Posted inଜାତୀୟ

୧୩୯ ଜଣଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଲେ ଜଣେ ମହିଳା

ହାଇଦ୍ରାବାଦ,୨୨।୮: ଗତ କିଛି ବର୍ଷ ହେବ ଜଣେ ମହିଳାଙ୍କୁ ୧୩୯ ଜଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୋଲିସ ଏହି ଅଭିଯୋଗ ପାଇ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି। ମହିଳାଙ୍କ ସୂଚନା ଅନୁଯାୟୀ, ତାଙ୍କ ବିବାହର ମାତ୍ର ବର୍ଷକ ପରେ ୨୦୧୦ରେ ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଥିଲେ। ଏବେ ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି କି ତାଙ୍କ ପୂର୍ବତନ ସ୍ବାମୀ ଓ ସ୍ବାମୀଙ୍କର କେତେଜଣ ସମ୍ପର୍କୀୟ ତାଙ୍କୁ ବଳାତ୍କାର କରିଛନ୍ତି। ଏହି ଅଭିଯୋଗ ପରେ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ପୁଞ୍ଜାଗୁଟ୍ଟା ଥାନାର ଅଧିକାରୀ କହିଛନ୍ତି ମହିଳାଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚାଲିଛି। ତେବେ ବଳାତ୍କାରୀମାନେ ତାଙ୍କୁ ଧମକାଇବାରୁ ସେ ଦୀର୍ଘଦିନ ପର୍ଯ୍ୟନ୍ତ ଅଭିଯୋଗ କରିପାରି ନ ଥିବା କହିଛନ୍ତି। ବଳାତ୍କାର କରିବା ସମୟରେ ମହିଳାଙ୍କ ଫଟୋ ଓ ଭିଡିଓ ପ୍ରସ୍ତୁତ କରାଯାଇ ପରେ ତାଙ୍କୁ ବ୍ଲାକମେଲ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ତାଙ୍କୁ ବାରମ୍ବାର ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେଉଥିବାରୁ ସେ ଡରିଯାଇ ଅଭିଯୋଗ କରି ନ ଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ର ଐତିହ୍ୟ ସନ୍ଧାନ, ସଂରକ୍ଷଣ ପାଇଁ ନିଆରା ଉଦ୍ୟମ, ଇତିହାସ ଗବେଷଣାକୁ ନୂଆ ଦିଗ ଦେବ ଐତିହ୍ୟ ପଦଯାତ୍ରା

ବରଗଡ଼,୨୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ପ୍ରାଚୀନ ଐତିହ୍ୟର ଚିହ୍ନଟ, ସଂରକ୍ଷଣ ଏବଂ ଏହାର ଆଧାରରେ ନୂତନ ଇତିହାସ ରଚନାର ଲକ୍ଷ୍ୟ ନେଇ ବରଗଡ଼ର ବୁଦ୍ଧିଜୀବୀମାନଙ୍କ ମିଳିତ ପ୍ରୟାସରେ ଗତ…

ମନ୍ଦିର ପୂଜକଙ୍କ ଅମାନବୀୟ କାଣ୍ଡ, ତାର ଚୋରି ସନ୍ଦେହରେ ନାବାଳକଙ୍କୁ ବାନ୍ଧି….

ପାରଳାଖେମୁଣ୍ଡି,୨୮।୬ (ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ତାର ଚୋରି ସନ୍ଦେହରେ ଜଣେ ନାବାଳକଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଅମାନବୀୟ ଭାବେ ମାଡ଼…

ଆସୁଛି ବଡ଼ ବର୍ଷା, ଏହି ତାରିଖରୁ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର,୨୮।୬: ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଚମ୍ପୁଆ ବାଉଁଶୁଳି ରାସ୍ତାରେ ଦୁର୍ଘଟଣା, ବାଇକ-କାର ମୁହାଁମୁହିଁ ଧକ୍କାରେ….

କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବାଉଁଶୁଳି–ଚମ୍ପୁଆ ରାସ୍ତାର ଗିଧିବାସ ଗ୍ରାମ ନିକଟରେ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । କାର-ବାଇକ ମଧ୍ୟରେ…

ରାଇସ ମିଲ୍‌ ପରିସରରୁ ମିଳିଲା ସ୍କ୍ରାପ ଗୋଟାଳିଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

କୁଆଁରମୁଣ୍ଡା,୨୮।୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଧୀନ କୁମଝରିଆ ପଞ୍ଚାୟତ ବିଜାବାହାଲ ନିକଟସ୍ଥ ଏକ ରାଇସ ମିଲ୍‌ ପରିସରରୁ ଜଣେ ବୃଦ୍ଧାଙ୍କ ମୃତଦେହ ମିଳିଛି।…

‘ତତ୍କାଳ’ ଏବଂ ‘କରେଣ୍ଟ’ ଟିକେଟ୍ ବୁକିଂ ମଧ୍ୟରେ ଥିବା ତଫାତ କ’ଣ? ଜାଣିଥିଲେ ସହଜ ହେବ ଯାତ୍ରା

ନୂଆଦିଲ୍ଲୀ,୨୮।୬: ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଟିକେଟ୍ ବୁକିଂର ଅନେକ ବିକଳ୍ପ ରହିଛି। ଏହା ମଧ୍ୟରେ ତତ୍କାଳ ବୁକିଂ (Tatkal Booking) ଏବଂ କରେଣ୍ଟ…

IND vs IRE: ପୁଣି ନିରାଶ ହେଲେ ବୈଭବ; କିଏ ସେହି ସୂର୍ଯ୍ୟାଂଶ-ପ୍ରିନ୍ସ, ଯାହାଙ୍କୁ ମିଳିଲା ସୁଯୋଗ?

ବେଲଫାଷ୍ଟ,୨୮।୬: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ଆରମ୍ଭ ବେଶ୍ ରୋମାଞ୍ଚକର ରହିଛି, ଯେଉଁଠାରେ ଘରୋଇ ଦଳ ପ୍ରଥମ ମ୍ୟାଚ୍‌ରେ ଭାରତକୁ ହରାଇ ଇତିହାସ…

ଦେବସ୍ନାନ ପୂର୍ଣ୍ଣିମା, ଆସନ୍ତାକାଲି ସବୁ ସ୍କୁଲ୍‌ ବନ୍ଦ

ପୁରୀ,୨୮ା୬: ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆସନ୍ତାକାଲି ଅର୍ଥାତ୍ ସୋମବାର ପୁରୀ ମହାନଗର ନିଗମରେ ବନ୍ଦ ରହିବ ସମସ୍ତ ସ୍କୁଲ । ଶିଶୁ ବାଟିକାଠାରୁ ଦ୍ବାଦଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri