାବତି,୧୯।୫: ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଜଣେ ୬ବର୍ଷର ଶିଶୁ ଏକ ବୈଦ୍ୟୁତିକ ଆଘାତ ପାଇ ଚେତାଶୂନ୍ୟ ହୋଇଗଲା। ଏହା ପରେ ଶିଶୁଟିର ବାପା ତାଙ୍କୁ ଡାକ୍ତରଖାନା ନେବାକୁ ରାସ୍ତାରେ କାନ୍ଦୁଥିବାର ଦେଖାଯାଇଥିଲା। ସେହି ସମୟରେ ସେହି ବାଟରେ ଯାଉଥିବା ଜଣେ ମହିଳା ଡାକ୍ତର ପିଲାଟିକୁ ଦେଖିଥିଲେ।

କୌଣସି ସମୟ ନଷ୍ଟ ନକରି ଡାକ୍ତର ସ୍ଥିତିକୁ ଦେଖି ସଙ୍ଗେ ସଙ୍ଗେ ଅଟକି ଗଲେ ଏବଂ ବାଳକର ଅବସ୍ଥାର ଗମ୍ଭୀରତାକୁ ହୃଦୟଙ୍ଗମ କରି (କୌଣସି ନିଶ୍ୱାସ ପ୍ରଶ୍ୱାସ ଏବଂ ଦୁର୍ବଳ ନାଡ ନାହିଁ) ରାସ୍ତା କଡ଼ରେ କାର୍ଡିଓପୁଲମୋନାରୀ ରିସସସାଇଟୋନ(CPR) ଆରମ୍ଭ କଲେ। ପାଞ୍ଚ ମିନିଟ ପରେ ପିଲାଟି ପୁଣି ନିଶ୍ୱାସ ନେବା ଆରମ୍ଭ କଲା।
ପରେ ବାଳକକୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ୨୪ ଘଣ୍ଟିଆ ଅବଜରଭେଶନ ପରେ ବାଳକକୁ ମଧ୍ୟ ଡିସଚାର୍ଜ କରାଯାଇଥିଲା। ଏହି ଘଟଣାର ଭିଡିଓ ସାମ୍ବାଦିକ ସୁଧାକର ଉଦମୁଲା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି, ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି। ଏଥିସହିତ ଶହ ଶହ ପ୍ରତିକ୍ରିୟା ମଧ୍ୟ ଆସିଛି।
CPR ଯଥା କାର୍ଡିଓପୁଲମୋନାରୀ ପୁନଃଉଦ୍ଧାର ଏକ ପ୍ରକାର ଫାଷ୍ଟଏଡ ଚିକିତ୍ସା। ଯେତେବେଳେ ପୀଡିତାର ନିଶ୍ୱାସ ନେବାରେ ଅସୁବିଧା ହୁଏ କିମ୍ବା ତାଙ୍କ ନିଶ୍ୱାସ ବନ୍ଦ ହୋଇଯାଏ ଏବଂ ସେ ଚେତାଶୂନ୍ୟ ହୋଇଯାଏ। ଏହା କରିବା ଦ୍ୱାରା ତାଙ୍କ ଜୀବନ ରକ୍ଷା ହୋଇପାରିବ।
ଇଲେକ୍ଟ୍ରିକ ଶକ, ବୁଡ଼ିଯିବା ଏବଂ ଶ୍ୱାସକ୍ରିୟା ପରି ପରିସ୍ଥିତିରେ ରୋଗୀଙ୍କୁ ସି.ଆର.ପି ଦେଲେ ଆରାମ ମିଳିପାରିବ। ଏଥି ସହିତ, ହୃଦଘାତରେ, ଯେତେ ଶୀଘ୍ର CPR ଦିଆଯାଏ, ସେତେ ଭଲ। ଏହା କରିବା ଦ୍ୱାରା ରୋଗୀର ଜୀବନ ବଞ୍ଚିବାର ସମ୍ଭାବନା ବହୁଗୁଣିତ ହୁଏ।

 


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri