Posted inଖେଳ

ପାଣ୍ଡ୍ୟାଙ୍କୁ ଲାଙ୍ଗରଙ୍କ ପ୍ରଶଂସା

ସିଡ୍‌ନୀ, ୭ା୧୨ (ପି.ଟି.)-ରବିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମ୍ୟାଚ ବିଜୟୀ ଇନିଂସ ଦର୍ଶନୀୟ ଥିଲା ବୋଲି କହିଛନ୍ତି ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ପାଣ୍ଡ୍ୟା ମ୍ୟାଚରେ ଫିନିଶର ଭୂମିକା ନିର୍ବାହ କରିଥିଲେ। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଜୟ ଲକ୍ଷ୍ୟ ପିଛା କରୁଥିବା ବେଳେ ସେ ୨୨ବଲ୍‌ରେ ଦ୍ରୁତ ୪୨ରନ କରି ଅପରାଜିତ ରହିଥିଲେ। ଯାହାଫଳରେ ଭାରତ ୬ ଉଇକେଟରେ ଜିତି ୩ମ୍ୟାଚବିଶିଷ୍ଟ ସିରିଜ୍‌ରେ ୨-୦ରେ ଅଗ୍ରଣୀ ସହ ଆଗୁଆ ସିରିଜ ଜିତି ନେଇଥିଲା। ପାଣ୍ଡ୍ୟା ଜଣେ ବିପଜ୍ଜନକ ଖେଳାଳି। ରବିବାର ସେ ଯେପରି ଖେଳିଲେ ଅତୀତରେ ଏମ୍‌.ଏସ୍‌. ଧୋନୀଙ୍କଠାରୁ ତାହା ଦେଖିବାକୁ ମିଳୁଥିଲା ବୋଲି ମ୍ୟାଚ୍‌ ପରେ ଏକ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ଲାଙ୍ଗର ପ୍ରକାଶ କରିଥିଲେ। ଭାରତ ଏକ ଶକ୍ତିଶାଳୀ ଦଳ ବୋଲି ଲାଙ୍ଗର ସ୍ବୀକାର କରିବା ସହ ଏହି ଦଳରେ ବହୁ ଅଭିଜ୍ଞ ଖେଳାଳି ରହିଥିବା କହିଥିଲେ। ଅନ୍ୟପକ୍ଷରେ ପାଣ୍ଡ୍ୟା କହିଛନ୍ତି, ମ୍ୟାଚ ଫିନିଶର କୌଶଳ ହାସଲ ଦିଗରେ ସେ କରୋନା ଭାଇରସ୍‌ ପାଇଁ ହୋଇଥିବା ଲକ୍‌ଡାଉନ୍‌ ବେଳେ କଠିନ ପରିଶ୍ରମ କରିଥିଲେ। ଅପରପକ୍ଷରେ ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି, ରୋହିତ ଶର୍ମା ଓ ଯଶ୍‌ପ୍ରୀତ ବୁମ୍‌ରାଙ୍କ ଭଳି ପ୍ରତିଷ୍ଠିତ ଖେଳାଳିଙ୍କ ଅନୁପସ୍ଥିତିରେ ଟି୨୦ ସିରିଜ ଜିତିପାରିଥିବାରୁ ସେ ଗୌରବ ଅନୁଭବ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ତୁମେ ଅହଂକାରୀ, କ୍ଲାସଲେସ ବ୍ୟକ୍ତି’, ଗମ୍ଭୀରଙ୍କ ପୋଷ୍ଟକୁ ନେଇ ରାଗିଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ,୭।୧୨: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ଶ୍ରୀସନ୍ଥଙ୍କ ବିବାଦ କମିବାର ନାଁ ନେଉନି। ବୁଧବାର ଲିଜେଣ୍ଡସ୍‌ ଲିଗ କ୍ରିମେଟ ମ୍ୟାଚ ସମୟରେ...

