ମହିଳାଙ୍କୁ ଗଣବଳାତ୍କାର ପରେ ବୀଭତ୍ସ ହତ୍ୟା: ଯୌନାଙ୍ଗରେ ଲୁହାରଡ୍‌ ପୂରାଇ ଗର୍ଭାଶୟ କାଢ଼ିଦେଲେ

ଭୋପାଳ୨୬ା୫: ଦିଲ୍ଲୀର ବୀଭତ୍ସ ନିର୍ଭୟା ମାମଲାର ପୁନରାବୃତ୍ତି ମଧ୍ୟପ୍ରଦେଶର ଖଣ୍ଡଓ୍ବା ଜିଲାରେ ଦେଖିବାକୁ ମିଳିଛି। ରୋଶନି ଚୌକି ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର ପରେ ବଳାତ୍କାରୀମାନେ ତାଙ୍କ ଯୌନାଙ୍ଗରେ ଲୁହାରଡ୍‌ ପୂରାଇ ଗର୍ଭାଶୟକୁ ବାହାର କରିଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଗଣବଳାତ୍କାର ଘଟିଥିବାବେଳେ ଶନିବାର ଦ୍ୱିପ୍ରହରରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତ ହରି ପଲ୍‌ଭି ଏବଂ ସୁନୀଲ ଧୁର୍ବେଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଅଭିଯୁକ୍ତମାନେ ମହିଳାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖଣ୍ଡଓ୍ବା ଜିଲା ହସ୍ପିଟାଲକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏହି ବର୍ବର ଅତ୍ୟାଚାର ଆଦିମ ଯୁଗର ଜଙ୍ଗଲ ରାଜ୍‌କୁ ଟପିଯାଇଥିବା ରାଜ୍ୟ କଂଗ୍ରେସ ସଭାପତି ଜିତୁ ପଟଓ୍ବାରୀ କହିଛନ୍ତି। ଆଇନ ପ୍ରତି ଲୋକଙ୍କ ମନରେ ଭୟ ତୁଟିଗଲେ ଏଭଳି ଚରମ ଦୁଃସାହସ ଦେଖାଇଥାନ୍ତି। ମହିଳାଙ୍କ ପ୍ରତି ଅତ୍ୟାଚାର ଏଭଳି ସ୍ତରରେ ପହଞ୍ଚତ୍ଥିଲେ ମଧ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ପଟଓ୍ବାରୀ ଏକ୍ସ’ରେ ଲେଖିଛନ୍ତି।
ସୂଚନାନୁଯାୟୀ, ମହିଳାଙ୍କର ୨୦ ଏବଂ ୨୨ ବର୍ଷ ବୟସର ୨ ପୁଅ ଅଛନ୍ତି। ଗାଁର ଏକ ବିବାହ ଉତ୍ସବରେ ଯୋଗଦେବା ଲାଗି ମହିଳା ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ ପଡ଼ୋଶୀ ହରିଙ୍କ ସହ ଘରୁ ବାହାରିଯାଇଥିଲେ। ବାହାଘର ଉତ୍ସବ ପରେ ବିଳମ୍ବିତ ରାତିରେ ହରି ମହିଳାଙ୍କୁ ନେଇ ନିଜ ଘରକୁ ଯାଇଥିଲେ। ସେଠାରେ ସୁନୀଲ ପହଞ୍ଚତ୍ବା ପରେ ତିନିହେଁ ମଦ ପିଇଥିଲେ। ପରେ ଅଭିଯୁକ୍ତ ଦ୍ୱୟ ମହିଳାଙ୍କୁ ବଳାତ୍କାର କରିବା ସହ ନିର୍ଯାତନା ଦେଇ ତାଙ୍କ ଗୁପ୍ତାଙ୍ଗକୁ ନଷ୍ଟ କରିଦେଇଥିଲେ। ଶନିବାର ସକାଳେ ୨ ପୁଅ ମହିଳାଙ୍କୁ ପଡ଼ୋଶୀଙ୍କ ଘର ନିକଟରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଦେଖି ନିଜ ଘରକୁ ଆଣିଥିଲେ। ତେବେ ସେମାନେ କିମ୍ବା ଗ୍ରାମବାସୀ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇ ନ ଥିଲେ। ଅପରାହ୍ନ ୨ଟା ସୁଦ୍ଧା ମହିଳାଙ୍କ ମୃତ୍ୟୁ ଘଟିବାରୁ ପୋଲିସକୁ ଖବର କରାଯାଇଥିଲା। ସକାଳେ ଖବର ପାଇଥିଲେ ଡାକ୍ତରୀ ଚିକିତ୍ସାକ୍ରମେ ମହିଳାଙ୍କ ଜୀବନ ବଞ୍ଚାଯାଇପାରିଥାନ୍ତା ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି: ଡ୍ରେନ୍‌ ସଫା କଲେ ଗ୍ରାମବାସୀ

ରିଷିଡ଼ା,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱ ଡ୍ରେନ୍‌ରୁ ରବିବାର ସକାଳେ ଗ୍ରାମବାସୀ ଅଳିଆ ସଫା କରିଥିବା…

ରବିଙ୍କ ପାଦ ରେଖା ଅତିକ୍ରମ କରି ନ ଥିଲା, ତେବେ କାହିଁକି ନୋ-ବଲ ଦିଆଗଲା, ICC ନିୟମ ବିଷୟରେ ଜାଣନ୍ତୁ ଯାହା ଭାରତକୁ ମହଙ୍ଗା ପଡ଼ିଲା…

ମାଞ୍ଚେଷ୍ଟର,୫ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌…

ମହାରାଷ୍ଟ୍ର ରାଜନୀତିରେ ହଲଚଲ! କଂଗ୍ରେସ MLCଙ୍କୁ କିଣାବାକୁ ୨୦ କୋଟିର ଡିଲ୍‌…

ମୁମ୍ବାଇ,୫ା୭: ମହାରାଷ୍ଟ୍ରର ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ)ର ନେତା ସଞ୍ଜୟ ରାଉତ ରବିବାର (୫ ଜୁଲାଇ) ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି । ସେ କହିଛନ୍ତି ଯେ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ମୁହଁ ଖୋଲିଲେ ମୋହନ ଭାଗବନ-କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୫।୭: ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ହେରଫେର (ଚୋରି) ମାମଲାରେ ଏବେ ରାଷ୍ଟ୍ରୀୟ ସୱୟଂସେବକ ସଂଘ (RSS) ପକ୍ଷରୁ ବଡ଼ ବୟାନ ସାମ୍ନାକୁ ଆସିଛି। ସଂଘର…

ଇରାନକୁ ବଡ଼ ଧମକ ଦେଲେ ଟ୍ରମ୍ପ, ‘ଚାହିଁଲେ ଏକାଥରେ ସବୁ ଶେଷ….’

ଓ୍ବାଶିଂଟନ,୫ା୭: ଇରାନରେ ବର୍ତ୍ତମାନ ଏକ ସପ୍ତାହ ଶୋକ ପାଳନ କରାଯାଉଛି। ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କୁ ଜୁଲାଇ ୪ରୁ ଜୁଲାଇ ୯  ପର୍ଯ୍ୟନ୍ତ ଶେଷ ବିଦାୟ ଦିଆଯାଉଛି…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୭ ଘର, ବୋରିଗୁମ୍ମାରେ ରେକର୍ଡ…

କୋରାପୁଟ,୫ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ହୋଇଛି। ଜିଲାର ୧୪ଟି ବ୍ଲକରେ ମୋଟ୍‌ ୧୩୭୧.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଜୟପୁର କୋରାପୁଟ ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri