ସହର ରାସ୍ତାରେ ନର୍ଦ୍ଦମା ପାଣି

ବ୍ରହ୍ମପୁର,୮ା୭ (ସ୍ମୃତି ରଞ୍ଜନ ମହାଲିକ): ପ୍ରାୟ ୩ ଘଣ୍ଟାର ବର୍ଷା ପରେ ବ୍ରହ୍ମପୁର ସହରବାସୀ ଗରମ ଓ ଗୁଳୁଗୁଳିରୁ କେତେକାଂଶରେ ଆଶ୍ୱସ୍ତି ଲାଭ କରିଛନ୍ତି। ଅନ୍ୟପଟେ ଏହି ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଡ୍ରେନ ପାଣି ସହ ମିଶି ରାସ୍ତାରେ ଜମିଛି। ଏପରିକି ଏହି ଆବର୍ଜନା ପାଇଁ କେତେକ ଘରେ ମଧ୍ୟ ପଶିଥିବା ଦେଖାଯାଇଛି।
ଶ୍ରାବଣରେ ଲଗାଣ ବର୍ଷା ପରିବର୍ତ୍ତେ ଅସହ୍ୟ ଖରା ଓ ଗୁଳୁଗୁଳି ଲାଗି ରହିଥିଲା। ଶୁକ୍ରବାର ପୂର୍ବାହ୍ନରେ ମଧ୍ୟ ଟାଣ ଖରା ହୋଇଥିଲା। ମଧ୍ୟାହ୍ନରେ ପାଗରେ ପରିବର୍ତ୍ତନ ହୋଇଥିଲା। ଅପରାହ୍ନ ୧ଟା ବେଳକୁ ଆକାଶ ମେଘାଛନ୍ନ ହୋଇ ଝିପଝିପ ବର୍ଷା ଆରମ୍ଭ ହୋଇଥିଲା। ପ୍ରାୟ ସାଢେ ୧ଟା ବେଳକୁ ଘଡଘଡି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ପ୍ରାୟ ୩ ଘଣ୍ଟାଧରି ବର୍ଷା ଛେଚିଥିଲା। ଫଳରେ ଦିନର ତାପମାତ୍ରା ସାଙ୍ଗକୁ ରାତ୍ରିର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଘଟିଛି। ବର୍ଷା ଯୋଗୁ ଚାଷୀକୂଳରେ ଖୁସିର ଲହରି ଖେଳିଯାଇଛି। କାରଣ ପୂର୍ବରୁ ହେଉଥିବା ଖରାରେ ଜିଲାର ବିଭିନ୍ନ ଅଞ୍ଚଳର ଚାଷ ଜମିରେ ଗଜା ମରୁଡି ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ତଳି ପକା ପାଇଁ ପ୍ରସ୍ତୁତି ସରିଥିବା ବେଳେ ବର୍ଷା ଅଭାବରୁ ତଳି ପଡିପାରୁ ନ ଥିଲା। ଶୁକ୍ରବାରର ବର୍ଷା ତଳି ପକାଇବା ଲାଗି ସହାୟକ ହେବା ସହ ଗଜାମରୁଡି ଆଶଙ୍କା ଦୂର ହେବ ବୋଲି ଚାଷୀ କହିଛନ୍ତି। ସେପଟେ ଦୀର୍ଘ ସମୟ ବର୍ଷା ଫଳରେ ସାହିଗୁଡିକରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ନ ଥିବା ଦେଖାଯାଇଥିଲା। ନର୍ଦ୍ଦମା ପାଣି ରାସ୍ତା ଉପରେ ଜମି ରହିଥିଲା। ବିଶେଷକରି ସହରର ବିଜିପୁର, ନେହେରୁ ନଗର, ନୂଆ ବସଷ୍ଟାଣ୍ଡ, ଅଶୋକ ନଗର, କମାପଲୀ ପୋଖରୀ ପାର୍ଶ୍ୱ, ୨ ନଂ ୱାର୍ଡ, ଆସ୍କା ରୋଡ ଓ ସହରତଳି ଅଞ୍ଚଳ ଗୁଡିକରେ ନର୍ଦ୍ଦମା ପାଣି ମୁଖ୍ୟ ରାସ୍ତା ଉପରେ ଜମି ରହି ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ଧରି ମୁଖ୍ୟ ରାସ୍ତା ଉପରେ ପାଣି ଜମି ରହିବା କାରଣରୁ ସାଧାରଣ ଜନତା କାୈଣସି ଜରୁରୀକାଳୀନ ଯିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥିଲା। ଏପରିକି ପ୍ରେମ ନଗର ଓ ଧର୍ମ ନଗର ଅଂଚଳରେ ବର୍ଷା ପାଣି ଘରେ ପଶୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ବର୍ଷା ଦିନେ ମହାନଗର ନିଗମ ପକ୍ଷରୁ ବିଭିନ୍ନ ସାହିରେ ଡ୍ରେନେଜ କାର୍ଯ୍ୟ ଜାରି ରହିବା କାରଣରୁ ବର୍ଷା ଜଳ ନିଷ୍କାସନ ନ ହେବା ଆଉ ଏକ ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି। ବର୍ଷା ପୂର୍ବରୁ ନିଗମ ପକ୍ଷରୁ ସମୂହ ସଫେଇ ଅଭିଯାନ କରାଯାଉଛି। କିନ୍ତୁ ସାମାନ୍ୟ ବର୍ଷାରେ ସାରା ସହର ନର୍ଦ୍ଦମା ପାଣିରେ ଉବଟୁବୁ ହେଉଛି। ଏଣୁ ଅଧପନ୍ତରିଆ ଡ୍ରେନ୍‌ କାର୍ଯ୍ୟ ଶୀଘ୍ର ସାରିବା ଓ ପୋତି ହୋଇଥିବା ନର୍ଦ୍ଦମା ସଫେଇ ପାଇଁ ଦାବି ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?