Posted inଜାତୀୟ

ଆଖିରେ ଇଙ୍ଗିତ-ଫ୍ଲାଇଙ୍ଗ୍‌ କିସ୍‌ ବି ନିର୍ଯାତନା: ଅଭିଯୁକ୍ତଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

ମୁମ୍ବାଇ,୧୧।୪: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ ମୁମ୍ବାଇର ଏକ ଟ୍ରାଏଲ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆଖିରେ ଇଙ୍ଗିତ କରିବା ଅବା ଫ୍ଲାଇଙ୍ଗ କିସ୍‌ ବି ନିର୍ଯାତନା ବୋଲି କୋର୍ଟ କହିଛନ୍ତି। ତେଣୁ କୋର୍ଟ ଜଣେ ଅଭିଯୁକ୍ତ ୨୦ ବର୍ଷ ବୟସ୍କ ଯୁବକଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ କରିଛନ୍ତି। ୨୦୨୦ ଫେବୃୟାରୀ ୨୯ରେ ଯୁବକ ଜଣକ ଜଣେ ୧୪ ବର୍ଷ ନାବାଳିକାଙ୍କୁ ଆଖିରେ ଇଙ୍ଗିତ କରିବା ସହିତ ଫ୍ଳାଇଙ୍ଗ୍‌ କିସ୍‌ ଦେଇଥିଲେ। ଏନେଇ ନାବାଳିକା ଜଣକ ତାଙ୍କ ମାଙ୍କୁ କହିଥିଲେ। ପରେ ନାବାଳିକାଙ୍କ ମା ଯୁବକଙ୍କ ବିରୋଧରେ ଏଲ୍‌ଟି ମାର୍ଗ ପୋଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏତଲା ଆଧାରରେ ଯୁବକଙ୍କୁ ଗିରଫ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। ଟ୍ରାଏଲ୍‌ କୋର୍ଟ ବିଚାର ସମୟରେ ଯୁବକ କହିଥିଲେ ଯେ, ସେ ଏବଂ ନାବାଳିକା ଜଣକ ଦୁଇ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମା ଏଭଳି ଅଭିଯୋଗ ଆଣିଛନ୍ତି। ନାବାଳିକାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ବାଜି ଲଗାଇ ସେ ଏଭଳି କରିଥିଲେ ବୋଲି ଯୁବକ ଜଣକ କୋର୍ଟରେ ପ୍ରକାଶ କରିଥିଲେ। ସାକ୍ଷ୍ୟ ବୟାନ ଆଧାରରେ କୋର୍ଟ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଦଣ୍ଡାଦେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ନ ପାଳିବାକୁ କହିଲେ ରାହୁଲ

ନୂଆଦିଲ୍ଲୀ,୧୯ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ କିଛି ରାଜ୍ୟରେ ହିଂସାତ୍ମକ ପରିସ୍ଥିତି ସାମ୍ନାକୁ ଆସିଛି । ଦେଶର...

ଅର୍ଥମନ୍ତ୍ରୀ ସୀତାରମଣଙ୍କ ସ୍ବାମୀ ପରକଲା ପ୍ରଭାକରଙ୍କ ପରାମର୍ଶ: ନରସିଂହ ରାଓ-ମନମୋହନଙ୍କ ଆର୍ଥିକ ନୀତିକୁ ଗ୍ରହଣ କରନ୍ତୁ ମୋଦି

ନୂଆଦିଲ୍ଲୀ,୧୪।୧୦: ଦେଶର ଆଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରକଲା ପ୍ରଭାକର ଏକ ଇଂଲିଶ୍‌ ଖବର କାଗଜରେ...

ଦେଶର ଏତିକି କଏଦୀଙ୍କ ପାଖରେ ଅଛି ଟେକ୍‌ନିକାଲ ଡିଗ୍ରୀ

ନୂଆଦିଲ୍ଲୀ, ୧୪।୨ : ପୂରା ଦେଶରେ ଏବେ ୪,୭୮,୬୦୦ କଏଦୀ ଜେଲଦଣ୍ଡ ଭୋଗୁଛନ୍ତି। ସେମାନଙ୍କ ମଧ୍ୟରୁ ୧,୩୨,୭୨୯ ଅଶିକ୍ଷିତ ଥିବାବେଳେ ୫,୬୭୭ ଜଣ କଏଦୀଙ୍କ ପାଖରେ...

ମୋହନ ଭାଗବତ ‘ରାଷ୍ଟ୍ରପିତା’: ମୁସଲମାନ ଧର୍ମଗୁରୁ ଉମର ଅହମ୍ମଦ ଇଲିୟାସି

ନୂଆଦିଲ୍ଲୀ,୨୨ ।୯: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଗୁରୁବାର ଦିଲ୍ଲୀର ଏକ ମସଜିଦରେ ଅଖିଳ ଭାରତୀୟ ଇମାମ ସଙ୍ଗଠନର ମୁଖ୍ୟ ଇମାମ...

ସେଲ୍ଫ କ୍ୱାରାଣ୍ଟାଇନ୍‌ରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୩।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର କରୋନା ପଜିଟିଭ୍‌ ବାହାରିବା ପରେ କେନ୍ଦ୍ରମନ୍ତ୍ରୀମାନେ ଏବେ ନିଜକୁ ଆଇଶୋଲେଟ କରିବା ଆରମ୍ଭ କରିଦେଇଛନ୍ତି। ଆଉ ଏଥିରେ...

ଚାଷୀଙ୍କ ପାଇଁ ହଜାରେ କୋଟିର କଲ୍ୟାଣ ପାଣ୍ଠି ଘୋଷଣା କଲେ ଗେହଲଟ୍‌ ସରକାର

ଜୟପୁର,୧୦।୭: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସରକାର ଚାଷୀଙ୍କ ପାଇଁ ହଜାରେ କୋଟି ଟଙ୍କାର କଲ୍ୟାଣ ପାଣ୍ଠି ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଧବାର ରାଜ୍ୟ...

ବି.ଭି.ଆର ସୁବ୍ରମଣ୍ୟମ ନୀତି ଆୟୋଗର ନୂଆ ସିଇଓ

ନୂଆଦିଲ୍ଲୀ,୨୦।୨: ପୂର୍ବତନ ଆଇଏଏସ୍‌ ଅଧିକାରୀ ବି.ଭି.ଆର ସୁବ୍ରମଣ୍ୟମଙ୍କୁ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ସୁବ୍ରମଣ୍ୟମ ବର୍ତ୍ତମାନର ସିଇଓ...

ଟାର୍ଗେଟ କିଲିଂ, ୧୫ ଦିନରେ ୧୧ ଜଣଙ୍କୁ ହତ୍ୟା କଲେଣି ଆତଙ୍କବାଦୀ…

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ପକ୍ଷରୁ ଟାର୍ଗେଟ୍‌ କିଲିଂ ଜାରି ରହିଛି। ଚଳିତ ମାସରେ ଗତ ୧୫ ଦିନ ମଧ୍ୟରେ ଆତଙ୍କବାଦୀମାନେ ୧୧ ଜଣ ସାଧାରଣ ଲୋକଙ୍କୁ...

Advertisement
Archives

Model This Week