ନିର୍ବାଚନ ପାଖ ହେଲେ ନିରଞ୍ଜନଙ୍କ ଦେହ ଖରାପ ହେଉଛି: ତାରା

ଭୁବନେଶ୍ୱର,୨।୪ (ବ୍ୟୁରୋ): ପ୍ରଥମେ ପଞ୍ଚାୟତ ଓ ପରେ ପୌର ନିର୍ବାଚନରେ କଂଗ୍ରେସର ନୈରାଶ୍ୟ ଜନକ ପ୍ରଦର୍ଶନ ବର୍ତ୍ତମାନ ପ୍ରଦେଶ କଂଗ୍ରେସ କମିଟିରେ କନ୍ଦଳର ରୂପନେଇଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ବାଚନର ସମୟରେ ନିଜ ଭୁଲ ଲୁଚାଇବାକୁ ଯାଇ ସ୍ବାସ୍ଥ୍ୟର ଆଳ ଦେଖାଉଥିବା ସେ ପ୍ରକାଶ କରିଛନ୍ତି। ଏହି କନ୍ଦଳ ପୁରୁଣା ହୋଇଥିଲେ ମଧ୍ୟ ଏବେ ଖୋଲା ଖୋଲି ଭାବେ ବାହିନୀପତି ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି। ବାହିନୀପତି କହିଛନ୍ତି, ନିରଞ୍ଜନ ବାବୁ କୁଆଡ଼େ ଯାଇପାରୁ ନଥିବାରୁ ନେତୃତ୍ୱ ନିଶ୍ଟିତ ଭାବରେ ପ୍ରଭାବିତ ହେଉଛି। ନିର୍ବାଚନ ବେଳ ଆସିଲେ ତାଙ୍କ ଦେହ ଅସୁସ୍ଥ ହୋଇ ଯାଉଛି। ସେହି ହିସାବରେ ଦେଖିବାକୁ ଗଲେ ସେ କୌଣସି ପ୍ରଚାରରେ ଭାଗ ନେଇ ପାରୁନାହାନ୍ତି। ଏହି କାରଣରୁ ଇତି ମଧ୍ୟରେ ନିରଞ୍ଜନ ଦୁଇ ତିନି ଥର ଇସ୍ତଫା ମଧ୍ୟ ଦେଇ ସାରିଥିବା ବାହିନୀପତି କହିଛନ୍ତି। ବାହିନୀପତିଙ୍କ କଥାରେ କଥା ମିଶାଇ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡିକରେ କଂଗ୍ରେସ ହାଇକମାଣ୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଅଦ୍ୟାବଧି ୬ଟି ପ୍ରଦେଶର ସଭାପତିଙ୍କୁ ପରିବର୍ତ୍ତନ କରାଯାଇଛି। ସେଠାରେ ନୂତନ ଭାବେ ୮୦ ଭାଗ ଯୁବତୀ ଯୁବକଙ୍କୁ ଦାୟିତ୍ୱ ଦେଉଛନ୍ତି। ସମସ୍ତ ରାଜ୍ୟର ମୋଡ଼ିଫିକେଶନ ହେଉଛି ଆମର ମଧ୍ୟ ମୋଡ଼ିଫିକେଶନ ହେବ। ପ୍ରଦେଶ କଂଗ୍ରେସ ପାଇଁ ଯୁବ ମାନେ ମଙ୍ଗ ଧରିବା ଶୁଭଙ୍କର ହେବ ବୋଲି ରାଉତରାୟ ମତ ରଖିଛନ୍ତି। ଅପରପକ୍ଷରେ ଆଗାମୀ ଦିନରେ ଦଳୀୟ ନିର୍ବାଚନ ହେବାକୁ ଯାଉଛି। ମେ’ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଦଳୀୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ବ୍ଲକସ୍ତରୀୟ କମିଟି ଠାରୁ ଆରମ୍ଭ କରି ସର୍ବଭାରତୀୟ କଂଗ୍ରେସ ଦଳର ସଭାପତି ଏବଂ ଅନ୍ୟାନ୍ୟ ପଦ ପଦବୀ ପାଇଁ ନିର୍ବାଚନ ହେବ। ଏହି ନିର୍ବାଚନ ପ୍ରକ୍ରିୟାରେ ପିସିସି ପଦରେ ନିରଞ୍ଜନଙ୍କ ବଦଳରେ ଆଉ ଜଣେ ନୂଆଁ ମୁହଁକୁ ଦଳ ଦେଖିବାକୁ ଚାହୁଁଥିବା ଏହି କନ୍ଦଳ ସ୍ପଷ୍ଟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri