Posted inଖେଳ

IPLରେ ମଧ୍ୟ ଆରକ୍ଷଣ ବ୍ୟବସ୍ଥା ହେଉ, କେବଳ ନାଁ ରଖିଦେବା ଦୁର୍ଭାଗ୍ୟର କଥା: କଂଗ୍ରେସ ନେତା କଲେ ଏଭଳି ଦାବି 

ନୂଆଦିଲ୍ଲୀ,୧୯।୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ତମ ସିଜନ୍‌ ଏବେ ଅନ୍ତିମ ସୋପାନରେ ପହଞ୍ଚିଛି। କେଉଁ କେଉଁ ଟିମ୍‌ ପ୍ଲେ ଅଫ୍‌ ଖେଳିବ ତାହା ସ୍ପଷ୍ଟ ହୋଇଛି। ଏହି ଟୁର୍ନାମେଣ୍ଟରେ ଭିନ୍ନ ଭିନ୍ନ ରାଜ୍ୟ ଏବଂ ସହର ନାମରେ ଟିମ୍‌ ରହିଛି। ହେଲେ ଅନେକ ଥର ଟିମ୍‌ରେ ଉକ୍ତ ସହର ନଚେତ ରାଜ୍ୟର ଖେଳାଳି ଉପସ୍ଥିତ ରହି ନ ଥାନ୍ତି। ଏହାକୁ ନେଇ କଂଗ୍ରେସ ନେତା କାର୍ତ୍ତୀ ଚିଦାମ୍ବରମ ବିସିସିଆଇ ନିକଟରେ ଭିନ୍ନ ଦାବି ଉଠାଇଛନ୍ତି।
ସର୍ବଦା ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା କାର୍ତ୍ତୀ କହିଛନ୍ତି, ସହର ନାମରେ ଟିମ୍‌ ହେବା ଯୋଗୁ ଏକ ସମ୍ପର୍କ ଯୋଡ଼ି ହେବା ପରି ଲାଗୁଛି। ହେଲେ କେବଳ ନାମ ହେଲେ ଚଳିବ ନାହିଁ। ସେଠାକାର କ୍ରିକେଟରଙ୍କୁ ମଧ୍ୟ ଟିମ୍‌ରେ ନିଶ୍ଚିତ ରଖିବା ଆବଶ୍ୟକ। ଏଥିଲାଗି ବିସିସିଆଇକୁ ଏକ କୋଟା କରିବା ଉଚିତ।
ନିଜର ଏକ୍ସ ହ୍ୟାଣ୍ଡେଲରେ ସେ ଲେଖିଛନ୍ତି, ମୋତେ କ୍ରିକେଟ ପସନ୍ଦ। ମୁଁ ଆଇପିଏଲ୍‌ ଦେଖେ। ସହରଗୁଡ଼ିକ ନାମରେ ଟିମ୍‌ର ନାମ ରହିବା ଯୋଗୁ ଏକ ସମ୍ପର୍କ ଗଢ଼ି ଉଠିଛି, ହେଲେ ଦୁର୍ଭାଗ୍ୟ ଯେ ନାମ ବ୍ୟତିତ ସହରରୁ କୌଣସି ଖେଳାଳି ସେଥିରେ ନ ଥାନ୍ତି। ମୁଁ ଭାବୁଛି ପ୍ଲେଇଂ ୧୧ରେ ସ୍ଥାନୀୟ ଖେଳାଳିଙ୍କୁ ରଖିବା ଅନିବାର୍ଯ୍ୟ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଭେନେଜୁଏଲା ଭୂମିକମ୍ପର ଭାରତ ଉପରେ କି ପ୍ରଭାବ ପଡ଼ିବ? ଅଶୋଧିତ ତୈଳ ଯୋଗାଣ ପାଇଁ ଦେଖାଦେଲାଣି ସଙ୍କଟ

କାରାକାସ,୨୬।୬: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ କେବଳ ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟାଇନାହିଁ ବରଂ ଭାରତର ଅଶୋଧିତ ତୈଳ ଯୋଗାଣ ସମ୍ପର୍କରେ ନୂତନ ଚିନ୍ତା ସୃଷ୍ଟି କରିଛି।…

ହର୍ମୁଜରେ ପୁଣି ଆକ୍ରମଣ, ଜାହାଜକୁ ଟାର୍ଗେଟ କଲା ଇରାନ, ଜାଣନ୍ତୁ କେଉଁ ଜାହାଜ ଉପରେ ହୋଇଛି ଆକ୍ରମଣ

ତେହରାନ,୨୬।୬: ଶାନ୍ତି ଚୁକ୍ତିନାମା ପରେ ହର୍ମୁଜ ପ୍ରଣାଳୀରେ ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ଇରାନ ଏକ ଜାହାଜକୁ ଟାର୍ଗେଟ କରି ଅଭିଯୋଗ କରିଛି ଯେ ଏହା…

ସାଧାରଣ ପାସ୍‌ପୋର୍ଟ ଫି’ ୨୫୦୦ ଟଙ୍କାକୁ ବୃଦ୍ଧି, ତତ୍କାଳ ପାଇଁ ଦେବାକୁ ପଡ଼ିବ ୫ ହଜାର

ନୂଆଦିଲ୍ଲୀ,୨୬ା୬(ପି.ଟି.): କେନ୍ଦ୍ର ସରକାର ଦେଶରେ ପାସ୍‌ପୋର୍ଟ ପ୍ରସ୍ତୁତି ଏବଂ ଏହାର ନବୀକରଣ (ରି-ଇସ୍ୟୁ) ଫି’ରେ ବଡ଼ଧରଣର ବୃଦ୍ଧି କରିଛନ୍ତି । ୧୯୮୦ ମସିହାର ‘ପାସ୍‌ପୋର୍ଟ ନିୟମାବଳୀ’ରେ ସଂଶୋଧନ…

କ୍ୟାନ୍‌ସର ଔଷଧ, ଟିକା, ଆଣ୍ଟିବାୟୋଟିକ୍‌ରେ ‘କ୍ୟୁଆର୍‌ କୋଡ୍‌’ ବାଧ୍ୟତାମୂଳକ, ଜୁଲାଇ ୧ରୁ ପ୍ରଥମ ପର୍ଯ୍ୟାୟ ନିୟମ ଲାଗୁ

ନୂଆଦିଲ୍ଲୀ,୨୬ା୬(ପି.ଟି.): ଦେଶରେ ନକଲି ଏବଂ ନିମ୍ନମାନର ଔଷଧର ବେଆଇନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସମସ୍ତ ପ୍ରକାର ଆଣ୍ଟିବାୟୋଟିକ୍‌…

ହଠାତ୍‌ ନାବାଳିକଙ୍କ ହେଲା ପ୍ରସବ ବେଦନା: ମେଡିକାଲ ନେବାରୁ…

ଫୁଲବାଣୀ,୨୬ା୬(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅଞ୍ଚଳରେ ଜଣେ ନାବାଳିକା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି I ୧୭ ବର୍ଷୀୟା ଏହି ନାବାଳିକା ଜଣକ ଭୁବନେଶ୍ୱର…

ମା’ଙ୍କୁ କାଠଫାଳିଆରେ ପିଟିପିଟି ଲହୁଲୁହାଣ କଲେ ପୁଅ: ଆଉ ତା’ପରେ ଘଟିଲା…

ଉଦଳା,୨୬।୬(ସନ୍ତୋଷ କୁମାର ବାଛିନି): ଜନ୍ମ କଲା ପୁଅ ସାଜିଲା ଅମଣିଷ। ଅତି ନିର୍ମମ ଭାବେ ମା’ଙ୍କୁ ବାଡେଇ ଲହୁଲୁହାଣ କଲେ ପୁଅ। ନିଶା ଖାଇ ଆସି କାଠ…

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ଥାନା ଘେରାଉ କଲେ ୨ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଧାମନଗର,୨୬।୬ (କାଳନ୍ଦି ବେହେରା): ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା ଗାଁରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ନେଇ ପରିବାର ଓ…

ସୁନା ଦର ବୃଦ୍ଧିରୁ ‘ଫିଫା ଟ୍ରଫି’ ମୂଲ୍ୟ ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୬।୬(ପି.ଟି.): ବିଶ୍ୱ ବଜାରରେ ସୁନା ଦରର ପ୍ରବଳ ବୃଦ୍ଧି ଯୋଗୁ ଫିଫା ବିଶ୍ୱକପ୍‌ ଟ୍ରଫିର ଧାତବ ବଜାର ମୂଲ୍ୟରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆର୍ଥିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri