Odisha Elections 2024

ବ୍ୟବସାୟରେ ବିଶ୍ୱାସ-ନୈତିକତା ରହିବା ଆବଶ୍ୟକ

ଭୁବନେଶ୍ୱର,୮।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂଘ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ(ଆଇସିସି) ପକ୍ଷରୁ ଏକ ଦିନିକିଆ ତଥା ୫ମ କର୍ପୋରେଟ୍‌ ସୋସିଆଲ୍‌ ରେସ୍‌ସ୍ପନ୍‌ସିବିଲିଟି (ସିଏସ୍‌ଆର୍‌) ସମ୍ମିଳନୀ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ମେନ୍‌ଷ୍ଟ୍ରିମିଂ ସିଏସ୍‌ଆର୍‌ ଫର୍‌ ଇନ୍‌କ୍ଲୁସିଭ୍‌ନେସ୍‌’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ସରକାରଙ୍କ କୌଶଳ ଓ ଶିକ୍ଷା, ବାଣିଜ୍ୟ ଏବଂ ପରିବହନ ପ୍ରମୁଖ ସଚିବ ଉଷା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ, ବ୍ୟବସାୟରେ ବିଶ୍ୱାସ ଏବଂ ନୈତିକତା ରହିବା ଆବଶ୍ୟକ। ଏପରିକି ସେ ଟାଟା କମ୍ପାନୀର ଉଦାହରଣ ଦେଇ କହିଥିଲେ, ଲୋକେ ଏହି କମ୍ପାନୀକୁ ଭରସା କରନ୍ତି। ଫଳରେ ବ୍ୟବସାୟିକ ନୈତିକତା ପାଇଁ ଟାଟା କମ୍ପାନୀ ପାର୍ଲାମେଣ୍ଟ ଭବନ ନିର୍ମାଣଠାରୁ ଆରମ୍ଭକରି ଏୟାର ଇଣ୍ଡିଆ ପର୍ଯ୍ୟନ୍ତ କମ୍ପାନୀ ଚଳାଉଛି। ସେହିପରି ସେ ବିକାଶରେ ମେନ୍‌ଷ୍ଟ୍ରିମିଂ ଏବଂ ଇକ୍ଲୁସିଭିଟିକୁ ବିଶେଷ ଭାବେ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷଣା କହୁଛି ଯେଉଁ କମ୍ପାନୀର ବ୍ୟବସାୟ ବ୍ୟତୀତ ସାମାଜିକ ଦାୟିତ୍ୱବୋଧ ରହିଛି ଏବଂ ଉକ୍ତ କମ୍ପାନୀ ସାମାଜିକ ବିକାଶରେ ପୁଞ୍ଜିନିବେଶ କରୁଛି ସେହି କମ୍ପାନୀ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଅପେକ୍ଷା ଅଧିକ ଲାଭବାନ୍‌ ହେଉଛି। ସେହିଭଳି ଆଇସିସି ଓଡ଼ିଶା କାଉନ୍‌ସିଲ୍‌ ସିଏସ୍‌ଆର୍‌ ଏବଂ ସ୍ଥିରତା କମିଟିର ଆବାହକ ଜଗଦାନନ୍ଦ ସମ୍ମିଳନୀର ଆଭିମୂଖ୍ୟ ସମ୍ପର୍କରେ ବିସ୍ତୁତ ମତ ପ୍ରକାଶ କରିଥିଲେ। ସେହିପରି ଆର୍ସେଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆର ନିର୍ଦ୍ଦେଶକ ସୁରେଶ ଜି. କହିଛନ୍ତି, ସିଏସ୍‌ଆର୍‌ ଠିକ୍‌ ଦିଗରେ ପରିଚାଳନା ପାଇଁ ନୂତନ ଚିନ୍ତାଧାରା ଏବଂ ଉନ୍ନତ ଜ୍ଞାନକୌଶଳର ଆବଶ୍ୟକତା ରହିଛି। ଆଇସିସିର ଓଡ଼ିଶା ଷ୍ଟେଟ୍‌ କାଉନ୍‌ସିଲ୍‌ର ଚେୟାରମ୍ୟାନ ଜେ.ବି. ପାଣି ସ୍ବାଗତ ଅଭିଭାଷଣ ପ୍ରଦାନ କରି ସିଏସ୍‌ଆର୍‌ ଏକ ସକାରାମତ୍କ ପରିବର୍ତ୍ତନର ମୁଖ୍ୟ ବାହକ ହେବ ବୋଲି କହିଥିଲେ। ଆଇସିସି ଷ୍ଟେଟ୍‌ କାଉନ୍‌ସିଲ୍‌ ସିଏସ୍‌ଆର୍‌ ଏବଂ ସ୍ଥିରତା କମିଟିର ସହ ଆବାହକ ଅମ୍ବିକା ପ୍ରସାଦ ନନ୍ଦ ଧନ୍ୟବାଦ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା ପରିଷଦ ସିଏସ୍‌ଆର୍‌ ଏବଂ ସ୍ଥିରତା କମିଟିର ପ୍ରମୁଖ ଉପଦେଷ୍ଟା ପ୍ରଶାନ୍ତ ହୋତା ଓ ଆଞ୍ଚଳିକ ମୁଖ୍ୟ ଜେ.ପି.ପାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

ଏପ୍ରିଲରେ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୧୭ା୫: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା’ର ମାସିକ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। କମ୍ପାନୀର ଘୋଷଣା ଅନୁଯାୟୀ ୨୦୨୪ ଏପ୍ରିଲରେ...

ଟିପିସିଓଡିଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧୭ା୫: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ନୂତନ ଅଭିଯାନ ‘ସମୃଦ୍ଧି’ର ଶୁଭାରମ୍ଭ...

ଜେଏସ୍‌ଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ...

୨୦୨୬ ସୁଦ୍ଧା ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିବ

ଭୁବନେଶ୍ୱର,୧୭ା୫ (ଅନୁରାଧା ମହାରଣା): ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତ ୪ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ଏପରିକି ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା...

୪,୦୦୦ କର୍ମଚାରୀଙ୍କୁ ଛଟେଇ କଲା ତୋଷିବା: ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ନୂତନ ମାଲିକାନା ଅଧୀନରେ ପୁନଃର୍ଗଠନର କାର୍ଯ୍ୟର ଏକ ଅଂଶ ଭାବରେ ତୋଷିବା ଏହାର ୪,୦୦୦ ଛଟେଇ କରିଥିବା ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି।...

ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI

ମୁମ୍ବାଇ,୧୬।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନୀଗୁଡିକ (ଏନବିଏଫସି) କୁ ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅଧିକ ର୍ନିଭରଶୀଳତା...

ରେକର୍ଡ ପ୍ରଫିଟ୍‌ ପରେ କର୍ମଚାରୀଙ୍କୁ ମାଲାମାଲ କଲା କମ୍ପାନୀ

ନୁଆଦିଲ୍ଲୀ, ୧୬।୫: ରେକର୍ଡ ପ୍ରଫିଟ ହାସଲ କରିବା ପରେ ସିଙ୍ଗାପୁର ଏୟାରଲାଇନ୍‌ ଏହାର କର୍ମଚାରୀଙ୍କୁ ୮ ମାସର ଦରମା ବୋନସ୍‌ ଆକାରରେ ଦେବାକୁ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri