ବିନା ଭକ୍ତରେ ମା’ ତାରିଣୀଙ୍କ ସୁନାବେଶ

ଘଟଗାଁ,୧।୧ (ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ତାରିଣୀ ପୀଠରେ ଇଂରାଜୀ ନବବର୍ଷ ୨୦୨୨ର ପ୍ରଥମ ଦିନ ଶନିବାର ବିନା ଭକ୍ତରେ ମା’ଙ୍କ ସମସ୍ତ ନୀତିକାନ୍ତି, ମଙ୍ଗଳ ଆଳତି ସହ ସୁନାବେଶ ସମ୍ପନ୍ନ ହୋଇଛି।

କୋଭିଡ୍‌ କଟକଣା ଯୋଗୁ ମନ୍ଦିର ୩ ଦିନ ବନ୍ଦ ଥିବାରୁ ଭକ୍ତମାନଙ୍କୁ ନିରାଶ ହେବାକୁ ପଡ଼ିଛି। କେବଳ ସ୍ବଳ୍ପ ସଂଖ୍ୟକ ସେବାୟତ ଓ ମନ୍ଦିର କର୍ମଚାରୀ ଉପସ୍ଥିତ ରହି ମା’ଙ୍କ ପୂଜାନୀତି ସମ୍ପନ୍ନ କରିଥିଲେ। ସକାଳ ୫ଟାରୁ ମା’ଙ୍କର ମାଦର୍ଶା, ବଡ଼ସିଂହାର ବେଶ, ଷୋଡ଼ଶ ଉପଚାର ଓ ମଙ୍ଗଳ ଆଳତି ଆରମ୍ଭ ହୋଇ ସୁନାବେଶ କରାଯାଇଥିଲା।

ବରିଷ୍ଠ ପୂଜକ ଶ୍ୟାମସୁନ୍ଦର ଦେହୁରୀ, ସଦାନନ୍ଦ ଦେହୁରୀ, ପ୍ରଭାତ ଦେହୁରୀ ପ୍ରମୁଖ ସକାଳ ୭ଟାରେ ପୂଜାନୀତି ଶେଷ କରିଥିଲେ। ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ଫାଟକ ବନ୍ଦ କରାଯାଇଥିବାରୁ ଭକ୍ତ ଓ ପର୍ଯ୍ୟଟକ ରାସ୍ତାରେ ରହି ମା’ଙ୍କୁ ମୁଣ୍ଡିଆ ମାରି ଫେରିଥିଲେ। ମନ୍ଦିର ପରିସର ଓ ବାହାରେ ପୋଲିସ, ସିକ୍ୟୁରିଟି ଗାର୍ଡ ମୁତୟନ ହୋଇଥିଲେ। ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂହ, ନିର୍ମଳ ମହାନ୍ତି, ଦୟାନିଧି ମହାନ୍ତ, କ୍ଷୀରୋଦ ପ୍ରସାଦ ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର, ଏସ୍‌ଡିପିଓ ଅସିଦ ମହାନ୍ତି, ଥାନାଧିକାରୀ ପ୍ରତିଭା ସାହୁ, ତହସିଲଦାର ଜନକ ନାୟକ, ବିଡିଓ ନାରାୟଣ ସାହୁ ପ୍ରମୁଖ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଗ୍‌ଣ ହେଉଛି ତାଳଚେର ଆର୍‌ଏମ୍‌ସି: ଆୟର ୭୦ ପ୍ରତିଶତ ଯାଉଛି ଦରମାରେ

ତାଳଚେର,୩ା୧(ନି.ପ୍ର.) – ତାଳଚେର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ସ୍ଥାପନ ହେବାର ପ୍ରାୟ ୨୭ ବର୍ଷ ହେଲାଣି। ଏହାର ବାର୍ଷିକ ଆୟ ୨୭ ଲକ୍ଷ। କିନ୍ତୁ...

ପାଣି ଚୋରି ରୋକିବ ସେନ୍‌ସର

ଯାଜପୁର ଅଫିସ,୧୬।୧୧: ଜଳ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସହର, ଶିଳ୍ପ ଏବଂ ବାଣିଜି୍ୟକ ପ୍ରତିଷ୍ଠାନଗୁଡିକୁ ଆଇନ ଅନୁଯାୟୀ ଜଳଯୋଗାଣ କରାଯାଉଛି। ୱାଟର ଆଲୋକେଶନ କମିଟି(ଡବ୍ଲ୍ୟୁଏସି)ର...

ଏକବିଂଶତମ ଜଗତ୍‌ସିଂହପୁର ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟା: ‘ଗ୍ରନ୍ଥ ବି ସମାଜରେ ବିପ୍ଳବ ଆଣିପାରେ’

ଜଗତ୍‌ସିଂହପୁର ଅଫିସ୍‌, ୨୧ା୧: ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସାହିତ୍ୟ ଉପରେ ଆଧାରିତ ଲିଖିତ ଗ୍ରନ୍ଥ ହୋମରୁଲ୍‌ ଓ ସର୍ବୋଦୟ ବେସ୍‌ ହୃଦୟସ୍ପର୍ଷୀ। ଆଦର୍ଶ ଓ ସମନ୍ବୟର...

ବନ୍ଦ ପଡ଼ିଛି ପ୍ରକଳ୍ପ, ବିଦ୍ୟୁତ୍‌ ବିଲ୍‌ ୮୦ ହଜାର

ଖଣ୍ଡପଡ଼ା,୧୧ା୧୦(ସ୍ବ.ପ୍ର.): ଦୀର୍ଘ ବର୍ଷ ହେଲା ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡିଛି। ବିଦ୍ୟୁତ୍‌ ତାର ଚୋରି ହେବା ପରେ ଏପରି ଅବସ୍ଥା ସୃଷ୍ଟି ହୋଇଛି। ତଥାପି...

ଟିକସ ଆଦାୟ ଲକ୍ଷ୍ୟ ପୂରଣ ନ ହେଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୨୨୧(ଡି.ଏନ.ଏ)-ଛତ୍ରପୁରସ୍ଥିତ ଜିଲାପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ମଙ୍ଗଳବାର ଗଞ୍ଜାମ, କନ୍ଧମାଳ ଓ ନୟାଗଡ ଜିଲାର ସହରାଞ୍ଚଳ ଉନ୍ନୟନ ସମୀକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ...

ପଶ୍ଚିମ ଓଡ଼ିଶା ମତ୍ସ୍ୟଜୀବୀ ତିଅର ସମାଜର ମହାସଭା: ହକ୍‌ ପାଇଁ ଲଢେଇ ଦରକାର

ବଲାଙ୍ଗୀର ଅଫିସ,୧୩।୧: ବଲାଙ୍ଗୀରଠାରେ ପଶ୍ଚିମ ଓଡିଶା ମତ୍ସ୍ୟଜୀବୀ ତିଅର ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି। ସମାଜ ସଭାପତି ଶ୍ରୀବତ୍ସ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହାସଭାରେ ମୁଖ୍ୟଅତିଥି...

ଭଙ୍ଗାଯାଉନି ଗିରି ମାର୍କେଟ କୋଠା

ବ୍ରହ୍ମପୁର ଅଫିସ,୧୩ା୯:ବ୍ରହ୍ମପୁର ସହରର ହୋଲ୍‌ସେଲ୍‌ ବାଣିଜ୍ୟ ପେଣ୍ଠସ୍ଥଳୀ କହିଲେ ଗିରି ମାର୍କେଟ ବେଶ୍‌ ପରିଚିତ। ଏହି ମାର୍କେଟ ପ୍ରାୟ ୫୦ ବର୍ଷ ପୁରୁଣା। ଉକ୍ତ ମାର୍କେଟ...

ଲକ୍‌ଡାଉନ୍‌: ୭୮ ବାଇକ୍‌ ଜବତ

ରାଇରଙ୍ଗପୁର,୯ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ଲାଗି ସାରା ଭାରତରେ ଲକ୍‌ ଡାଉନ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍‌ ଡିଭିଜନର ବିଭିନ୍ନ ସ୍ଥାନରେ ଅମାନିଆ...

Advertisement
Archives

Model This Week