ବିନା ଫିଟ୍‌ନେସ୍‌ରେ ଗଡ଼ୁଛି ୪ ଓଏସ୍‌ଆର୍‌ଟିସି ଗାଡ଼ି

ରାୟଗଡ଼ା,୧୩।୮(ଭାଗ୍ୟଶ୍ରୀ ମିଶ୍ର)ରାଜ୍ୟ ସରକାର ପରିବହନ କ୍ଷେତ୍ରରେ ଯାତ୍ରୀଙ୍କୁ ରିହାତି ମୂଲ୍ୟରେ ସୁବିଧା ଦେବା ପାଇଁ ସରକାରୀ ବସ୍‌ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) କରିଛନ୍ତି। ହେଲେ ଏହାର ରାୟଗଡ଼ା କାର୍ଯ୍ୟାଳୟ ଅବହେଳିତ ଅବସ୍ଥାରେ ରହିଛି। ପରିଚାଳନାଗତ ତ୍ରୁଟି ଯୋଗୁ ଘରୋଇ ବସ୍‌ର ଚାହିଦା ବଢୁଛି ଏବଂ ସରକାରୀ ବସ୍‌କୁ ଯାତ୍ରୀମାନେ କମ ପସନ୍ଦ କରୁଛନ୍ତି। ରାୟଗଡ଼ାରେ ଓଏସ୍‌ଆର୍‌ଟିସିର ନିଜସ୍ବ କାର୍ଯ୍ୟାଳୟ, ସ୍ବତନ୍ତ୍ର ଗ୍ୟାରେଜ ନାହିଁ। ଗୋଟିଏ ଭଡ଼ା ଘରେ ଷ୍ଟେଶନ ଅଫିସ, କାଉଣ୍ଟର, ଡିପୋ ଅଫିସ ୩ ଚାଲିଛି। ରାୟଗଡ଼ାର ଓଏସ୍‌ଆର୍‌ଟିସି କାର୍ଯ୍ୟାଳୟ ଭିତ୍ତିଭୂମି ବିକାଶ କଲେ ରାଜସ୍ବ ବଢ଼ିବା ସହ ସରକାରୀ ବସକୁ ଲୋକେ ବହୁଳ ବ୍ୟବହାର କରିବେ ବୋଲି ବୁଦ୍ଧିଜୀବୀ କହିଛନ୍ତି।
ରାୟଗଡ଼ା ଡିପୋରେ ଲାଭ ହେଉ ନଥିବାରୁ ଏଠାରେ କାର୍ଯ୍ୟାଳୟ ପ୍ରତି ବିଭଗୀୟ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି। ୨୦୦୨ରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଏସ୍‌ଆର୍‌ଟିସି କାର୍ଯ୍ୟାଳୟ ଥିଲା। ଘରୋଇ ବସ୍‌ଗୁଡିକ ସେହି ସମୟରେ ଲାଭରେ ଚାଲିଥିବାବେଳେ ଓଏସ୍‌ଆର୍‌ଟିସି ଅନେକ କ୍ଷତି ସହିବା ପରେ ଉକ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା। ୨୦୧୫ରୁ ରାୟଗଡ଼ା ବସ୍‌ଷ୍ଟାଣ୍ଡର ଏକ ଭଡ଼ାଘରେ ଉକ୍ତ କାର୍ଯ୍ୟାଳୟ ଚାଲିଛି। ଓଏସ୍‌ଆର୍‌ଟିସି ରାୟଗଡ଼ା (ଡିପୋ)ରେ ବର୍ତ୍ତମାନ ୧୨ଟି ସରକାରୀ ବସ ଚାଲୁଥିବା କାଗଜପତ୍ରରେ ଦର୍ଶାଯାଇଛି। ମାତ୍ର କେବଳ ୪ଟି ନିୟମିତ ଭାବରେ ଚାଲୁଛି। ୮ଟି ଗାଡ଼ି ଖରାପ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଗାଡ଼ି ଖରାପ ହୋଇଗଲାଣି। ୪ଟି ଗାଡିର ଫିଟ୍‌ନେସ ମଧ୍ୟ ସରିଯାଇଛି। ଉକ୍ତ ଗାଡ଼ିକୁ କିନ୍ତୁ ଦୂର ଯାତ୍ରାରେ ବ୍ୟବହାର କରାଯାଉଛି। ତେଣୁ ସରକାରୀ ଗାଡ଼ିରେ ଯିବାକୁ ଡର ଲାଗୁଛି ବୋଲି ଅନେକ ଯାତ୍ରୀ କହିଛନ୍ତି। ଗ୍ୟାରେଜ ନ ଥିବାରୁ ଗାଡ଼ି ଧୋଇବା ରଖିବାରେ ଅସୁବିଧା ହେଉଛି ବୋଲି ଡ୍ରାଇଭରମାନେ କହିଛନ୍ତି। ଗାଡ଼ି ଖରାପ ହେଲେ ସେଗୁଡିକର ମରାମତି, ପାର୍ଟସ୍‌ ଲଗାଇବା ଏସବୁ କରାଯାଇ ପାରୁ ନ ଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଗୋଟିଏ ଗାଡ଼ିର ୧୫ ବର୍ଷ ଭ୍ୟାଲିଡ୍‌ ପୂର୍ବରୁ ହିଁ ଅଯୋଗ୍ୟ ହୋଇଯାଉଛି। ରାୟଗଡ଼ା ଡିପୋ ସହାୟକ ମ୍ୟାନେଜର ସଂଗ୍ରାମ ଜେନାଙ୍କୁ ପଚାରିବାରୁ, ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛୁ। ଗ୍ୟାରେଜ ନ ଥିବାରୁ ଗାଡ଼ି ରକ୍ଷଣାବେକ୍ଷଣା ନ ହେବା ଯଥାର୍ଥ। ଉନ୍ନୟନ କାର୍ଯ୍ୟ ଆଗକୁ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri