ଚାରି ଶିଶୁଙ୍କ ଜୀବନ ବଞ୍ଚାଇ ନିଜେ ପୋଖରୀରେ ବୁଡ଼ିଗଲେ ମହିଳା, ଗ୍ରାମରେ ଶୋକର ଛାୟା

ପାପଡାହାଣ୍ଡି,୨୯।୧୧(ସ୍ବପ୍ନଜିତ ପଟ୍ଟନାୟକ) : ନିଜ ଜୀବନକୁ ବାଜି ଲଗାଇ ଚାରି ଜଣ କୁନି କୁନି ଶିଶୁଙ୍କ ଜୀବନ ବଞ୍ଚାଇଲେ ମହିଳା । ହେଲେ ଶେଷରେ ନିଜ ଜୀବନ ଚାଲିଗଲା। ଏଭଳି ଏକ ହୃଦୟବିଦାରକ ଘଟଣା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଜାମାଟୁ ଗ୍ରାମରେ ଘଟିଛି।
ସୂଚନା ଅନୁଯାୟୀ, ରବିବାର ଦିନ ପ୍ରାୟ ୧୧ଟା ସମୟରେ ଗ୍ରାମର ଚାରି ଜଣ କୁନି ଝିଅ ଗେଲୁମଣି ଯାନୀ (୧୦),ଜ୍ୟୋତି ଯାନୀ (୧୦),
ସୋନାଲି ଯାନୀ (୧୦),ଗୁଡ଼ୁ ଯାନୀ (୦୭) ଗାଁ ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ହଠାତ୍ ଚାରି ଜଣ ଶିଶୁ ପାଣିରେ ବୁଡ଼ିବାକୁ ଲାଗିଥିଲେ। ଏହା ଦେଖି ଆସମତି  ଜାନି ନାମକ ଜଣେ ମହିଳା ନିଜ ଜୀବନକୁ ଖାତିର ନକରି ପୋଖରୀକୁ ଡେଇଁ ପଡ଼ିଥିଲେ। ଅକ୍ଳାନ୍ତ ଚେଷ୍ଟା କରି ଚାରି ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଥିଲେ । ତେବେ ଶିଶୁମାନଙ୍କୁ ବଞ୍ଚାଇବା ପରେ ନିଜେ ପାଣିରେ ବୁଡ଼ି ଯାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଗ୍ରାମବାସୀ ତୁରନ୍ତ ପୋଖରୀରୁ ହସ୍ମୋତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।
ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ।
ଚାରି ଜଣ ନିରୀହ ଶିଶୁଙ୍କ ଜୀବନ ବଞ୍ଚାଇ ନିଜ ଜୀବନ ଉତ୍ସର୍ଗ କରିଥିବା ହସ୍ମୋତି ଜାନିଙ୍କ ଏହି ସାହସିକତା ଓ ମହାନ ତ୍ୟାଗ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚହଲଙ୍କ ପରେ ଏବେ ଭାଜପାରେ ଯୋଗଦେବେ କି ମହମ୍ମଦ ଶାମି? ନୀତିନ ନବୀନଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟର ମହମ୍ମଦ ଶାମି ରବିବାର ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ଭାଜପାର କୁଁୱର ବାସିତ…

୨୯୨ଟି ବଲ ପରେ ସଫଳତା ପାଇଲେ ଯଶପ୍ରୀତ ବୁମରା; ଟମ ଲାଥମଙ୍କ ୱିକେଟ ନେବା ପରେ ଦେଲେ ଏକ ଚମତ୍କାର ମନ୍ତବ୍ୟ

ନୂଆଦିଲ୍ଲୀ,୨୯।୧୧: ଜସପ୍ରୀତ ବୁମରା ସେହି ବୋଲରମାନଙ୍କ ମଧ୍ୟରେ ଗଣାଯାଆନ୍ତି, ଯେଉଁମାନେ ନିଜର ବିସ୍ଫୋରକ ବୋଲିଂ ଦ୍ୱାରା ଯେକୌଣସି ବ୍ୟାଟିଂ ଲାଇନ-ଅପକୁ ଅଡୁଆରେ ପକାଇବାର କ୍ଷମତା ରଖନ୍ତି। ତେବେ,…

ବସ୍ ଅପେକ୍ଷାରେ ଥିବା ବେଳେ ମହିଳାଙ୍କୁ ବଳାତ୍କାର ଉଦ୍ୟମ-ମରଣାନ୍ତକ ଆକ୍ରମଣ; ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା…

ଦିଗପହଣ୍ଡି, ,୨୯|୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଜଣେ ୫୩ ବର୍ଷୀୟା ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ଓ ତାଙ୍କ…

ନିଜର ସମସ୍ତ ପରିବାର ତଥା ଆତ୍ମୀୟସ୍ବଜନଙ୍କ ସହ ସମ୍ପର୍କ ଛିନ୍ନ କଲେ ପବନ ସିଂହ; ନିଜ ମା’ ଏବଂ ଭାଇଙ୍କ ଉଦ୍ଦେଶ୍ୟରେ ଲେଖିଲେ ଭାବପ୍ରବଣ ପୋଷ୍ଟ

ପାଟନା,୨୯।୧୧: ଭୋଜପୁରୀ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା ତଥା ଗାୟକ ପବନ ସିଂହ, ନିଜ ପାରିବାରିକ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଥରେ ଚର୍ଚ୍ଚାରେ…

ଦିନ ଦ୍ୱିପ୍ରହରରେ ସେନକୋ ଜୁଏଲାରୀରେ ସଶସ୍ତ୍ର ଡକାୟତି; କାର୍ ଧକ୍କା ଦେଇ ଲୁଟେରାଙ୍କୁ ଧରିଲେ ଦୋକାନ ମାଲିକ, ୪ କାବୁ

ବାରିପଦା, ,୨୯।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ରବିବାର ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଡକାୟତି ହୋଇଛି। ବାରିପଦା ଟାଉନ ଥାନାଠାରୁ…

୫୦ ଟଙ୍କାରେ ୨୮ ଦିନ ରାତିରେ ଅନଲିମିଟେଡ୍ ଡାଟା, ମାତ୍ର ଏତିକି ଦିନ ଅଫର

ଜିଓର ଏକ ଡାଟା ପ୍ୟାକ୍‌ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । ବିଶେଷକରି ରାତିରେ ଫିଲ୍ମ ଓ ୱେବ୍‌ ସିରିଜ୍‌ ଦେଖୁଥିବା, ବଡ଼ ଫାଇଲ୍‌ ଡାଉନଲୋଡ୍‌ କରୁଥିବା…

ଖେମୁଣ୍ଡି ଖଲାସି ସଂଘର ନୂଆ କର୍ମକର୍ତ୍ତା ଚୟନ; ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ସାମିଲ ହେବାକୁ…

ଦିଗପହଣ୍ଡି, ୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଖଲାସି ସଂଘର ଏକ ପରିବର୍ଦ୍ଧିତ ଆଲୋଚନା ସଭା ରବିବାର ଦିନ ନିମପଲ୍ଲୀ ଗ୍ରାମ ନିକଟସ୍ଥ…

ବ୍ୟାଗ ଯାଞ୍ଚ ବେଳେ ହଇଚଇ! ୩ଟି ବୋମା ଧରି ସ୍କୁଲ ପହଞ୍ଚିଲେ ଅଷ୍ଟମ ଶ୍ରେଣୀ ଛାତ୍ର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୯।୧୧: ଉତ୍ତରପ୍ରଦେଶର ପ୍ରୟାଗରାଜ ସହରର ଏକ ସ୍କୁଲରେ ଚାଞ୍ଚଲ୍ୟ ଦେଖାଦେଇଛି । ଅଷ୍ଟମ ଶ୍ରେଣୀର ଜଣେ ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରୁ ୩ଟି ଦେଶୀ ବୋମା ମିଳିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?