Posted inଫୁରସତ

ଏତେ ବଡ଼ ପାଟି ଯେ ଗୋଟା ସେଓ ଭର୍ତ୍ତି କରିଦେବେ; ଟିକ୍‌ଟକ୍‌ ଭିଡିଓ କରୁ କରୁ…

ବଡ଼ ପାଟି ଯୋଗୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି ଜଣେ ମହିଳା। ମହିଳାଜଣଙ୍କ ହେଲେ ସାମନ୍ଥା ରେମ୍ସଡେଲ(୩୧)। ସେ ୬.୫୨ ସେମି ପର୍ଯ୍ୟନ୍ତ ମୁହଁ ଖୋଲି ପାରନ୍ତି। କହିବାକୁ ଗଲେ ସେ ପାଟିରେ ଗୋଟା ସେଓ ମଧ୍ୟ ଭର୍ତ୍ତି କରିପାରନ୍ତି। ସେ ନିଜର ପାଟିର ଆକାର ଦେଖାଇ ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ସେ କିଭଳି ରେକର୍ଡ କଲେ ତାହା ପଛରେ ଏକ ମଜାଳିଆ କାହାଣୀ ରହିଛି।

ବସି ବସି ବିରକ୍ତି ଲାଗୁଥିବାରୁ ଟିକ୍‌ଟକ୍‌ରେ ନିଜର ଏକ ଆକାଉଣ୍ଟ ଖୋଲିଥିଲେ ସାମନ୍ଥା। ଧିରେ ଧିରେ ତାଙ୍କ ସହ ପ୍ରଶଂସକ ଯୋଡ଼ି ହେବାକୁ ଲାଗିଲେ। ଏତେ ବଡ଼ ପାଟି ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ସାଧାରଣ ପାଟିଠାରୁ ତାଙ୍କ ପାଟି ବଡ଼ ଥିବାରୁ ତାଙ୍କ ଫଲୋଅର୍‌ମାନେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ଫଲୋଅର୍‌ମାନଙ୍କ କଥା ଶୁଣିଥିଲେ ସାମନ୍ଥା। ସେ ନିକଟରେ ଥିବା ଦନ୍ତ ଚିକିତ୍ସକଙ୍କ କାର୍ଯ୍ୟାଳୟକୁ ଯାଇ ଗିନିଜ୍‌ ବିଚାରପତିଙ୍କ ଉପସ୍ଥିତିରେ ପାଟିକୁ ମାପିଥିଲେ। ଶେଷରେ ଏହା ୬.୫୨ ସେମି ବାହାରିଥିଲା।

ପିଲାଦିନରେ ବଡ଼ ପାଟିଯୋଗୁ ସାଙ୍ଗସାଥୀମାନେ ସାମନ୍ଥାଙ୍କୁ ଚିଡ଼ାଉଥିଲେ। ହେଲେ ସେ ବିଚଳିତ ନ ହୋଇ ଧିରେ ଧିରେ ନିଜକୁ ଗ୍ରହଣ କରିବା ଶିଖିଥିଲେ। ଏବେ ସେ ନିଜକୁ ନେଇ ଗର୍ବ କରୁଛନ୍ତି। ଅନ୍ୟମାନଙ୍କୁ ପରାମର୍ଶ ଦେଇ ସେ କୁହନ୍ତି, ଯଦି କାହାର ଶରୀରର ଗଠନ ବଡ଼ ଏବଂ ଏଥିରେ କିଛି ଭିନ୍ନ ରହିଛି, ତେବେ ସେ ଗିନିଜ୍‌ ଓ୍ବାଲ୍ଡ ରେକର୍ଡ ପାଇଁ ଚେଷ୍ଟା କରିବା ଉଚିତ। କାରଣ ତାହା ତୁମର ସବୁଠାରୁ ବଡ଼ ସମ୍ପତ୍ତି ତଥା ଶକ୍ତି ଭଳି ଲାଗିବ। ତାହା ତୁମକୁ ସ୍ବତନ୍ତ୍ର କରିବ। ନିଜ ଆଖପାଖର ଲୋକଙ୍କଠାରୁ ଅଲଗା କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri