Posted inଜାତୀୟ

୬ ଦିନ ପୂର୍ବରୁ ଶୀତ ଅଧିବେଶନ ଶେଷ

ନୂଆଦିଲ୍ଲୀ,୨୪।୧୨(ପି.ଟି.): ଚାଇନା ସହ ସୀମା ବିବାଦ ଉପରେ ଆଲୋଚନା ଲାଗି ବିରୋଧୀ ଦଳଗୁଡ଼ିକର କ୍ରମାଗତ ଦାବିକୁ ନେଇ ବାରମ୍ବାର ମୁଲତବୀ ମଧ୍ୟରେ ଧାର୍ଯ୍ୟ ସମୟର ୬ ଦିନ ପୂର୍ବରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ୧୩ ଦିନର କାର୍ଯ୍ୟଦିବସରେ ଲୋକ ସଭା ୯୭ ପ୍ରତିଶତ ଫଳପ୍ରଦ ହେବା ସହ ଅତିରିକ୍ତ ଖର୍ଚ୍ଚଦାବି ସମେତ ୭ ବିଲ୍‌ ଗୃହୀତ ହୋଇଥିବା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି। ଡିସେମ୍ବର ୭ରୁ ଶୀତ ଅଧିବେଶନ ଆରମ୍ଭ ହୋଇ ୨୯ରେ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଆଗକୁ ବଡ଼ଦିନ ଏବଂ ନୂଆବର୍ଷ ପାଳନ ହେବାକୁ ଥିବାରୁ ଅଧିବେଶନ ଶୀଘ୍ର ଶେଷ କରିବା ଲାଗି ଉଭୟ ଗୃହର ସଦସ୍ୟମାନେ ସରକାରଙ୍କୁ ଅନୁରୋଧ କରିଥିଲେ ବୋଲି ବାଚସ୍ପତି କହିଛନ୍ତି। ସେହିପରି ରାଜ୍ୟ ସଭାକୁ ଶୁକ୍ରବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ୧୩ ଦିନରେ ରାଜ୍ୟ ସଭା ୬୪ ଘଣ୍ଟା ୫୦ ମିନିଟ ଚାଲିଥିଲା। ଉଚ୍ଚ ସଦନ ୧୦୨ ପ୍ରତିଶତ ଫଳପ୍ରଦ ହୋଇଥିବା ଏହାର ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର କହିଛନ୍ତି। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ଉପସ୍ଥିତ ଥିଲେ।

‘ବିତର୍କରୁ ପଳାୟନ କରିଛି କେନ୍ଦ୍ର’

ଜାତୀୟ ନିରାପତ୍ତା, ଚାଇନାର ଅତିକ୍ରମଣ, ମୁଦ୍ରାସ୍ଫୀତି ଓ ବେରୋଜଗାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ବିତର୍କ ଦାବି କରୁଥିବାବେଳେ କେନ୍ଦ୍ର ସରକାର ମିଛ ବାହାନା କରି ପଳାୟନ କରିଥିବା ଶୁକ୍ରବାର କଂଗ୍ରେସ ଅଭିଯୋଗ ଆଣିଛି। ଧାର୍ଯ୍ୟ ଅବଧି ପୂର୍ବରୁ ପାର୍ଲାମେଣ୍ଟର ଶୀତ ଅଧିବେଶନକୁ ବନ୍ଦ କରିଦେବା ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ଉପରେ ସବୁ ବିରୋଧୀ ଦଳ ଆଲୋଚନା ଦାବି କରିଥିଲେ। କେନ୍ଦ୍ର ଏଥିରୁ ମୁହଁ ମୋଡ଼ିଦେବା ଏହାର ଶାସନ ବିଫଳତାକୁ ଦର୍ଶାଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’କୁ ମିଳୁଥିବା ଅଭୂତପୂର୍ବ ଜନ ସମର୍ଥନ ଓ ସଫଳତାକୁ ନେଇ ମୋଦି ସରକାର ବିଚଳିତ ହୋଇପଡ଼ିଛନ୍ତି। ତେଣୁ ଏହି ଐତିହାସିକ ପଦଯାତ୍ରାକୁ ରୋକିବା ପାଇଁ ବାହାନା ଖୋଜୁଛନ୍ତି।
ପକ୍ଷରୁ ଆରମ୍ଭ ହେବାକୁ ଥିବା ଏକ ନୂଆ ଲୋକସମ୍ପର୍କ ଅଭିଯାନ ଉପରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଖାର୍ଗେ ଆହୁରି କହିଛନ୍ତି, ଶୀତ ଅଧିବେଶନ ବେଳେ ବିରୋଧୀ ଦଳଗୁଡ଼ିକ ୧୬ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିଲେ। କିନ୍ତୁ ମୋଦି ସରକାର ସେଗୁଡ଼ିକ ମଧ୍ୟରୁ ଗୋଟିଏ ପ୍ରସଙ୍ଗରେ ମଧ୍ୟ ବିତର୍କ କରାଇବାକୁ ଚାହିଁଲେ ନାହିଁ। ଉତ୍ତର ଦେବା ନଁାରେ ଭାଜପା ପକ୍ଷରୁ କେବଳ ବ୍ୟକ୍ତିଗତ ଆକ୍ରମଣ କରାଗଲା। ମୋଦି ସରକାରଙ୍କ ବିଫଳତା ଏଥିରୁ ସୁସ୍ପଷ୍ଟ ହୋଇଛି ବୋଲି ଖାର୍ଗେ ସମାଲୋଚନା କରିଛନ୍ତି। ଏହି ଅବସରରେ ସେ ଯୋଗ୍ୟତା ଭିତ୍ତିରେ ପ୍ୟାନେଲ ଗଠନ ସୁନିଶ୍ଚିତ କରିବାକୁ ପ୍ରଦେଶ କଂଗ୍ରେସ କମିଟିଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଉକ୍ତ ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ, ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ରଣଦୀପ ସୂର୍ଯ୍ୟଓ୍ବୋଲା, ମୁକୁଲ ଓ୍ବାସନିକ୍‌, କୁମାରୀ ସେଲ୍‌ଜା, ତାରିଖ ଅନଓ୍ବର, ଅବିନାଶ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri