ନୂଆ ରେକର୍ଡ କଲା ଭାରତୀୟ ବିମାନ ଶିଳ୍ପ, ଭଡ଼ା ବୃଦ୍ଧି ପରେ ମଧ୍ୟ ବଢୁଛି ଚାହିଦା

ନୂଆଦିଲ୍ଲୀ,୧୮ା୭: ଭାରତୀୟମାନେ ଏବେ ଆକାଶ ମାର୍ଗରେ ଯାତାୟାତ କରିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଜଣା ପଡିଛି। ସିଭିଲ ଆଭିଏସନ ଡାଇରେକ୍ଟୋରେଟ ଜେନେରାଲ (ଡିଜିସିଏ) ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ପ୍ରଥମ ଭାଗରେ ଭାରତୀୟ ବିମାନ ଶିଳ୍ପରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୪ ଜାନୁୟାରୀରୁ ଜୁନ୍ ମଧ୍ୟରେ ୭୯.୩ ନିୟୁତ ଯାତ୍ରୀ ଯାତ୍ରା କରିଛନ୍ତି, ଯାହାକି ଏକ ବର୍ଷ ପୂର୍ବରୁ ସେହି ସମୟ ମଧ୍ୟରେ ୭୬ ନିୟୁତ ଥିଲା।

ରିପୋର୍ଟରୁ ଏହା ଜଣାପଡ଼ିଛ ଯେ, କରୋନା ମହାମାରୀ ପରେ ଭାରତୀୟ ବିମାନ ଶିଳ୍ପ ଏହାର ଶିଖର ଛୁଇଁଛି। ମହାମାରୀ ପୂର୍ବରୁ ଅଭିବୃଦ୍ଧି ହାର ୫.୭୭ ପ୍ରତିଶତ ଥିବା ବେଳେ ୨୦୨୪ରେ ଏହା ୧୨.୩ ପ୍ରତିଶତ ଅଧିକ ରହିଛି।

କରୋନା ପରେ ଖୁବଶୀଘ୍ର ସାଧାରଣ ସ୍ଥିତିକୁ ଫେରିଥିବା ଦେଶ ଗୁଡ଼ିକ ମଧ୍ୟରେ ଭାରତ ରହିଥିବା ବେଳେ ତୁରନ୍ତ ବିମାନ ଶିଳ୍ପରେ ପରିବର୍ତନ ଦେଖା ଯାଇଥିଲା। ତେବେ ନିକଟରେ ବିମାନ ଶିଳ୍ପରେ ଦେଖା ଦେଇଥିବା ସମସ୍ୟା ସତ୍ୱେ ଭାରତୀୟ ବିମାନ ଶିଳ୍ପ ଗତ କିଛି ବର୍ଷ ମଧ୍ୟରେ ଆଖି ଦୃଶିଆ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।

ତେବେ ମେ’ ମାସ ତୁଳନାରେ ଜୁନ ମାସରେ ବିମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିଲା। ତେବେ ଗତ ବର୍ଷ ସହିତ ତୁଳନା କଲେ ଚଳିତ ବର୍ଷ ଜୁନ ମାସରେ ଘରୋଇ କ୍ଷେତ୍ରରେ ୧୩.୬ ହାରରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତ ବର୍ଷ ଜୁନ ମାସରେ ଯାତ୍ରୀଙ୍କ ସଂଖ୍ୟା ୧୨.୪ ମିଲିୟନ ଥିଲା।

ଭାରତୀୟ ବିମାନ ଶିଳ୍ପରେ ବିମାନର ଅଭାବ ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି। ଇଣ୍ଡିଗୋ ୩୫୦ ନୂତନ ବିମାନ ପାଇଁ ଅର୍ଡର ଦେଇଥିବା ବେଳେ କମ୍ପାନୀର ୭୦-୮୦ ବିମାନ ଇଞ୍ଜିନ ତ୍ରୁଟି ପାଇଁ ଏବେ ଚାଲିବ ବନ୍ଦ ରହିଛି। ବିମାନ ଅଭାବ ଏବଂ ବର୍ଦ୍ଧିତ ଚାହିଦା କାରଣରୁ ଯାତ୍ରୀଙ୍କ ଭଡା ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! D ଏରିଆରେ ପ୍ରବେଶ କଲେ ୩ ସନ୍ଦିଗ୍ଧ

ମୋତିହାରୀ,୧୮।୭: ମୋତିହାରୀର ଗାନ୍ଧୀ ମଇଦାନରେ ଶୁକ୍ରବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ କଡ଼ା ସୁରକ୍ଷା ମଧ୍ୟରେ, ସନ୍ଦେହଜନକ ପରିସ୍ଥିତିରେ ତିନି ଜଣ ବ୍ୟକ୍ତି...

ଇନ୍‌କମ୍‌ ଟ୍ୟାକ୍ସ ଦେବା ଏବେ ଆହୁରି ହେଲା ସହଜ, ଅନ୍‌ଲାଇନ୍‌ରେ ଏମିତି ପୂରଣ କରିପାରିବେ ITR-2 ଫର୍ମ

ନୂଆଦିଲ୍ଲୀ,୧୮ା୭: ଆୟକର ବିଭାଗ ୧୮ ଜୁଲାଇ ୨୦୨୫ରୁ ଅନ୍‌ଲାଇନ୍‌ରେ ITR-୨ ଫର୍ମ ଦାଖଲ କରିବାର ସୁବିଧା ଆରମ୍ଭ କରିଛି। ଏବେ ଯେଉଁ ବେତନଭୋଗୀ କରଦାତାମାନଙ୍କର ପୁଞ୍ଜି...

ଶ୍ରାବଣ ମାସରେ KFC ବନ୍ଦ, ହିନ୍ଦୁ ସଂଗଠନର କଡା ଚେତାବନୀ

ଗାଜିଆବାଦ,୧୮।୭: ଉତ୍ତରପ୍ରଦେଶର ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ଶୁକ୍ରବାର ହିନ୍ଦୁ ରକ୍ଷା ଦଳର ସଦସ୍ୟମାନେ ଶ୍ରାବଣ ମାସ ଓ କାଉଡିଆ ଯାତ୍ରା ଚାଲିଥିବା ବେଳେ ଦୁଇଟି ଲୋକପ୍ରିୟ...

କ୍ଲାସ୍‌ ଚାଲିଥିବାବେଳେ ଇଞ୍ଜିନିୟରିଂ କଲେଜରେ ଲାଗିଲା ନିଆଁ: ୬୦ରୁ ଅଧିକ ଛାତ୍ରୀଛାତ୍ର…

ଭୁବନେଶ୍ୱର,୧୮ା୭: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଶୁକ୍ରବାର ପୂର୍ବାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡ ପରେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ...

FM କଲେଜ ଛାତ୍ର ମୃତ୍ୟୁ ଘଟଣା: ପୁଣି ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋପ କରିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି।...

ଗୋଟିଏ ଯୁବତୀଙ୍କୁ ବିବାହ କଲେ ୨ ଭାଇ: ଏହି ଜିଲାର ପରମ୍ପରା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଭାରତ ଯୁଗରେ ଦ୍ରୌପଦୀ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ଏବଂ ସେ ପାଞ୍ଚ ଭାଇଙ୍କ ସହିତ ସମୟ ବିତାଉଥିଲେ। କିନ୍ତୁ ଆଜିର ସମୟରେ, ଯଦି କେହି...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

ବିହାରରେ ଚନ୍ଦ୍ର ଶେଖରଙ୍କ ଏଣ୍ଟ୍ରି, ବିଗାଡିବେ କି ଖେଳ

ପାଟଣା,୧୮।୭: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ନିର୍ବାଚନ ତାତି ବଢିବାରେ ଲାଗିଛି। ଇତି ମଧ୍ୟରେ ବିହାର ନିର୍ବାଚନରେ ଏଣ୍ଟ୍ରି କରିଛନ୍ତି ଚନ୍ଦ୍ର ଶେଖର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri