ଚାଞ୍ଛି ନେବେ

କୋଭିଡ୍‌-୧୯ ଟିକାକରଣ ବିଷୟକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି। କେତେବେଳେ କୁହାଯାଉଛି ଟିକା ଆସିଲେ ପ୍ରଥମେ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଦିଆଯିବ। ପୁଣି କୁହାଗଲାଣି ସମସ୍ତେ ଟିକା ପାଇବେ ନାହିଁ। ପୃଥିବୀବ୍ୟାପୀ ଟିକାର ଦେଖାଦର୍ଶନ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ସମୟରେ ଟିକା ଆସିବ ବୋଲି କହୁଥିବା ସତ୍ତ୍ୱେ ସେଠାରେ ମଧ୍ୟ କୌଣସି ନିଶ୍ଚିତତା ନାହିଁ। କିନ୍ତୁ କଳ୍ପନାଜଳ୍ପନା ପ୍ରବଳ ମାତ୍ରାରେ ହେଉଛି। ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ସୂଚନା ଦିଆଯାଇଛି ଯେ କିଛି ସପ୍ତାହ ଭିତରେ ଏହା ଉପଲବ୍ଧ ହେବ। ଆଶ୍ଚର୍ଯ୍ୟ କଥା ହେଉଛି, ହରିୟାଣାର ମେଣ୍ଟ ସରକାରରେ ଥିବା ଭାଜପାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌ କହିଛନ୍ତି ଯେ, ଟିକା ନେବା ପରେ ସେ କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଏବଂ ଭାରତ ବାୟୋଟେକ୍‌ ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କୋଭାକ୍ସିନ୍‌’ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ନଭେମ୍ବର ୨୦ରେ ଭିଜ୍‌ଙ୍କୁ ଟିକା ଦିଆଯାଇଥିଲା। ଏବେ ସେ କରୋନା ପଜିଟିଭ୍‌ ହୋଇଥିବାରୁ ଟିକା ଫଳପ୍ରଦ ହୋଇ ନ ଥିବା ପ୍ରମାଣିତ ହୋଇଛି। ଅର୍ଥାତ୍‌ ଗବେଷଣାକୁ ସମ୍ପୂର୍ଣ୍ଣ କରା ନ ଯାଇ ଖାମଖିଆଲ ଭାବେ ଲୋକଙ୍କ ଉପରେ ପରୀକ୍ଷଣ କରାଯାଉଥିବାରୁ ଏଭଳି ବ୍ୟତିକ୍ରମ ଦେଖାଦେଇଛି। ଅବଶ୍ୟ ସାଧାରଣ ନାଗରିକ ନିଶ୍ଚିତ ଭାବେ ଚାହିଁବେ ଯେ ଏହି ଟିକାର ବଦ୍‌ ଦିଗ ଜାଣିବା ସକାଶେ ସବୁ ରାଜନେତା ଯଥା ପ୍ରତ୍ୟେକ ରାଜ୍ୟର ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ଆଇଏଏସ୍‌, ଆଇପିଏସ୍‌ ଭଳି ଅଫିସରଙ୍କ ସମେତ ଖଣିମାଲିକ ଓ ଶିଳ୍ପପତିମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯାଉ। ତାହା