Posted inଜାତୀୟ

ଦଳ ଇଚ୍ଛାରେ କାର୍ଯ୍ୟ କରିବି: ରାହୁଲ

ନୂଆଦିଲ୍ଲୀ, ୨୦।୧୨: ଦଳୀୟ ସଂଗଠନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦୀର୍ଘ ମାସ ପରେ ଶନିବାର ଭେଟିଥିଲେ। ରାହୁଲ ଗାନ୍ଧୀ ପୁଣି ଥରେ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ କେହି ବିରୋଧ କରି ନ ଥିଲେ। ତେବେ ଖୁବ୍‌ଶୀଘ୍ର ଦଳରେ ଚିନ୍ତନ ଶିବିର ଲାଗି ପ୍ରସ୍ତାବ ଦିଆଯାଇଥିଲା। ଦଳ ପାଇଁ ସମସ୍ତେ ଯାହା ଚାହିଁବେ ସେ କରିବାକୁ ପ୍ରସ୍ତୁତ ବୋଲି ବୈଠକରେ ରାହୁଲ ଗାନ୍ଧୀ କହିଛନ୍ତି। ଦଳ ଏକ ପରିବାର ଭଳି ଏବଂ ସମସ୍ତେ ଏକାଠି କାମ କରିବେ ବୋଲି ସୋନିଆ କହିଥିଲେ।
ସୂଚନାଯୋଗ୍ୟ ଗତ ଅଗଷ୍ଟରେ ୨୩ ଜଣ ଅସନ୍ତୁଷ୍ଟ କଂଗ୍ରେସ ନେତା ସୋନିଆଙ୍କୁ ପତ୍ର ଲେଖି ସାଂଗଠନିକ ସ୍ତରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ। ଏଥିସହିତ ଦଳରେ ଏକ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ସୃଷ୍ଟି ଲାଗି ସେମାନେ ଲେଖିଥିଲେ। ନୂଆ ବର୍ଷରେ ରାହୁଲ ପୁଣି ଥରେ ଦଳର ମଙ୍ଗ ଧରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଆସୁଛି। ୪ ମାସ ପରେ ସୋନିଆ ତଥାକଥିତ ବିଦ୍ରୋହୀ ନେତାମାନଙ୍କୁ ଭେଟିଥିଲେ। ଅନ୍ତରୀଣ ଅଧ୍ୟକ୍ଷାଙ୍କ ୧୦ ଜନପଥ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ। ଗତବର୍ଷ ସାଧାରଣ ନିର୍ବାଚନରେ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରି ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାରୁ ନୂଆ ନେତା ନିର୍ବାଚିତ ହେବା ପର୍ଯ୍ୟନ୍ତ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ପଦ ଗ୍ରହଣ କରିଥିଲେ।
ଦଳରେ ମତଭେଦ ନାହିଁ। ରାହୁଲ ଅଧ୍ୟକ୍ଷ ହେବାରେ କାହାର ସମସ୍ୟା ନାହିଁ ବୋଲି ବୈଠକ ପରେ ବରିଷ୍ଠ ନେତା ପଓ୍ବନ ବଂଶଲ କହିଛନ୍ତି। ଅନ୍ୟପକ୍ଷରେ ଦଳକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ପଷ୍ଟ ହୋଇନାହିଁ। ଶିମ୍‌ଲା ଓ ପଞ୍ଚମଢ଼ିରେ ଚିନ୍ତନ ଶିବିର ଅନୁଷ୍ଠିତ ହେବ ବୋଲି ପୃଥ୍ବୀରାଜ ଚଭନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri