Posted inଫୁରସତ

ଏତେ ବଡ଼ ପାଟି ଯେ ଗୋଟା ସେଓ ଭର୍ତ୍ତି କରିଦେବେ; ଟିକ୍‌ଟକ୍‌ ଭିଡିଓ କରୁ କରୁ…

ବଡ଼ ପାଟି ଯୋଗୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି ଜଣେ ମହିଳା। ମହିଳାଜଣଙ୍କ ହେଲେ ସାମନ୍ଥା ରେମ୍ସଡେଲ(୩୧)। ସେ ୬.୫୨ ସେମି ପର୍ଯ୍ୟନ୍ତ ମୁହଁ ଖୋଲି ପାରନ୍ତି। କହିବାକୁ ଗଲେ ସେ ପାଟିରେ ଗୋଟା ସେଓ ମଧ୍ୟ ଭର୍ତ୍ତି କରିପାରନ୍ତି। ସେ ନିଜର ପାଟିର ଆକାର ଦେଖାଇ ଅନେକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ସେ କିଭଳି ରେକର୍ଡ କଲେ ତାହା ପଛରେ ଏକ ମଜାଳିଆ କାହାଣୀ ରହିଛି।

ବସି ବସି ବିରକ୍ତି ଲାଗୁଥିବାରୁ ଟିକ୍‌ଟକ୍‌ରେ ନିଜର ଏକ ଆକାଉଣ୍ଟ ଖୋଲିଥିଲେ ସାମନ୍ଥା। ଧିରେ ଧିରେ ତାଙ୍କ ସହ ପ୍ରଶଂସକ ଯୋଡ଼ି ହେବାକୁ ଲାଗିଲେ। ଏତେ ବଡ଼ ପାଟି ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ସାଧାରଣ ପାଟିଠାରୁ ତାଙ୍କ ପାଟି ବଡ଼ ଥିବାରୁ ତାଙ୍କ ଫଲୋଅର୍‌ମାନେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ଫଲୋଅର୍‌ମାନଙ୍କ କଥା ଶୁଣିଥିଲେ ସାମନ୍ଥା। ସେ ନିକଟରେ ଥିବା ଦନ୍ତ ଚିକିତ୍ସକଙ୍କ କାର୍ଯ୍ୟାଳୟକୁ ଯାଇ ଗିନିଜ୍‌ ବିଚାରପତିଙ୍କ ଉପସ୍ଥିତିରେ ପାଟିକୁ ମାପିଥିଲେ। ଶେଷରେ ଏହା ୬.୫୨ ସେମି ବାହାରିଥିଲା।

ପିଲାଦିନରେ ବଡ଼ ପାଟିଯୋଗୁ ସାଙ୍ଗସାଥୀମାନେ ସାମନ୍ଥାଙ୍କୁ ଚିଡ଼ାଉଥିଲେ। ହେଲେ ସେ ବିଚଳିତ ନ ହୋଇ ଧିରେ ଧିରେ ନିଜକୁ ଗ୍ରହଣ କରିବା ଶିଖିଥିଲେ। ଏବେ ସେ ନିଜକୁ ନେଇ ଗର୍ବ କରୁଛନ୍ତି। ଅନ୍ୟମାନଙ୍କୁ ପରାମର୍ଶ ଦେଇ ସେ କୁହନ୍ତି, ଯଦି କାହାର ଶରୀରର ଗଠନ ବଡ଼ ଏବଂ ଏଥିରେ କିଛି ଭିନ୍ନ ରହିଛି, ତେବେ ସେ ଗିନିଜ୍‌ ଓ୍ବାଲ୍ଡ ରେକର୍ଡ ପାଇଁ ଚେଷ୍ଟା କରିବା ଉଚିତ। କାରଣ ତାହା ତୁମର ସବୁଠାରୁ ବଡ଼ ସମ୍ପତ୍ତି ତଥା ଶକ୍ତି ଭଳି ଲାଗିବ। ତାହା ତୁମକୁ ସ୍ବତନ୍ତ୍ର କରିବ। ନିଜ ଆଖପାଖର ଲୋକଙ୍କଠାରୁ ଅଲଗା କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri