ନିର୍ବାଚନ ପାଖ ହେଲେ ନିରଞ୍ଜନଙ୍କ ଦେହ ଖରାପ ହେଉଛି: ତାରା

ଭୁବନେଶ୍ୱର,୨।୪ (ବ୍ୟୁରୋ): ପ୍ରଥମେ ପଞ୍ଚାୟତ ଓ ପରେ ପୌର ନିର୍ବାଚନରେ କଂଗ୍ରେସର ନୈରାଶ୍ୟ ଜନକ ପ୍ରଦର୍ଶନ ବର୍ତ୍ତମାନ ପ୍ରଦେଶ କଂଗ୍ରେସ କମିଟିରେ କନ୍ଦଳର ରୂପନେଇଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନର ସମୟରେ ନିଜ ଭୁଲ ଲୁଚାଇବାକୁ ଯାଇ ସ୍ବାସ୍ଥ୍ୟର ଆଳ ଦେଖାଉଥିବା ସେ ପ୍ରକାଶ କରିଛନ୍ତି। ଏହି କନ୍ଦଳ ପୁରୁଣା ହୋଇଥିଲେ ମଧ୍ୟ ଏବେ ଖୋଲା ଖୋଲି ଭାବେ ବାହିନୀପତି ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି। ବାହିନୀପତି କହିଛନ୍ତି, ନିରଞ୍ଜନ ବାବୁ କୁଆଡ଼େ ଯାଇପାରୁ ନଥିବାରୁ ନେତୃତ୍ୱ ନିଶ୍ଟିତ ଭାବରେ ପ୍ରଭାବିତ ହେଉଛି। ନିର୍ବାଚନ ବେଳ ଆସିଲେ ତାଙ୍କ ଦେହ ଅସୁସ୍ଥ ହୋଇ ଯାଉଛି। ସେହି ହିସାବରେ ଦେଖିବାକୁ ଗଲେ ସେ କୌଣସି ପ୍ରଚାରରେ ଭାଗ ନେଇ ପାରୁନାହାନ୍ତି। ଏହି କାରଣରୁ ଇତି ମଧ୍ୟରେ ନିରଞ୍ଜନ ଦୁଇ ତିନି ଥର ଇସ୍ତଫା ମଧ୍ୟ ଦେଇ ସାରିଥିବା ବାହିନୀପତି କହିଛନ୍ତି। ବାହିନୀପତିଙ୍କ କଥାରେ କଥା ମିଶାଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡିକରେ କଂଗ୍ରେସ ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଅଦ୍ୟାବଧି ୬ଟି ପ୍ରଦେଶର ସଭାପତିଙ୍କୁ ପରିବର୍ତ୍ତନ କରାଯାଇଛି। ସେଠାରେ ନୂତନ ଭାବେ ୮୦ ଭାଗ ଯୁବତୀ ଯୁବକଙ୍କୁ ଦାୟିତ୍ୱ ଦେଉଛନ୍ତି। ସମସ୍ତ ରାଜ୍ୟର ମୋଡ଼ିଫିକେଶନ ହେଉଛି ଆମର ମଧ୍ୟ ମୋଡ଼ିଫିକେଶନ ହେବ। ପ୍ରଦେଶ କଂଗ୍ରେସ ପାଇଁ ଯୁବ ମାନେ ମଙ୍ଗ ଧରିବା ଶୁଭଙ୍କର ହେବ ବୋଲି ରାଉତରାୟ ମତ ରଖିଛନ୍ତି। ଅପରପକ୍ଷରେ ଆଗାମୀ ଦିନରେ ଦଳୀୟ ନିର୍ବାଚନ ହେବାକୁ ଯାଉଛି। ମେ’ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦଳୀୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ବ୍ଲକସ୍ତରୀୟ କମିଟି ଠାରୁ ଆରମ୍ଭ କରି ସର୍ବଭାରତୀୟ କଂଗ୍ରେସ ଦଳର ସଭାପତି ଏବଂ ଅନ୍ୟାନ୍ୟ ପଦ ପଦବୀ ପାଇଁ ନିର୍ବାଚନ ହେବ। ଏହି ନିର୍ବାଚନ ପ୍ରକ୍ରିୟାରେ ପିସିସି ପଦରେ ନିରଞ୍ଜନଙ୍କ ବଦଳରେ ଆଉ ଜଣେ ନୂଆଁ ମୁହଁକୁ ଦଳ ଦେଖିବାକୁ ଚାହୁଁଥିବା ଏହି କନ୍ଦଳ ସ୍ପଷ୍ଟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri