ବୁଦ୍ଧି-ଜ୍ଞାନ

ବେଳେବେଳେ ଦେଖାଯାଏ, ବୁଦ୍ଧି ପାଖରେ ବିଦ୍ୟା ଓ ଧନ ଉଭୟେ ହାର୍‌ ମାନନ୍ତି। ଏକଥା ସତ ଯେ, ଜୀବନଧାରଣ ନିମିତ୍ତ ବିଦ୍ୟା ଓ ଧନର ନିତାନ୍ତ ପ୍ରୟୋଜନ ରହିଛି। ଜୀବନଧାରଣ ପାଇଁ ଆବଶ୍ୟକ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଧନ ଦ୍ୱାରା ପ୍ରାପ୍ତ କରିହୁଏ। ସେମିତି ମନ ଓ ହୃଦୟର କ୍ଷୁଧାକୁ ଉପଶମ କରିବା ପାଇଁ ବିଦ୍ୟା ବା ଜ୍ଞାନର ଆବଶ୍ୟକତା ରହିଛି। ତା’ ସହିତ ଏକଥା ମଧ୍ୟ ସତ୍ୟ ଯେ ବୁଦ୍ଧି ବ୍ୟତିରେକେ ଧନ ଓ ଜ୍ଞାନର ସୁପରିଚାଳନା କରିହୁଏ ନାହିଁ। ତା’ ପରେ ପୁଣି ବୁଦ୍ଧି ସହିତ ଯଦି ବିବେକର ସହଯୋଗ ମିଳେ, ତେବେ ସତରେ, ଜୀବନରେ ଚାରଚଁାନ୍ଦ ଲାଗିଯାଏ। ପାଖରେ ପ୍ରଚୁର ଧନ ଥିଲେ ମଧ୍ୟ ବୁଦ୍ଧି ମୁତାବକ କାର୍ଯ୍ୟ କରି ନ ପାରିଲେ ଧନର ସମୁଚିତ ଉପଯୋଗ ସମ୍ଭବ ହୁଏ ନାହିଁ। ବୁଦ୍ଧିର ଅଭାବ ହେଲେ ଜ୍ଞାନର ସମୁଚିତ ଉପଯୋଗ କରିବା ମଧ୍ୟ ସମ୍ଭବ ହୁଏନାହିଁ। କହିବା ଅନାବଶ୍ୟକ, ଜ୍ଞାନ ଓ ବୁଦ୍ଧି ଦୁହେଁ ପରସ୍ପରର ନିହାତି ପାଖାପାଖି। ବୁଦ୍ଧି ଦ୍ୱାରା ଜ୍ଞାନର ପ୍ରସାର କରାଯାଇପାରେ। ପୁଣି ଜ୍ଞାନ ଦ୍ୱାରା ବୁଦ୍ଧିକୁ ଦୀପ୍ତ ଏବଂ ତୀବ୍ର କରାଯାଇପାରେ। ଏହା ଅନେକ ସମୟରେ ଆମ ଜୀବନର ବିଭିନ୍ନ ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିଥାଏ। ଗୋଟିଏ ସରସ, ସୁନ୍ଦର ଏବଂ ପରିପୁଷ୍ଟ ଜୀବନ ବଞ୍ଚତ୍ବା ପାଇଁ ପଥ ପରିଷ୍କାର କରେ। କେବଳ ନିଜର ଜୀବନ ନୁହେଁ, ଅନ୍ୟ ଜୀବନର ତଥା ସମାଜର ସମୁନ୍ନତି ସାଧନ କରିବାରେ ଏହାର ଅବଦାନ ଅନସ୍ବୀକାର୍ଯ୍ୟ ହୋଇଯାଏ।
ବସ୍ତୁତଃ ଜ୍ଞାନ ଆଉ ବୁଦ୍ଧି ଭିତରେ କିଛିଟା ପ୍ରଭେଦ ରହିଛି। ଆମର ଧାରଣା- ବହୁତ ପାଠ ପଢ଼ିଥିବା ଲୋକଟା ବୁଦ୍ଧିମାନ୍‌। କିନ୍ତୁ ସେପରି କିଛି କଥା ନାହିଁ। ଏମିତି ବେଶି ପାଠ ପଢ଼ିଥିବା ଅନେକ ଲୋକ ଆମ ଭିତରେ ଅଛନ୍ତି, ଯେଉଁମାନେ ଭଲ ସରକାରୀ ଚାକିରି ବି କରିଛନ୍ତି, କିନ୍ତୁ ବେଳେବେଳେ ନିହାତି ନିର୍ବୁଦ୍ଧିଆଙ୍କ ପରି କାମ କରନ୍ତି। ଚିରାଚରିତ ଭାବରେ ପ୍ରଥମେ ଗଁା ସ୍କୁଲ, ଗଁାରେ ଥିବା ଅଥବା ଗଁା ପାଖରେ ଥିବା ମହାବିଦ୍ୟାଳୟରୁ ସଫଳତାର ସହିତ ଉତ୍ତୀର୍ଣ୍ଣ ହେବା ପରେ ସହରକୁ ଯାଇ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ସମଗ୍ର କ୍ୟାରିୟରରେ ଉଚ୍ଚା ପର୍‌ସେଣ୍ଟର ମାର୍କ ଥିବାରୁ ସରକାରୀ ଚାକିରି ମିଳିବା ମଧ୍ୟ ସହଜ ହୋଇଯାଏ। କିନ୍ତୁ ଏ ସବୁ ଦ୍ୱାରା ବୁଦ୍ଧି ଥିବାର କିଛି ପ୍ରମାଣ ହୁଏନାହିଁ। ବହିରେ ଲେଖାଥିବା ପାଠକୁ ମୁଖସ୍ଥ କରି ପରୀକ୍ଷା ଖାତାରେ ଲେଖିଲେ ତା’ ଉପରେ ମାର୍କ ମିଳେ। କେଉଁପରି ପ୍ରଶ୍ନର କେଉଁପରି ଉତ୍ତର ଲେଖିବା ଆବଶ୍ୟକ, ସେଥିପାଇଁ ମଧ୍ୟ ଆଜିକାଲି ପରିଶ୍ରମ କରିବାକୁ କିମ୍ବା ମୁଣ୍ଡ ଖଟାଇବାକୁ ପଡ଼େନାହିଁ। ପଢ଼ିଥିବା ବିଷୟ ଉପରେ ପଡ଼ିବାକୁ ଥିବା ପ୍ରଶ୍ନର ଉତ୍ତରଟିଏ ନିଜକୁ ସଜାଡ଼ି ଲେଖିବାକୁ ପଡ଼େନାହିଁ। ପରୀକ୍ଷାରେ ପଡ଼ିବାକୁ ଥିବା ସମ୍ଭାବ୍ୟ ପ୍ରଶ୍ନଗୁଡ଼ିକ ଉତ୍ତର ସହିତ ବ୍ୟବସାୟ ସୂତ୍ରରେ ପ୍ରେସ୍‌ରେ ଛପାହୋଇ ଟେଷ୍ଟ ପେପର, ମିନିଂ ବୁକ୍‌ ଆକାରରେ ବଜାରରେ ମିଳୁଛି। ସେଗୁଡ଼ିକୁ ପଢ଼ି, ମୁଖସ୍ଥ କରି ପରୀକ୍ଷା ଖାତାରେ ଲେଖିବା ଯାହା ଛାତ୍ରୀଛାତ୍ରଙ୍କର କାମ। ବାସ୍‌, ଉଚ୍ଚା ଦରର ମାର୍କ ମିଳିବାରେ ଆଉ ଅସୁବିଧା ନାହିଁ। ଏଥିରେ ବୁଦ୍ଧିର ପଇସାକର କାମ ମଧ୍ୟ ନାହିଁ। ତା’ଛଡ଼ା ଆଜିକାଲି ପିଲାଙ୍କୁ ପରୀକ୍ଷାରେ ଅଧିକ ପରିଶ୍ରମ ଯେପରି କରିବାକୁ ନ ପଡ଼ିବ, ସେଥିପାଇଁ ଅର୍ଦ୍ଧେକ ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ଦେବା ପାଇଁ କୁହାଯାଉଛି। କେତେକ ପ୍ରଶ୍ନର ଉତ୍ତର କେବଳ ‘ହଁ’ କିମ୍ବା ‘ନାହିଁ’ରେ ଦେବା ପାଇଁ ବ୍ୟବସ୍ଥା କରାଯାଉଛି। କେତେକ ପ୍ରଶ୍ନର ଉତ୍ତରକୁ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଏମ୍‌ସିକ୍ୟୁ ପୃଷ୍ଠାରେ ଗୋଟିକୁ ବାଛିବାକୁ କୁହାଯାଉଛି। ପଢ଼ିଥିବା ବିଷୟ ଅନୁସାରେ ପ୍ରଶ୍ନର ଉତ୍ତରଟିକୁ ସଜାଡ଼ି ନିଜ ମନରୁ ଦୁଇଧାଡ଼ି ଲେଖିବାର ସୁଯୋଗ ନାହିଁ କହିଲେ ଚଳିବ। ଭାଷା ପରୀକ୍ଷାରେ କେବଳ ପ୍ରବନ୍ଧକୁ ଛାଡ଼ିଦେଲେ ଦୀର୍ଘ ଉତ୍ତର ପାଇଁ ପ୍ରଶ୍ନ ନାହିଁ, ଯେଉଁଥିରେ ଅନ୍ତତଃ ପିଲାଟିର ବିଚାରଜ୍ଞାନ ପ୍ରକାଶିତ ହୋଇପାରନ୍ତା। କୌଣସି ଚରିତ୍ରକୁ ଚିତ୍ରଣ କରିବାରେ ତାର ବିଚାରବତ୍ତା, ଲେଖିବା ଶୈଳୀ, ଭାଷା ଓ ଭାବ ଇତ୍ୟାଦି ପ୍ରକାଶିତ ହୁଅନ୍ତା, ସେଥିପାଇଁ ସେ ଶ୍ରମ କରନ୍ତା, କସରତ କରନ୍ତା। ଭବିଷ୍ୟତରେ ଜଣେ ଭଲ ଲେଖକ ଓ ସାହିତି୍ୟକ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରନ୍ତା। ସ୍କୁଲ ଓ କଲେଜରେ ପଢ଼ିବା ସମୟରେ ଏଇ ମିନିଂ ବୁକ୍‌ ଏବଂ ଟେଷ୍ଟପେପରଗୁଡ଼ିକ ପିଲାଟିକୁ ସେପରି ଶ୍ରମ ଓ କସରତ କରିବାକୁ ଦିଅନ୍ତି ନାହିଁ। ଫଳରେ ଏପରି ହୁଏ, ଗ୍ରାଜୁଏଶନ ପରେ ମଧ୍ୟ ସାମାନ୍ୟ ଦରଖାସ୍ତ ଖଣ୍ଡିଏ ଲେଖିବା ତା’ ପକ୍ଷରେ ସମ୍ଭବ ହୁଏନାହିଁ।
ଅନେକ ସମୟରେ ଆମେ ଦେଖୁ ଖଳବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଅଧିକ ବୁଦ୍ଧିମାନ୍‌ ହୋଇଥା’ନ୍ତି। କେବେ କେମିତି ପୋଲିସ୍‌ଠାରୁ ଚୋରର ବୁଦ୍ଧି ବେଶି ବୋଲି ପ୍ରମାଣିତ ହୁଏ। ପାଠ କମ୍‌ଥାଉ କି ବେଶି, ସେଥିରେ କିଛି ଯାଏଆସେ ନାହିଁ। ତା’ର କାରଣ ହେଲା ପାଠରେ କସରତ କରିବା ଅପେକ୍ଷା ସେମାନେ ବୁଦ୍ଧିରେ ଅଧିକ କସରତ କରିଥା’ନ୍ତି। ଅନ୍ୟର ଖୁଣ ଦେଖିବା, ଅନ୍ୟର କୁତ୍ସାରଟନା କରିବା, ଅନ୍ୟଠାରୁ କିଛି ଲୁଟ୍‌କରି ନେବାର ଯୋଜନା ପ୍ରସ୍ତୁତ କରୁଥିବା ଲୋକଙ୍କୁ ସବୁଠି ଦେଖିବାକୁ ପାଇବେ। ଗୋଟିଏ ଗାଅଁାରେ ଭଲ ଲୋକ ହୁଏତ ଥାଇ ନ ପାରନ୍ତି, କିନ୍ତୁ ଏପରି ଖଳଲୋକ ନ ଥାଇ ଗାଅଁା ନାହିଁ। ଫକୀରମୋହନଙ୍କ ଭାଷାରେ ”ମାଛ ନ ଥାଇ ପୋଖରୀ ଥାଇପାରେ, କିନ୍ତୁ ଖଳଲୋକ ନ ଥାଇ ଗାଆଁ ନାହିଁ।“
ରାତି ଅଧରେ ଘରୁ ପଦାକୁ ବାହାରିଥିବା ଲୋକଟି ଗାଁ ଦାଣ୍ଡରେ ଅଜଣା ଲୋକଟାକୁ ବୁଲୁଥିବା ଦେଖି ବଡ଼ ପାଟିକରି ସମସ୍ତଙ୍କୁ ଡାକିଦେଲା- ”ଧାଇଁଆସ, ଆମ ଗାଆଁରେ ଚୋର“। ନିଦରୁ ଉଠି ଲୋକେ ଧାଇଁଲେ ଚୋର କେଉଁଠି ଅଛି ଖୋଜିବାକୁ। ଗାଆଁଟାଯାକ ଲୋକ ଟର୍ଚ୍ଚମାରି ଚୋରକୁ ପ୍ରତି ଘରର ଛାତଠାରୁ ଆରମ୍ଭକରି କଚ୍ଚା ଘରର ପିଢ଼ା ଓ ଚାରିପାଖ, ଗଛ ଉପର ସବୁଆଡ଼େ ଖୋଜିଖୋଜି ନୟାନ୍ତ ହେଲେ ସିନା ଚୋରର କିଛି ସନ୍ଧାନ ପାଇଲେ ନାହିଁ। ହାଲିଆ ହୋଇ ପୁଣି ଗଲେ ଶୋଇବାକୁ। ଚୋରଟି ପୋଖରୀ ଭିତରୁ ଉଠି ନିଜ ଭିଜା ଲୁଗାକୁ ଚିପୁଡ଼ିବା ପରେ ଗଛ ଆଢ଼ୁଆଳରେ ଲୁଚାଇ ରଖିଥିବା ନିଜ ସାଇକେଲଟାକୁ ବାହାର କରି ମନ ଦୁଃଖରେ ଗଲା ଘରକୁ। କଥାଟା ହେଲା- ଲୋକେ ନିଦରୁ ଉଠି ଚୋରକୁ ଖୋଜୁଥିବାବେଳେ ଚୋରଟି ଗାଁ ଦଳୁଆ ପୋଖରୀରେ ପଶି ମେଞ୍ଚାଏ ଦଳ ନିଜ ମୁଣ୍ଡ ଉପରେ ରଖିଦେଇଥିଲା ଏବଂ ସମସ୍ତଙ୍କର ଧାଁ ଧପଡ଼କୁ ମନଭରି ଉପଭୋଗ କରୁଥିଲା। ଏଥର ଦେଖନ୍ତୁ- ବୁଦ୍ଧି କାହାର ବେଶି। ଗାଆଁଟାଯାକ ଲୋକଙ୍କର ନା ଚୋରର!
ଦଶରଥପୁର, ଯାଜପୁର
ମୋ: ୮୯୧୭୨୭୨୭୭୩

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?