Posted inଜାତୀୟ

ଭାଙ୍ଗିଯିବ କି ଭାଜପା-ଏନସିପି ମେଣ୍ଟ! ଇସାରା ଦେଲା ଆରଏସଏସ

ନୂଆଦିଲ୍ଲୀ,୧୮।୭: ମହାରାଷ୍ଟ୍ର ଲୋକ ସଭା ନିର୍ବାଚନରେ ଏନଡିଏର ଖରାପ ପ୍ରଦର୍ଶନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପରାଜୟ ପାଇଁ ଏନଡିଏର ତିନି ପ୍ରମୁଖ ଦଳର ନେତା ପରସ୍ପରକୁ ଦୋଷ ଲଦୁଛନ୍ତି। ବର୍ତ୍ତମାନ ଏହି ଆରେପ-ପ୍ରତ୍ୟାରୋପ ଭିତରେ ଆରଏସଏସ ମଧ୍ୟ ବଡ଼ ବୟାନ ଦେଇଛି । ଆରଏସଏସ ଦିନକ ପୂର୍ବରୁ ଏକ ଆର୍ଟିକିଲରେ
ଅଜିତ ପାଓ୍ବାରଙ୍କୁ ନେଇ ବଡ଼ ବୟାନ ଦେଇଛି। ଅଜିତଙ୍କ ସହ ଭାଜପା ମେଣ୍ଟ ଭାଙ୍ଗିଦେବା ଉଚିତ ବୋଲି ସଂଘ ବଡ଼ ବୟାନ ଦେଇଛି।

ଆରଏସଏସର ଏହି ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଆରଏସଏସର ଏହି ଲେଖା ସଂଘର ସାପ୍ତାହିକ ପତ୍ରିକାରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ୨୦୨୩ରେ ଏନସିପି ସହ ମେଣ୍ଟ ହେବା ପରେ ଭାଜପା ବିରୋଧରେ ଜନବିରୋଧୀ ଭାବନା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଫଳସ୍ବରୂପ ମହାରାଷ୍ଟ୍ରର ଚଳିତ ଲୋକ ସଭା ନିର୍ବାଚନରେ ଭାଜପା ଖରାପ ପ୍ରଦର୍ଶନ କରିଛି।

ଏହାକୁ ନେଇ ଅଜିତ ପାଓ୍ବାରଙ୍କ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ ଗଡଚିରୋଲି ଜିଲା ଗସ୍ତରେ ଥିଲେ। କାର୍ଯ୍ୟକ୍ରମ ପରେ ଗଣମାଧ୍ୟମ ସହ ବାର୍ତ୍ତାଳାପ ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ସଂଘର ସାପ୍ତାହିକ ବିବେକରେ ପ୍ରବନ୍ଧ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ଅଜିତ କହିଛନ୍ତି, ଯିଏ ଯାହା ବି ଲେଖୁ ନା କାହିଁକି, ମୁଁ ଏ ସମ୍ପର୍କରେ କଥାବର୍ତ୍ତା କରିବାକୁ ବାଧ୍ୟ ନୁହେଁ। ରାଜ୍ୟର ବିକାଶ ପାଇଁ ଆମେ ମହାମେଣ୍ଟ କରିଛୁ।

ଅନ୍ୟପକ୍ଷରେ ଶରଦ ପାଓ୍ବାର ପୁଣି ଥରେ ଅଜିତ ପାୱାରଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସୂଚନାନୁସାରେ, ଅଜିତ ଦଳର ୨୮ବଡ ନେତା ଶରଦ ପାୱାରଙ୍କ ଦଳରେ ଯୋଗ ଦେଇଛନ୍ତି। ଲୋକ ସଭା ନିର୍ବାଚନରେ କେବଳ ଅଜିତ ପାୱାରଙ୍କ ଦଳର ପ୍ରାର୍ଥୀ ଜିତିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀ ପରିଷଦରେ ସେମାନଙ୍କୁ କୌଣସି ସ୍ଥାନ ମିଳି ନ ଥିଲା। ସେତେବେଳେ ଏନସିପିଙ୍କ ଅଜିତ ଗୋଷ୍ଠୀ କହିଥିଲେ ଯେ, ଦଳକୁ ରାଷ୍ଟ୍ରମନ୍ତ୍ରୀ ପାଇଁ ଅଫର ମିଳିଥିଲା କିନ୍ତୁ କ୍ୟାବିନେଟ ମନ୍ତ୍ରୀ ପାଇଁ ଦାବି କରାଯାଇଥିଲା। ଏଭଳି ପରିସ୍ଥିତିରେ ଦଳ କ୍ୟାବିନେଟର ସମ୍ପ୍ରସାରଣକୁ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri