Posted inଜାତୀୟ

ଆଖିରେ ଇଙ୍ଗିତ-ଫ୍ଲାଇଙ୍ଗ୍‌ କିସ୍‌ ବି ନିର୍ଯାତନା: ଅଭିଯୁକ୍ତଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

ମୁମ୍ବାଇ,୧୧।୪: ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ ମୁମ୍ବାଇର ଏକ ଟ୍ରାଏଲ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆଖିରେ ଇଙ୍ଗିତ କରିବା ଅବା ଫ୍ଲାଇଙ୍ଗ କିସ୍‌ ବି ନିର୍ଯାତନା ବୋଲି କୋର୍ଟ କହିଛନ୍ତି। ତେଣୁ କୋର୍ଟ ଜଣେ ଅଭିଯୁକ୍ତ ୨୦ ବର୍ଷ ବୟସ୍କ ଯୁବକଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ କରିଛନ୍ତି। ୨୦୨୦ ଫେବୃୟାରୀ ୨୯ରେ ଯୁବକ ଜଣକ ଜଣେ ୧୪ ବର୍ଷ ନାବାଳିକାଙ୍କୁ ଆଖିରେ ଇଙ୍ଗିତ କରିବା ସହିତ ଫ୍ଳାଇଙ୍ଗ୍‌ କିସ୍‌ ଦେଇଥିଲେ। ଏନେଇ ନାବାଳିକା ଜଣକ ତାଙ୍କ ମାଙ୍କୁ କହିଥିଲେ। ପରେ ନାବାଳିକାଙ୍କ ମା ଯୁବକଙ୍କ ବିରୋଧରେ ଏଲ୍‌ଟି ମାର୍ଗ ପୋଲିସ ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏତଲା ଆଧାରରେ ଯୁବକଙ୍କୁ ଗିରଫ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଥିଲା। ଟ୍ରାଏଲ୍‌ କୋର୍ଟ ବିଚାର ସମୟରେ ଯୁବକ କହିଥିଲେ ଯେ, ସେ ଏବଂ ନାବାଳିକା ଜଣକ ଦୁଇ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ମା ଏଭଳି ଅଭିଯୋଗ ଆଣିଛନ୍ତି। ନାବାଳିକାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ବାଜି ଲଗାଇ ସେ ଏଭଳି କରିଥିଲେ ବୋଲି ଯୁବକ ଜଣକ କୋର୍ଟରେ ପ୍ରକାଶ କରିଥିଲେ। ସାକ୍ଷ୍ୟ ବୟାନ ଆଧାରରେ କୋର୍ଟ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଦଣ୍ଡାଦେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡୁ ଚାଷବେଳେ ହଠାତ୍‌ ମାଡିଆସିଲା ଭୟଙ୍କର ବର୍ଷା, ପବନ: ଗଛ ମୂଳେ ଆଶ୍ରୟ ନେଇଥିବା ୩ ମହିଳାଙ୍କୁ ମାରିଲା ବିଜୁଳି

  ଥୁଆମୂଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଗ୍ରାମର ନୁନ ପାଣି ପାହାଡ଼ ନିକଟରେ ଆଜି ଏକ…

ଦିଗପହଣ୍ଡି ଏନଏସି ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଶୁଭାରମ୍ଭ; ନାଗରିକଙ୍କ ସହଭାଗିତା, ସଚେତନତା, ସୁଶାସନ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସହରରେ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏନଏସି କାର୍ଯ୍ୟାଳୟ ସମ୍ମିଳନୀ…

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆସନ୍ତାକାଲି ଖୋଲିବନି ସ୍କୁଲ: ଏହି ୨ ଜିଲାରେ ବଢ଼ିଲା ଖରାଛୁଟି ଅବଧି

ଭୁବନେଶ୍ୱର, ୧୭।୬: ବଲାଙ୍ଗୀର ଜିଲାରେ ବଢ଼ିଲା ଖରାଛୁଟି ଅବଧି। ୨୦ ତାରିଖ ଯାଏ ଖରାଛୁଟି ଅବଧି ବଢ଼ିଛି। ତେବେ ୨୨ ତାରିଖରେ ବଲାଙ୍ଗୀରରେ ଶିକ୍ଷାନୁଷ୍ଠାନ ଖୋଲିବ। ପ୍ରବଳ…

ଦ୍ୱିପାକ୍ଷିକ ବୈଠକବେଳେ ବଡ଼ ପ୍ରତିଶ୍ରୁତି ଦେଲେ ଡୋନାଲ୍ଡ ଟ୍ରମ୍ପ: ମୋଦି ପିଏମ୍‌ ଥିବା ଯାଏ…ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୭।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ବୁଧବାର ସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ…

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

ଧୂଷୁରୀପଙ୍ଗଟା ମୁଖ୍ୟରାସ୍ତାରେ ମଦ ଦୋକାନ ପୁନଃସ୍ଥାପନକୁ ବିରୋଧ: ଜିଲାପାଳଙ୍କୁ ଭେଟି ଦାବିପତ୍ର

ଅସୁରାଳି, ୧୭।୬ (ସନ୍ତୋଷ ସାହୁ): ଧାମନଗର ବ୍ଲକ ଅଧୀନସ୍ଥ ଧୂଷୁରୀପଙ୍ଗଟା ମୁଖ୍ୟ ରାସ୍ତାପାର୍ଶ୍ୱରେ ସରକାରୀ ଦେଶୀ ଓ ବିଦେଶୀ ମଦ ଦୋକାନକୁ ପୁନର୍ବାର ସ୍ଥାପନ ନ କରିବା…

ଚାମେଲିଙ୍କ ସପକ୍ଷରେ ବାହାରିଲେ ପାଟଣା ବ୍ଲକ ସରପଞ୍ଚ: ଚାମେଲିଙ୍କୁ ଦୋଷ ମୁକ୍ତ କର, ନ ହେଲେ…

ପାଟଣା,୧୭।୬(ବୀର କିଶୋର ଦାଶ):କେନ୍ଦ୍ରାପଡା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସପକ୍ଷରେ ବାହାରିଲେ ପାଟଣା ବ୍ଲକ ସରପଞ୍ଚ। ଯେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ପ୍ରଦାନ ସହ ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri