Posted inଫୁରସତ

ବିଜ୍ଞ ସାଧୁମଣ୍ଡଳୀ ‘ନିରଞ୍ଜନୀ ଆଖଡ଼ା’

ଦେଶରେ ରେକର୍ଡ ଭାଙ୍ଗୁଛି କୋଭିଡ୍‌-୧୯ର ଦ୍ୱିତୀୟ ଲହର। ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ କରୋନା ବିସ୍ଫୋରଣ ଅଧିକ ଚିନ୍ତାଜନକ ବିଷୟ ହୋଇଛି। ମହାମାରୀ ଭିତରେ କୁମ୍ଭମେଳାରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି ‘ନିରଞ୍ଜନୀ ଆଖଡ଼ା’। ବିଜ୍ଞ ସାଧୁଗୋଷ୍ଠୀକୁ ନେଇ ସମୃଦ୍ଧ ‘ନିରଞ୍ଜନୀ ଆଖଡ଼ା’ର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଅନ୍ୟ ସାଧୁଗୋଷ୍ଠୀ। ସେମାନେ ମଧ୍ୟ ଏହି ଧାରାରେ ସାମିଲ ହେବା ସମ୍ଭାବନା ରହିଛି। ଏସବୁ ଭିତରେ ଚର୍ଚ୍ଚାର ପରିଧିକୁ ଆସିଛି ଶିକ୍ଷିତ ସାଧୁମଣ୍ଡଳୀ ‘ନିରଞ୍ଜନୀ ଆଖଡ଼ା’।

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଏବଂ ଶିକ୍ଷିତ ସାଧୁସନ୍ଥଙ୍କ ମଣ୍ଡଳୀ ‘ନିରଞ୍ଜନୀ ଆଖଡ଼ା’ ଚଳିତ କୁମ୍ଭମେଳାରୁ ହଟିବା ଲାଗି ଘୋଷଣା କରିଛି। ଦେଶର ୧୩ ଆଖଡ଼ା ମଧ୍ୟରେ ପ୍ରମୁଖ ଏହି ଆଖଡ଼ାକୁ ଜୁନା ଆଖଡ଼ା ପରେ ସବୁଠାରୁ ଅଧିକ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ନିରଞ୍ଜନୀ ଆଖଡ଼ାର ଅନ୍ୟଏକ ପରିଚୟ ହେଲା ଏହା ବିଜ୍ଞ ସାଧୁସନ୍ଥଙ୍କୁ ନେଇ ସମୃଦ୍ଧ। ସାଂସାରିକ ମୋହମାୟାକୁ ପଛ କରି ଅନେକ ଡାକ୍ତର, ଇଞ୍ଜିନିୟର, ପ୍ରଫେସର, ପ୍ରଫେଶନାଲ ଏହି ଆଖଡ଼ାରେ ସାମିଲ ହୋଇଛନ୍ତି, ଯାହା ଅନ୍ୟତ୍ର ଦେଖାଯାଏ ନାହିଁ।
ହରିଦ୍ୱାର ମହାକୁମ୍ଭ ମେଳାରେ ୧୫୦୦ରୁ ଊର୍ଦ୍ଧ୍ୱ ସାଧୁସନ୍ଥ କରୋନା ପଜିଟିଭ୍‌ ଚିହ୍ନଟ ହେଲେଣି। ଧୀରେ ଧୀରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। କେତେ ଜଣ ସନ୍ଥଙ୍କ ମୃତ୍ୟୁ ମଧ୍ୟ ଘଟିଲାଣି। ଦେଶରେ ବଢୁଥିବା ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବାବେଳେ କୁମ୍ଭମେଳାରୁ ଦୂରେଇ ଯିବାକୁ ଘୋଷଣା କରି ଚର୍ଚ୍ଚାର ପରିଧିକୁ ଆସିଛି ହଜାରେ ବର୍ଷ ପୁରୁଣା ନିରଞ୍ଜନୀ ଆଖଡ଼ା। ‘ନିରଞ୍ଜନୀ ଆଖଡ଼ା’ର ସ୍ଥାପନା ୯୦୪ ଖ୍ରୀଷ୍ଟାବ୍ଦ ବିକ୍ରମ ସମ୍ବତ୍‌ ୯୬୦ କାର୍ତ୍ତିକ କୃଷ୍ଣପକ୍ଷ ସୋମବାର ତିଥିରେ ଗୁଜରାଟର ମାଣ୍ଡ୍‌ବୀ ନାମକ ସ୍ଥାନରେ ହୋଇଥିଲା। ମହନ୍ତ ଅଜି ଗିରି, ମୌନି ସରଯୁନାଥ ଗିରି, ପୁରୁଷୋତ୍ତମ ଗିରି, ହରିଶଙ୍କର ଗିରି, ରଣଛୋର ଭାରତୀ, ଜଗଜୀବନ ଭାରତୀ, ଅର୍ଜୁନ ଭାରତୀ, ଜଗନ୍ନାଥ ପୁରୀ, ସ୍ବଭାବ ପୁରୀ, କୈଳାସ ପୁରୀ, ଖଡ୍‌ଗ ନାରାୟଣ ପୁରୀ ମିଳିତ ଭାବେ ଏହାକୁ ସ୍ଥାପନ କରିଥିଲେ। ଆଖଡ଼ାର ମୁଖ୍ୟ କାର୍ଯ୍ୟାଳୟ ତୀର୍ଥରାଜ ପ୍ରୟାଗରେ ରହିଛି। ଉଜ୍ଜୟିନୀ, ହରିଦ୍ୱାର, ତ୍ରୈମ୍ବକେଶ୍ୱରରେ ଆଖଡ଼ାର ସ୍ବତନ୍ତ୍ର ଆଶ୍ରମ ରହିଛି। ଏକ ରିପୋର୍ଟ ଅନୁଯାୟୀ, ନିରଞ୍ଜନୀ ଆଖଡ଼ାର ସାଧୁସନ୍ଥମାନେ ଶୈବ ଉପାସକ। ଆଖଡ଼ାର ହାରାହାରି ୭୦% ସାଧୁସନ୍ଥ ଉଚ୍ଚଶିକ୍ଷିତ। ସେମାନଙ୍କ ମଧ୍ୟରେ ବହୁ ଓକିଲ, ଡାକ୍ତର, ପ୍ରଫେସର, ସଂସ୍କୃତ ବିଦ୍ୱାନ ଅଛନ୍ତି। ଏହି ଆଖଡ଼ାର ଜଣେ ସନ୍ଥ ସ୍ବାମୀ ଆନନ୍ଦ ଗିରି ନେଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଆଇଆଇଟି ଖଡ଼ଗପୁର, ଆଇଆଇଟି ସିଲଂର ଛାତ୍ରୀଛାତ୍ରଙ୍କୁ ପାଠପଢ଼ାଇ ଚର୍ଚ୍ଚାକୁ ଆସିଥିଲେ। ଏବେ ସେ ବନାରସରେ ରହି ପି.ଏଚ୍‌ଡି କରିଛନ୍ତି।
ଏବେ ଆଖଡ଼ାରେ ୧୦ ହଜାରରୁ ଅଧିକ ନାଗାସାଧୁ ଥିବାବେଳେ ମହାମଣ୍ଡଳେଶ୍ୱର ସଂଖ୍ୟା ୩୩। ସେହିପରି ମହନ୍ତ, ଶ୍ରୀମହନ୍ତଙ୍କ ସଂଖ୍ୟା ୧୦୦୦ରୁ ଅଧିକ। କୁମ୍ଭମେଳାରେ ଭବ୍ୟ ସମାରୋହ ଭିତରେ ନିଜକୁ ସାମିଲ କରିବା ନିରଞ୍ଜନୀ ଆଖଡ଼ାର ବହୁ ବର୍ଷ ପୁରୁଣା ପରମ୍ପରା। ଶୋଭାଯାତ୍ରାରେ ରଥ, ଘୋଡ଼ା, ହାତୀ, ଓଟ ଅଂଶଗ୍ରହଣ କରିଥାଆନ୍ତି, ଯାହା ବେଶ୍‌ ଚିତ୍ତାକର୍ଷକ।
ମହାମଣ୍ଡଳେଶ୍ୱର ପାଇଁ
ନାହିଁ ବୟସ ସୀମା
‘ନିରଞ୍ଜନୀ ଆଖଡ଼ା’ର ଅନ୍ୟତମ ସର୍ବମାନ୍ୟ ପଦବୀ ହେଉଛି ମହାମଣ୍ଡଳେଶ୍ୱର। ଏମାନେ ନିଜକୁ ପାରିବାରିକ ଜଞ୍ଜାଳରୁ ମୁକ୍ତ ରଖିଥାଆନ୍ତି। ଏଥିଲାଗି ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ବ୍ୟକ୍ତିଙ୍କୁ ବୈରାଗ୍ୟ ଏବଂ ସନ୍ନ୍ୟାସ ବ୍ରତ ଧାରଣ କରିବା ଉପରେ ବେଶି ଗୁରୁତ୍ୱ ଦିଆଯାଏ। ମହାମଣ୍ଡଳେଶ୍ୱର ହେବାକୁ ହେଲେ କୌଣସି ବୟସ ସୀମା ନ ଥାଏ। ତେବେ ସମ୍ପୃକ୍ତ ବ୍ୟକ୍ତି ବେଦ, ପୁରାଣ, ସଂସ୍କୃତ, ପ୍ରବଚନ ଦେବାରେ ପ୍ରବୀଣ ହୋଇଥିବା ଜରୁରୀ। ସେହିପରି ବାଲ୍ୟାବସ୍ଥା ଅଥବା ଜୀବନର ଚତୁର୍ଥ ପର୍ଯ୍ୟାୟରେ ବାନପ୍ରସ୍ଥ ଗ୍ରହଣ କରିଥିବା ଜଣେ ବ୍ୟକ୍ତି ମହାମଣ୍ଡଳେଶ୍ୱର ହୋଇପାରିବେ। ଏସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଆଖଡ଼ା ପକ୍ଷରୁ ପରୀକ୍ଷା କରାଯାଇଥାଏ। କିଛିବର୍ଷ ତଳେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ ତଥା ବାର୍‌ ସଞ୍ଚାଳକ ସଚିନ ଦତ୍ତଙ୍କୁ ମହାମଣ୍ଡଳେଶ୍ୱର ସଚ୍ଚିଦାନନ୍ଦ ଗିରି ଭାବେ ଘୋଷଣା କରାଯାଇଥିଲା। ଏହାକୁ ନେଇ ବିବାଦ ଘେରକୁ ଆସିଥିଲା ‘ନିରଞ୍ଜନୀ ଆଖଡ଼ା’।
ଇଷ୍ଟଦେବ କାର୍ତ୍ତିକେୟ,
ଧର୍ମଧ୍ୱଜା ଗେରୁଆ
ନିରଞ୍ଜନୀ ଆଖଡ଼ାର ଇଷ୍ଟଦେବ କାର୍ତ୍ତିକେୟ ସ୍ବାମୀ ଏବଂ ଧର୍ମଧ୍ୱଜା ଗେରୁଆ। ଆଖଡ଼ାର ବର୍ତ୍ତମାନର ପ୍ରମୁଖ ପୀଠାଧୀଶ ସ୍ବାମୀ ପୁଣ୍ୟାନନ୍ଦ ଗିରି ଜୀ ମହାରାଜ। ଅନୁଷ୍ଠାନର ସଚିବ ମହନ୍ତ ମହେନ୍ଦ୍ର ଗିରି ଏକ ସାକ୍ଷାତ୍‌କାରରେ କହିଥିଲେ, ସନାତନ ଧର୍ମର ସଂରକ୍ଷଣ ଲାଗି ଆଖଡ଼ା ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଛି। ଏଥିସହ ଆଖଡ଼ା ପକ୍ଷରୁ ବିଭିନ୍ନ ସଂସ୍କୃତ ବିଦ୍ୟାଳୟରେ ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?