ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ନେଲା ବୃଦ୍ଧଙ୍କ ଜୀବନ, କାଦୁଅରେ ଗୋଡ଼ ଖସି…

ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର ବିଭୀଷିକା ଥମିବା ପରେ ବି ଲୋକଙ୍କ ପିଛା ଛାଡ଼ୁନି ଦୁର୍ଦ୍ଦଶା। ବନ୍ୟାଜଳ ଛାଡ଼ିଯାଇଥିବା କାଦୁଅ ଏବେ ଜୀବନ ପାଇଁ ବିପଦ ସାଜିଛି। ଏଭଳି ଏକ ଦୁଃଖଦ ଘଟଣାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲି ଗ୍ରାମରେ ନାଳରେ ବୁଡ଼ି ଜଣେ ୮୦ ବର୍ଷୀୟ ବୃଦ୍ଧ ସୌରା ବେହେରାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି।

ସୂଚନାରୁ ଜଣାପଡ଼ିଛି ଯେ, ବୃଦ୍ଧ ଜଣକ ଶୌଚ ପାଇଁ ଘର ନିକଟସ୍ଥ ଏକ ଛୋଟ ନାଳକୁ ଯାଇଥିବା ବେଳେ ବନ୍ୟା ପରବର୍ତ୍ତୀ କାଦୁଅରେ ଗୋଡ଼ ଖସିଯିବାରୁ ପାଣି ମଧ୍ୟକୁ ଖସି ପଡ଼ିଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ତୁରନ୍ତ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଆସିକା ଏମ୍‌ପି ଅନିତା ଶୁଭଦର୍ଶିନୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ବନ୍ୟାରେ ପରିବାରଟି କ୍ଷତିଗ୍ରସ୍ତ ହୋଇଥିବାରୁ ମୃତଦେହ ସତ୍କାର ଓ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସେ ପ୍ରଶାସନକୁ ଅବଗତ କରାଇଥିଲେ।
ଏଥିସହ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ଉନ୍ନତମାନର ଚିକିତ୍ସା ଓ ଆବଶ୍ୟକ ଔଷଧପତ୍ର ଯୋଗାଇଦେବାକୁ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଶୁଭାଶିଷ ଗୋସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ସମୟରେ ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ, ଏମ୍‌ପିଙ୍କ ପ୍ରତିନିଧି ଯଜ୍ଞନାରାୟଣ ଦାଶ, ବିଶ୍ୱଭୂଷଣ ମହାପାତ୍ର, ଦୀପକ ପାତ୍ର ଓ ଆଛୁଲି ସରପଞ୍ଚ ସୁଧାକର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ODI ପୂର୍ବରୁ ଟିମ ଇଣ୍ଡିଆରେ ବଡ଼ ହଲଚଲ: ସିରିଜ୍‌ରୁ ବାଦ୍‌ ପଡ଼ିଲେ ଷ୍ଟାର୍‌ ଖେଳାଳି, ଶୁଣିଲେ ଖୁସି ହୋଇଯିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ,୬।୧୧: ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଟିମ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ମ୍ୟାଚ ଆସନ୍ତା ଶନିବାର, ନଭେମ୍ବର ୭ ତାରିଖରେ ୱେଲିଂଟନରେ…

ସ୍ବାମୀ ଅସୁସ୍ଥ ହେବାରୁ ଜ୍ୱାଇଁଙ୍କ ସହ ପଳାଇ ଗଲେ ଶାଶୁ, ସାଙ୍ଗରେ ନେଇଗଲେ ସମସ୍ତ ପୈତୃକ ଅଳଙ୍କାର

ଉନ୍ନାଓ,୬।୧୧: ଉନ୍ନାଓରେ ଏକ ଜଟିଳ ପାରିବାରିକ ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଜଣେ ମହିଳା ନିଜର ଅସୁସ୍ଥ ସ୍ବାମୀଙ୍କୁ ଘରେ ଛାଡ଼ି ନିଜ ଜ୍ୱାଇଁଙ୍କ ସହ…

ଦୀପାବଳିରେ କର୍ମଚାରୀଙ୍କୁ ଦାମୀ ଉପହାର; ମିଠା ବଦଳରେ ଦେଲେ iPhone Duo, ତାପରେ….

ଦୁବାଇ,୬।୧୧: ଦୀପାବଳି ଅବସରରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ମିଠା ପ୍ୟାକେଟ୍‌ କିମ୍ବା ଛୋଟ ଉପହାର ଦେଇଥାନ୍ତି । ହେଲେ ୟୁଏଇର ଏକ କମ୍ପାନୀରେ ଏଥର ଯାହା…

ଧନତେରସରେ ବଡ଼ ଝଟ୍‌କା! ଦେଢ଼ ଲକ୍ଷ ପହଞ୍ଚିଲା ସୁନାଦର, ଏକ୍ସପର୍ଟ କହିଲେ ଆଜି ଏକାଥରେ ବଢିବ…

ନୂଆଦିଲ୍ଲୀ,୬।୧୧: ପର୍ୱପର୍ୱାଣୀ ସିଜିନ ଆରମ୍ଭ ହେବାକ୍ଷଣି ସୁନା ଦର ପୁଣିଥରେ ସାଧାରଣ ଲୋକଙ୍କ ପାଖଠାରୁ ଦୂରେଇ ଯାଉଥିବାର ନଜର ଆସୁଛି। ଶୁକ୍ରବାର ପାଳନ ହେଉଥିବା ଧନତେରସ ଏବଂ…

କେନ୍ଦ୍ର ସରକାରଙ୍କୁ କଡ଼ା ଟାର୍ଗେଟ କଲେ ସୁପ୍ରିମକୋର୍ଟ! CJI ପଚାରିଲେ…

ନୂଆଦିଲ୍ଲୀ,୬।୧୧: ଦିଲ୍ଲୀ-ଏନସିଆର (Delhi-NCR) ରେ ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା…

ଧନତେରସରେ ସୁନା କିଣିବାକୁ ପ୍ଲାନ କରୁଛନ୍ତି? ଜାଣନ୍ତୁ ଭୁବନେଶ୍ୱରରେ ୧୦ଗ୍ରାମ୍‌କୁ କେତେ ଅଛି ସୁନା ରେଟ୍‌

ଭୁବନେଶ୍ୱର,୬।୧୧: ଆଜି ୬ ନଭେମ୍ୱର, ଶୁକ୍ରବାର ଦିନ ଦେଶବ୍ୟାପୀ ଧନତେରସର ପବିତ୍ର ପର୍ୱ ବେଶ ଧୁମଧାମରେ ପାଳନ କରାଯାଉଛି। ଧନତେରସ ଅର୍ଥାତ ସୁଖ-ସମୃଦ୍ଧି କିଣାକିଣିର ଦିନ ଏବଂ…

ନିର୍ବାଚନରେ ହାରିବା ପରେ ମଧ୍ୟ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହନ୍ତି ଟ୍ରମ୍ପ

ଓ୍ବାଶିଂଟନ,୬।୧୧: ୨୦୨୬ ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟମାନଙ୍କର ଏକ ବଡ଼ ବିଜୟ ପରିପ୍ରେକ୍ଷୀରେ, ଟ୍ରମ୍ପ ପ୍ରଶାସନ ସମାଧାନ ବା ବୁଝାମଣା ରାସ୍ତା ଆପଣାଇବା ପରିବର୍ତ୍ତେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର…

ସନ୍ତାନ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ, ନବଜାତ ଶିଶୁର ମୃତ୍ୟୁ ପରେ…

ବାରିପଦା,୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଅବସ୍ଥାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?