ଯେଉଁ ନଦୀ ଦେଉଥିଲା ରୋଜଗାର, ସେହି ନେଇଗଲା ଜୀବନ; ବାଲି କାଢ଼ିବା ବେଳେ…

ଥୁଆମୂଳ ରାମପୁର,୧୪।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଖମାରପଦର ନିକଟ ଇନ୍ଦ୍ରାବତୀ ନଦୀରେ ମଙ୍ଗଳବାର ବାଲି କାଢୁଥିବା ସମୟରେ ଜଣେ ବୟସ୍କା ମହିଳା ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏବେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଉଛି ଖମାରପଦର ଗ୍ରାମର ନେତ୍ରା ମାଝୀଙ୍କ ସ୍ତ୍ରୀ ରୁକ୍ମଣୀ (୫୦)।

ସୂଚନା ମୁତାବକ ଖମାରପଦର ଗ୍ରାମର କିଛି ମହିଳା ନଦୀରୁ ବାଲି କାଢି ତାକୁ ବିକ୍ରି କରି ଦି ପଇସା ରୋଜଗାର କରିଥାନ୍ତି। ଯେଉଁଥିରେ ତାଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି। ପୂର୍ବ ଦିନ ଗୁଡିକ ଭଳି ମଙ୍ଗଳବାର ମଧ୍ୟ ବାଲି କାଢିବାକୁ ଯାଇ ଏଭଳି ଅଘଟଣର ଶିକାର ହୋଇଛନ୍ତି। ଖବର ପାଇ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗର ହାବିଲଦାର ବନମାଳୀ ପୁଜାରୀଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନଦୀ ଗର୍ଭରେ ବୁଡିଯାଇଥିବା ରୁକ୍ମଣୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହା ପରେ ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ସବ ଇନ୍ସପେକ୍ଟର ଭାସ୍କର ଖୋସ୍ଲା ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଏନେଇ ଥୁଆମୂଳ ରାମପୁର ଥାନାରେ ୟୁଡି କେସ ନଂ ୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

ଚିଚୈଗୁଡା ମଣ୍ଡି ନିର୍ମାଣ କାମରେ ଅନିୟମିତତା, ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ

ଜୁନାଗଡ଼,୬।୫(ସୁନୀଲ କୁମାର ସିଂହ): ଧାନ ମଣ୍ଡି ନିର୍ମାଣ ନାମରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଠିକାଦାର…

ଶୁଦ୍ଧି ହେଲେ ଜିତୁ ମୁଣ୍ଡା; ଭଉଣୀଙ୍କ ସମାଧି କରି ଜାତି ଭାଇଙ୍କୁ ଭୋଜି ଦେଲେ, ସହାୟତାର ହାତ ବଢ଼ାଇଲେ ମନ୍ତ୍ରୀ

ପାଟଣା,୬ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଡ଼ିଆନାଳୀ ଗ୍ରାମର ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଭଉଣୀର ଜମା ଟଙ୍କା ପାଇବା ପାଇଁ ପ୍ରଚଣ୍ଡ ରୌଦ୍ର ତାପରେ ମଶାଣୀରୁ…

ଚୋରଙ୍କ ଟାର୍ଗେଟରେ ହନୁମାନ ମନ୍ଦିର, ମୁଖାପିନ୍ଧି ଆସି ଲୁଟିନେଲେ ସୁନା ରୂପା ସମେତ ଦାନ ହୁଣ୍ଡି

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । ରାତି ଅଧରେ ମନ୍ଦିର ଭିତରେ ପଶି ଲୁଟିନେଲେ ସୁନା ରୁପା ଅଳଙ୍କାର ସମେତ ଦାନ ହୁଣ୍ଡି ।…

ପଥର ଖୋଲରେ ନାବାଳକ ଫସିବା ଘଟଣାରେ ଅଗ୍ନିଶମ ଡିଜିଙ୍କ ସୂଚନା; ବୈଷୟିକ ଚ୍ୟାଲେଞ୍ଜ୍‌, ଅଜଗର ପାଖରେ…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ନାବାଳକ ଫସିବା ଘଟଣା । ଦୀର୍ଘ ୧୦ ଘଣ୍ଟା ପରେ ଆଜି ଅପରାହ୍ନରେ…

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

‘ପାଠ ପଢ଼ି ମାର୍କ ଆଣିବା ଚିନ୍ତାରୁ ବାହାରି ଗବେଷଣା କରିବା ଜରୁରୀ’

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ବୁଧବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିସହ ଯୁକ୍ତ…

ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri