Posted inଫୁରସତ

ନ୍ୟାୟ ପାଇଁ ଗଛରେ ଚଢ଼ିଲେ ମହିଳା

ଛିନ୍ଦବାଡା, ୧୬।୭- ନ୍ୟାୟ ନ ପାଇବାରୁ ଜଣେ ମହିଳା ଗଛ ଉପରେ ଚଢ଼ିଗଲେ। ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ଛିନ୍ଦାବାଡା ଜିଲା ପରାସିଆ ତହସିଲ ପରିସରରେ ଦେଖିବାକୁ ମିଳିଛି। ଶେଷରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ବହୁକଷ୍ଟରେ ମହିଳାଙ୍କୁ ଗଛରୁ ଓହ୍ଲାଇବାରେ ସଫଳ ହୋଇଥିଲା। ଘଟଣାରୁ ଜଣାପଡ଼ିଛି, ପାରିବାରିକ କଳହ ଯୋଗୁ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ। ପିଲାମାନେ ବାପାଙ୍କ ପାଖରେ ରହୁଥିଲେ। କିନ୍ତୁ ମହିଳାଜଣଙ୍କ ଯେତେବେଳେ ପିଲାମାନଙ୍କୁ ଭେଟିବାକୁ ଯାଉଥିଲେ ତାଙ୍କୁ ସାକ୍ଷାତ୍‌ କରିବାର ଅନୁମତି ମିଳୁ ନ ଥିଲା। ଫଳରେ ମହିଳା ଜଣଙ୍କ ନ୍ୟାୟ ନ ପାଇ ନିରାଶ ହୋଇଥିଲେ। ଶେଷରେ ସେ ପରାସିଆ ତହସିଲ ପରିସରରେ ଥିବା ଏକ ବଡ଼ ଗଛରେ ଚଢ଼ିଯାଇ ନ୍ୟାୟ ପାଇଁ ଦାବି କରିଥିଲେ। ଏହାଦେଖି ଘଟଣାସ୍ଥଳ ଲୋକାରଣ୍ୟ ହୋଇଯାଇଥିଲା। ସୂଚନା ପାଇ ପୋଲିସ ଓ ପରାସିଆ ଏସ୍‌ଡିଏମ୍‌, ତହସିଲଦାର ଓ ଅନ୍ୟାନ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସମସ୍ତେ ମହିଳାଙ୍କୁ ତଳକୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ମହିଳା ଜଣଙ୍କ ନ୍ୟାୟ ପାଇଁ ନିଜ ଜିଦିରେ ଅଟଳ ଥିଲେ। ତେଣୁ ସେ ଗଛରୁ ଓହ୍ଲାଇ ନ ଥିଲେ। ଏହାପରେ ପୋଲିସ ଓ ଉଦ୍ଧାରକାରୀ ଦଳର ଏକ ଘଣ୍ଟାର ପ୍ରଚେଷ୍ଟା ପରେ ମହିଳାଜଣଙ୍କୁ ତଳକୁ ଆଣିବା ସଫଳ ହୋଇଥିଲେ। ଶେଷରେ ପରାସିଆ ସବ୍‌-ଡିଭିଜନାଲ ମାଜିଷ୍ଟେଟ୍‌ (ଏସ୍‌ଡିଏମ୍‌) ମହିଳାଙ୍କ ସ୍ବାମୀ ଓ ପିଲାମାନଙ୍କୁ ଡକାଇ ତାଙ୍କୁ ନ୍ୟାୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?