Posted inଜାତୀୟ

ଦେବଦୂତ ସାଜିଲେ ମହିଳା ଡାକ୍ତର, ସିପିଆର ଦେଇ ବଞ୍ଚାଇଲେ ୬ ବର୍ଷ ଶିଶୁର ଜୀବନ

ଅମରାବତି,୧୯।୫: ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଜଣେ ୬ବର୍ଷର ଶିଶୁ ଏକ ବୈଦ୍ୟୁତିକ ଆଘାତ ପାଇ ଚେତାଶୂନ୍ୟ ହୋଇଗଲା। ଏହା ପରେ ଶିଶୁଟିର ବାପା ତାଙ୍କୁ ଡାକ୍ତରଖାନା ନେବାକୁ ରାସ୍ତାରେ କାନ୍ଦୁଥିବାର ଦେଖାଯାଇଥିଲା। ସେହି ସମୟରେ ସେହି ବାଟରେ ଯାଉଥିବା ଜଣେ ମହିଳା ଡାକ୍ତର ପିଲାଟିକୁ ଦେଖିଥିଲେ।

କୌଣସି ସମୟ ନଷ୍ଟ ନକରି ଡାକ୍ତର ସ୍ଥିତିକୁ ଦେଖି ସଙ୍ଗେ ସଙ୍ଗେ ଅଟକି ଗଲେ ଏବଂ ବାଳକର ଅବସ୍ଥାର ଗମ୍ଭୀରତାକୁ ହୃଦୟଙ୍ଗମ କରି (କୌଣସି ନିଶ୍ୱାସ ପ୍ରଶ୍ୱାସ ଏବଂ ଦୁର୍ବଳ ନାଡ ନାହିଁ) ରାସ୍ତା କଡ଼ରେ କାର୍ଡିଓପୁଲମୋନାରୀ ରିସସସାଇଟୋନ(CPR) ଆରମ୍ଭ କଲେ। ପାଞ୍ଚ ମିନିଟ ପରେ ପିଲାଟି ପୁଣି ନିଶ୍ୱାସ ନେବା ଆରମ୍ଭ କଲା।
ପରେ ବାଳକକୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ୨୪ ଘଣ୍ଟିଆ ଅବଜରଭେଶନ ପରେ ବାଳକକୁ ମଧ୍ୟ ଡିସଚାର୍ଜ କରାଯାଇଥିଲା। ଏହି ଘଟଣାର ଭିଡିଓ ସାମ୍ବାଦିକ ସୁଧାକର ଉଦମୁଲା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି, ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି। ଏଥିସହିତ ଶହ ଶହ ପ୍ରତିକ୍ରିୟା ମଧ୍ୟ ଆସିଛି।
CPR ଯଥା କାର୍ଡିଓପୁଲମୋନାରୀ ପୁନଃଉଦ୍ଧାର ଏକ ପ୍ରକାର ଫାଷ୍ଟଏଡ ଚିକିତ୍ସା। ଯେତେବେଳେ ପୀଡିତାର ନିଶ୍ୱାସ ନେବାରେ ଅସୁବିଧା ହୁଏ କିମ୍ବା ତାଙ୍କ ନିଶ୍ୱାସ ବନ୍ଦ ହୋଇଯାଏ ଏବଂ ସେ ଚେତାଶୂନ୍ୟ ହୋଇଯାଏ। ଏହା କରିବା ଦ୍ୱାରା ତାଙ୍କ ଜୀବନ ରକ୍ଷା ହୋଇପାରିବ।
ଇଲେକ୍ଟ୍ରିକ ଶକ, ବୁଡ଼ିଯିବା ଏବଂ ଶ୍ୱାସକ୍ରିୟା ପରି ପରିସ୍ଥିତିରେ ରୋଗୀଙ୍କୁ ସି.ଆର.ପି ଦେଲେ ଆରାମ ମିଳିପାରିବ। ଏଥି ସହିତ, ହୃଦଘାତରେ, ଯେତେ ଶୀଘ୍ର CPR ଦିଆଯାଏ, ସେତେ ଭଲ। ଏହା କରିବା ଦ୍ୱାରା ରୋଗୀର ଜୀବନ ବଞ୍ଚିବାର ସମ୍ଭାବନା ବହୁଗୁଣିତ ହୁଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?