Posted inଫୁରସତ

ହୃଦୟ ଜିତିଲେ ରାସ୍ତା କଡ଼ରେ ବସି ପିଜ୍ଜା ଖାଉଥିବା ଗରିବ ବ୍ୟକ୍ତି

ଦୁନିଆରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପାଖରେ ଟଙ୍କା, ପୋଷାକ କିମ୍ବା ଘର ନ ଥାଏ ସତ, କିନ୍ତୁ ବଡ଼ ହୃଦୟ ଥାଏ। ଆଜିର ସମୟରେ ଆମେ ସବୁକିଛିର ଉଦାହରଣ ସୋସିଆଲ ମିଡିଆ ମାଧ୍ୟମରେ ଦେଖିବାକୁ ପାଇଥାଉ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ଗରିବ ଲୋକ ରାସ୍ତା କଡ଼ରେ ବସି ପିଜ୍ଜା ଖାଉଥିବାବେଳେ ହଠାତ୍‌ ଜଣେ ଯୁବକ ସେଠାରେ ପହଞ୍ଚିଥିଲେ। ଯୁବକ ତା ’ପାଖରେ ବସି ପିଜ୍ଜା ତାଙ୍କୁ ମାଗନ୍ତି। ଗରିବ ଲୋକଟି ନିଜ ବାକ୍ସରୁ ଏକ ପିଜ୍ଜାର କିଛି ଅଂଶ ବାହାର କରି ସଙ୍ଗେ ସଙ୍ଗେ ଯୁବକଙ୍କୁ ଦେଇଥିବାର ଦେଖାଯାଏ।


ପିଜ୍ଜା ଖାଉ ଖାଉ ଯୁବକ ଜଣଙ୍କ ତାଙ୍କ ସହ କଥା ହେବା ଆରମ୍ଭ କରେ।କିଛି ସମୟ ପରେ ସେ ନିଜ ସ୍ଥାନରୁ ଉଠି ପର୍ସରୁ ନୋଟ ବିଡା ବାହାର କରି ଗରିବ ଲୋକଙ୍କ ପାତ୍ରରେ ରଖି ଦେଇ ଚାଲିଯାନ୍ତି। ଗରିବ ଲୋକ ଏହା ଦେଖିବା ମାତ୍ରେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ ଖୁସିରେ କାନ୍ଦିବାକୁ ଲାଗିଥିଲେ। କିଛି ସେକେଣ୍ଡର ଭିଡିଓ ମାନବିକତାର ଏକ ଉଦାହରଣ ଦେଇଛି। ଦାରିଦ୍ର୍ୟରେ ମଧ୍ୟ ସେ ଖାଦ୍ୟର ଅଂଶକୁ ଏକ ଅଜ୍ଞାତ ଯୁବକ ସହିତ ବାଣ୍ଟିଥିଲେ, ଏହାର ପ୍ରତିବଦଳରେ ଯୁବକ ଟଙ୍କା ଦେଇଥିଲେ।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଅଫିସିଆଲ ଟୁଇଟର୍‌ର ଆକାଉଣ୍ଟରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri