୩୧ରୁ ବଢ଼ିବ ଶୀତ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ଶୀତ କମିଯାଇଛି। ଗୋଟିଏ ଦୁଇଟି ସ୍ଥାନକୁ ବାଦ୍‌ ଦେଲେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲ୍‌ସିୟସ ଥିବାବେଳେ ଦାରିଙ୍ଗବାଡିରେ ୬.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ବାରିପଦାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ ଥିବା ବେଳେ ସୁନ୍ଦରଗଡ଼ରେ ୧୦.୫, କୋରାପୁଟ ୧୦, ବୌଦ୍ଧ ୧୦.୫, ରାୟଗଡ଼ା ୧୦, ଝାରସୁଗୁଡ଼ା ୧୧.୨ ଏବଂ କେନ୍ଦୁଝରରେ ୧୧.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ  କରାଯାଇଛି। ତେବେ ଡିସେମ୍ବର ୩୧ରୁ ପୁଣି ଶୀତ ବଢିବ। ଏ ନେଇ ଜାନୁୟାରୀ ୨ ଯାଏ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଡିସେମ୍ବର ୩୧ରୁ ୨୦୨୧ ଜାନୁୟାରୀ ୨ ତାରିଖ ଯାଏ ଝାରସୁଗୁଡା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବୌଦ୍ଧ ଓ କନ୍ଧମାଳ ଜିଲାରେ ଶୀତ ଲହରି ଦେଖାଦେବ। ସେହି ଜିଲାଗୁଡିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏହି ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗୃହପାଳିତ ପ୍ରାଣୀଙ୍କୁ ଘରଭିତରେ କିମ୍ବା ଛପର ତଳେ ରଖିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନବନ୍ଦର ଛାତ ଭୁଶୁଡ଼ି ମୃତ୍ୟୁ ଘଟଣା: ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପ୍ରାଣ ହରାଇଥିବା ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ଭତ୍ତା ମିଳିବ। ତାଙ୍କ ପରିବାରକୁ ମାସିକ ଭତ୍ତା ପ୍ରଦାନ...

ଆଜି ବିଧାନସଭାରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଲ୍‌

ଭୁବନେଶ୍ୱର, ୩୧ା୩(ବ୍ୟୁରୋ):୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଶୁକ୍ରବାର ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବିଲ୍‌ ବିଧାନସଭାର ଅନୁମୋଦନ...

ରାଜ୍ୟରେ ଏପ୍ରିଲ ୧ ଯାଏ ବର୍ଷା

ଭୁବନେଶ୍ୱର,୨୮।୩(ବ୍ୟୁରୋ): ୨୯ରୁ ଆଉ ଏକ ପଶ୍ଚିମାଝଡ। ଏହାର ପ୍ରଭାବରେ ରାଜ୍ୟରେ ୩୦ମାର୍ଚ୍ଚରୁ ୧ ଏପ୍ରିଲ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ତେବେ...

ଗୋଲବଜାରରେ ଅଗ୍ନିକାଣ୍ଡ: ଜଳିଗଲା ୬୦ ଦୋକାନ

ସମ୍ବଲପୁର, ୨୮।୧୦ (ବ୍ୟୁରୋ): ସମ୍ବଲପୁର ସହରର ଗୋଲବଜାରସ୍ଥିତ ପରିବା ମାର୍କେଟରେ ସୋମବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳି ପାଉଁଶ...

ଗୋଡ଼ରେ ଆଙ୍କୁଛନ୍ତି ଅନନ୍ୟ କଳାକୃତି

ରୂପସା, ୧।୫ କଥାରେ ଅଛି କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ। ଦୁଇଟି ହାତ ଅଛି ହେଲେ ଚଳୁନି। ଦୁଇଟି ଗୋଡ଼...

ଫେକ୍‌ ଆକାଉଣ୍ଟରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ, ଯୁବକ ଗିରଫ

ପାଟଣା, ୮।୯(ସ୍ବ. ପ୍ର.): ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା ଓ ତାଙ୍କ ମା’ ବାପାଙ୍କ ଅଶ୍ଲୀଳ ଫଟୋ...

ବାଧୁଛି ଖରା: ଗଛ କାଟିଦେଲେ, ଲଗାଇଲେନି

କେନ୍ଦ୍ରାପଡ଼ା ଅଫିସ, ୨୬ା୩: କେନ୍ଦ୍ରାପଡ଼ା ଜିଲାରେ ଖରାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ପହଞ୍ଚତ୍ବା ଏକ ସାଧାରଣ ଘଟଣା। ଏହା ଜାଣିବା ସତ୍ତ୍ୱେ କଟକ-ଚାନ୍ଦବାଲି ରାଜ୍ୟ...

ଭୁବନେଶ୍ୱରର ୪ ଫ୍ଲାଟ୍‌ କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର, ୨୩। ୧୨ (ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଏବେ ଭୟର ବାତାବରଣ ଲାଗି ରହିଛି। ଏଭଳିସ୍ଥଳେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ...

Advertisement
Archives

Model This Week