ହେଲେ କୋଭିଡ୍‌-୧୯ ଟିକାର କାର୍ଯ୍ୟଦକ୍ଷତା ଜଣାପଡ଼ିବ। ଯଦି ଏହି ବଡ଼ବଡ଼ିଆ ସୁସ୍ଥ ରହିଗଲେ, ତେବେ ଅନ୍ୟ ସାଧାରଣ ନାଗରିକଙ୍କ ଉପରେ ତାହାର ପ୍ରୟୋଗ କରାଯିବା ଉଚିତ। ବର୍ତ୍ତମାନ ଫାଇଜର ଇଣ୍ଡିଆ ପ୍ରଥମ ଔଷଧ କମ୍ପାନୀ ଭାବେ ଭାରତର ଲୋକଙ୍କ ଉପରେ ଏହାକୁ ପ୍ରୟୋଗ କରିବା ସକାଶେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ)ର ଜରୁରିକାଳୀନ ଅନୁମତି ମାଗିଛି। ସ୍ମରଣ କରାଯାଇପାରେ ଯେ, ଫାଇଜର ଇଣ୍ଡିଆର ମୂଳ କମ୍ପାନୀ ‘ଫାଇଜର’ ଇତିମଧ୍ୟରେ ବ୍ରିଟେନ୍‌ ଓ ବାହାରିନ୍‌ଠାରୁ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ପାଇସାରିଛି। ତଥାପି ପାଶ୍ଚାତ୍ୟ ଦେଶରେ ଫାଇଜର ଟିକାର ବ୍ୟବହାର ଆଜି ପର୍ଯ୍ୟନ୍ତ ହୋଇନାହିଁ। ତା’ର ମୂଳ କାରଣ ବୁଝିବା କଷ୍ଟକର ନୁହେଁ। ଭାରତୀୟଙ୍କ ଉତ୍କଣ୍ଠା ସହିତ ସରକାରଙ୍କ ରାଜନୈତିକ ଲାଭ ଉଠାଇବାର ବ୍ୟାକୁଳତା ଯୋଗୁ ଫାଇଜର ଇଣ୍ଡିଆ ଆମ ଦେଶ ଉପରେ ପ୍ରଥମ ପରୀକ୍ଷା କରିବାକୁ ଚାହୁଁଛି। ଯଦି କିଛି ବଛା ଭାରତୀୟ ଏହି ଟିକା ନେବା ପରେ କୋଭିଡ୍‌-୧୯ରୁ ବର୍ତ୍ତିଯିବେ, ତେବେ ତାହାର ପ୍ରୟୋଗ ଆମେରିକା ଭଳି ଦେଶରେ ଆରମ୍ଭ ହେବ।
ଭାରତର ଭୌଗୋଳିକ ଓ ଜଳବାୟୁ ସ୍ଥିତି ଦେଖିଲେ ଫାଇଜର ଟିକାକୁ ସାଇତି ରଖିବା ପାଇଁ ବିଯୁକ୍ତ ୭୦ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ଦରକାର। ଦେଶବ୍ୟାପୀ ସେହି ତାପମାତ୍ରାରେ ଟିକା ପରିବହନ ଓ ଟିକାକରଣ କରିବା ଏକ ବଡ଼ ଆହ୍ବାନ। ଏଥିସହିତ ଏଠାରେ ଟିକାକରଣ ପ୍ରକ୍ରିୟାରେ ଜଡ଼ିତ ଥିବା ସିଡିର ତଳ ପାହାଚର ଲୋକମାନେ ପ୍ରାୟ ଅର୍ଦ୍ଧଶିକ୍ଷିତ ଓ ଅସଚେତନ ଥାଆନ୍ତି। ଅତୀତରେ ପୋଲିଓ ଟିକା ଦିଆଯିବା ବେଳେ ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁସରଣ କରାଯାଇ ନ ଥିବା ଯୋଗୁ ଅନେକ ଶିଶୁଙ୍କ ଜୀବନ ଯିବାର ପ୍ରମାଣ ରହିଛି। ତାହା କେବଳ ଶିଶୁଙ୍କ ଭିତରେ ସୀମିତ ଥିଲା। କୋଭିଡ୍‌-୧୯ ଲାଗି ଟିକା ନେବା ପାଇଁ ଦୁନିଆର ସବୁ ଲୋକ ହାଇଁପାଇଁ। ତେଣୁ ତାହାକୁ ସୁଗମ କରିବା କଦାପି ସହଜ ହେବ ନାହିଁ। ଜନସଂଖ୍ୟା ଦୃଷ୍ଟିରୁ ଭାରତୀୟ ବଜାରକୁ ଆଖିରେ ରଖି ବହୁରାଷ୍ଟ୍ରୀୟ ଔଷଧ କମ୍ପାନୀଗୁଡ଼ିକ ଏଠାରେ ବ୍ୟବସାୟ କରିବାକୁ ଚେଷ୍ଟା କରୁଛନ୍ତି।
ଏବେ କରୋନା ଟିକା ହୋଇଗଲାଣି ପୃଥିବୀର ସର୍ବବୃହତ୍‌ ବ୍ୟବସାୟ। ଭାରତ ଭଳି ଦେଶରେ କେନ୍ଦ୍ର ସମେତ ସବୁ ରାଜ୍ୟ ସରକାର ଲୋକଙ୍କ ପ୍ରିୟ ହେବା ପାଇଁ ଟିକାକୁ ବ୍ୟବହାର କରିବାର ପନ୍ଥା ଧରିଲେଣି। କୋଭାକ୍ସିନ୍‌ର ଭାଗ୍ୟ ଖରାପ ଯେ ଆରମ୍ଭରୁ ହରିୟାଣା ମନ୍ତ୍ରୀ ଅନିଲ ଭିଜ୍‌ଙ୍କ ଘଟଣାରେ ସେହି ଟିକାର ଅସଫଳତା ଧରାପଡ଼ିଗଲା। କିନ୍ତୁ ଫାଇଜର ଓ ଅନ୍ୟ ଟିକା କିଣିବା ପାଇଁ ରାଜ୍ୟ ସରକାରଗୁଡ଼ିକ ଧାଡ଼ିହୋଇ ଠିଆହେବା ସହିତ ନିଜର ଚାହିଦା ଅନୁଯାୟୀ ଆଗୁଆ ଅର୍ଥ ପଇଠ କରିବେ। ଉଦାହରଣ ସ୍ବରୂପ ଓଡ଼ିଶାର ଜନସଂଖ୍ୟା ସାଢ଼େ ୪ କୋଟି। ହୁଏତ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଦୁଇ କୋଟି ଲୋକଙ୍କ ପାଇଁ ଟିକା ମଗାଇ ପାରନ୍ତି। ଧରିନିଆଯାଉ ଟିକାର ପ୍ରତି ଡୋଜ୍‌ ପାଇଁ ୨ ହଜାର ଟଙ୍କା ଖର୍ଚ୍ଚ ହେବ। ତା’ହେଲେ ଆକଳନ କରାଯାଉ ୨ କୋଟି ଡୋଜ୍‌ ପାଇଁ କେତେ ଖର୍ଚ୍ଚ ହେବ। ସେହିଭଳି ସବୁ ରାଜ୍ୟ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ଚେଷ୍ଟା କରିବେ। ଏହାଦ୍ୱାରା ହାତଗଣତି ଔଷଧ କମ୍ପାନୀ ପାଉଥିବା ଟଙ୍କା ରଖିବା ପାଇଁ ଜାଗା ପାଇବେ ନାହିଁ। ଯଦି ହରିୟାଣା ମନ୍ତ୍ରୀଙ୍କ ଉଦାହରଣ ନିଆଯାଏ, ତେବେ ପ୍ରବଳ ମାତ୍ରାରେ ଅର୍ଥ ଖର୍ଚ୍ଚ କରାଯିବା ସତ୍ତ୍ୱେ ଲୋକଙ୍କୁ ସୁରକ୍ଷା ମିଳିବ ନାହିଁ। ଏହାଦ୍ୱାରା ଆକାଶଛୁଆଁ ଦୁର୍ନୀତି ନିଶ୍ଚିତ ହେବ, ଯାହାକୁ ପରବର୍ତ୍ତୀ ସମୟରେ ସମାଲୋଚନା କଲେ ମଧ୍ୟ ଜନସାଧାରଣ ସ୍ବୀକାର କରିବେ ନାହିଁ। ଅର୍ଥାତ୍‌ ଲୋକେ ମରନ୍ତୁ ବା ବଞ୍ଚନ୍ତୁ, ଭାରତର ସବୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ରାଜକୋଷକୁ ଚାଞ୍ଛି ନେବେ। ଏହି ଚାଞ୍ଛିବା ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?