ଜୁନିୟର ପୁରୁଷ ହକି ବିଶ୍ୱକପ: ୪-୧ଗୋଲରେ ସ୍ପେନ୍‌ଠାରୁ ହାରିଲା ଭାରତ

କୁଆଲାଲାମ୍ପୁର,୭ା୧୨: ଏଫ୍‌ଆଇଏଚ୍‌ ପୁରୁଷ ଜୁନିୟର ହକି ବିଶ୍ୱକପରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧-୪ ଗୋଲରେ ସ୍ପେନ୍‌ଠାରୁ ପରାଜିତ ହୋଇଛି। ପ୍ରଥମ ମ୍ୟାଚ୍‌ରେ କୋରିଆକୁ ପରାସ୍ତ...

ଆଇସିସି ଟି୨୦ ବିଶ୍ୱକପ୍‌ ଲାଗି ଲୋଗୋ ଜାରି କଲା ଆଇସିସି

ନୂଆଦିଲ୍ଲୀ,୭।୧୨: ଆଇସିସି ପକ୍ଷରୁ ଆସନ୍ତା ବର୍ଷ ହେବାକୁ ଥିବା ପୁରୁଷ ଏବଂ ମହିଳା ଟି୨୦ ବିଶ୍ୱକପ୍‌ର ଲୋଗୋ ଜାରି କରାଯାଇଛି। ଏହି ଲୋଗୋରେ ବ୍ୟାଟ୍‌, ବଲ୍‌ର...

ସଚିନଙ୍କ ରେକର୍ଡ ଭାଙ୍ଗିପାରିବେନି କୋହଲି: କାରଣ ବୁଝାଇ କହିଲେ ବ୍ରାଏନ ଲାରା

ନୂଆଦିଲ୍ଲୀ,୭।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଥରେ କହିଥିଲେ ବିରାଟ କୋହଲି କିମ୍ବା ରୋହିତ ଶର୍ମା ତାଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗି ପାରିବେ। ସେତେବେଳେ ରୋହିତ...

ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ମୁଣ୍ଡରେ ଟ୍ରଲି ବ୍ୟାଗ୍‌ ରଖି ଦୌଡିଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି

କେପ୍‌ଟାଉନ୍‌,୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ଡିସେମ୍ବର ୧୦ରୁ ଆରମ୍ଭ ହେବ। ଏଥିପାଇଁ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛି। ବିମାନବନ୍ଦରରେ...

ଚୌକା-ଛକା ବର୍ଷା କଲେ ଗମ୍ଭୀର

ନୂଆଦିଲ୍ଲୀ,୭।୧୨: କିମ୍ବଦନ୍ତୀ ଲିଗ କ୍ରିକେଟ ଟୁର୍ନାମେଣ୍ଟର ଏଲିମିଟର ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ ୧୨ ରନ୍‌ରେ ଗୁଜରାଟ ଜିଆଣ୍ଟସ ଦଳକୁ ପରାସ୍ତ କରିଛି॥ ପ୍ରଥମେ ବ୍ୟାଟିଂ କରିବାକୁ...

ବିରାଟ ଟି-୨୦ରୁ ନିଅନ୍ତୁ ସନ୍ୟାସ, ଚାହୁଁଛି ବିସିସିଆଇ, ଏହି କ୍ରିକେଟର ନେବେ ତାଙ୍କର ସ୍ଥାନ !…

କୋଲକାତା,୭।୧୨ : ଆଇସିସି ଟି -୨୦ ବିଶ୍ୱକପ ୨୦୨୪ ପୂର୍ବରୁ ବିରାଟ କୋହଲି ବିଶ୍ୱକପ ଦଳରୁ ଓହରିଯିବାର ଆଶଙ୍କା ରହିଛି। ବିସିସିଆଇର ଏଭଳି ନିଷ୍ପତ୍ତି ପ୍ରଶଂସକଙ୍କୁ...

ଲାଇଭ୍‌ ମ୍ୟାଚ୍‌ରେ ଏହି ଖେଳାଳିଙ୍କ ସହ ପଡ଼ିଆରେ ପ୍ରବଳ ଝଗଡ଼ା କଲେ ଗୌତମ ଗମ୍ଭୀର: ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୧୨: ଗୌତମ ଗମ୍ଭୀର ପ୍ରାୟତଃ ପଡ଼ିଆରେ ଖେଳାଳିଙ୍କ ସହ ସଂଘର୍ଷ କରୁଥିବା ଦେଖାଯାଏ। ଆଇପିଏଲ ୨୦୨୩ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ମେଣ୍ଟର ଭୂମିକାରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri