Posted inଜାତୀୟ

ଗଣତନ୍ତ୍ରକୁ ସୁଦୃଢ଼ କରିବ

ନୂଆଦିଲ୍ଲୀ,୨୦ା୯: ନୂଆ ମହିଳା ସଂରକ୍ଷଣ ବିଲ୍‌ ଭାରତୀୟ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି। ନୂତନ ସଂସଦ ଭବନରେ ପ୍ରଥମ ଥର ପାଇଁ ନିଜ ବକ୍ତବ୍ୟ ରଖି ସେ କହିଛନ୍ତି, ନାରୀଶକ୍ତି ବନ୍ଦନ ଅଧିନିୟମ ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ଯୋଗଦାନ ବୃଦ୍ଧି କରିବ। ଏହି ବିଲ୍‌କୁ ସର୍ବସମ୍ମତିକ୍ରମେ ଗୃହୀତ କରାଇବା ପାଇଁ ସେ ସଂସଦର ଉଭୟ ଗୃହର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି।
ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ସମାଜରେ ପରିବର୍ତ୍ତନ ଆଣିବାରେ ରାଜନୀତିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ମହାକାଶରୁ କ୍ରୀଡ଼ା ଏବଂ ଷ୍ଟାର୍ଟ-ଅପ୍ସଠାରୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭାରତୀୟ ମହିଳାମାନଙ୍କ ଅବଦାନ ରହିଛି। ନାରୀଶକ୍ତି ବନ୍ଦନ ଅଧିନିୟମ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବ। ଏହି ବିଲ୍‌କୁ ଆମେ ଆଇନରେ ପରିଣତ କରିବୁ। ଏନେଇ ଦେଶର ସମସ୍ତ ମା’, ଭଉଣୀ ଓ ଝିଅମାନଙ୍କୁ ମୁଁ ଆଶ୍ୱାସନା ଦେଉଛି। ଏଥିପାଇଁ ଏକ ବୃହତ୍‌ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ କରାଯାଇଛି, ଯାହାକି ଲୋକ ସଭା ଓ ବିଧାନସଭାଗୁଡ଼ିକରେ ମହିଳାଙ୍କ ଯୋଗଦାନକୁ ବ୍ୟାପକ କରିବ। ଆଜିର ଐତିହାସିକ ଦିବସରେ ମହିଳାଙ୍କ ସୁଯୋଗ ପାଇଁ ଦ୍ୱାର ଖୋଲିଦେବାକୁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ। ପ୍ରଧାନମନ୍ତ୍ରୀ ଏପରି ବକ୍ତବ୍ୟ ଦେବାବେଳେ ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ଡେସ୍କ ବାଡ଼େଇ ସ୍ବାଗତ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ମହିଳା ସଂରକ୍ଷଣ ଉପରେ ପାର୍ଲାମେଣ୍ଟରେ ପୂର୍ବରୁ ମଧ୍ୟ ଅନେକ ପର୍ଯ୍ୟାୟରେ ବିତର୍କ ହୋଇଥିଲା। ୧୯୯୬ରେ ପ୍ରଥମେ ଏହି ବିଲ୍‌କୁ ଆଗତ କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ମହିଳା ସଂରକ୍ଷଣ ବିଲ୍‌କୁ ଅନେକ ଥର ଆଗତ କରାଯାଇଥିଲେ ମଧ୍ୟ ସଂଖ୍ୟାବଳ ନ ଥିବାରୁ ଏହି ସ୍ବପ୍ନ ପୂରଣ ହୋଇପାରି ନ ଥିଲା। ଏହି ମହାନ୍‌ କାର୍ଯ୍ୟ ସମ୍ପାଦନ ପାଇଁ ଭଗବାନ ମୋତେ ବାଛିଛନ୍ତି। ଆମ ସରକାର ପୁଣି ଥରେ ଏ ଦିଗରେ ପଦକ୍ଷେପ ନେଉଛନ୍ତି। ଆମ କ୍ୟାବିନେଟ୍‌ ସୋମବାର ମହିଳା ସଂରକ୍ଷଣ ବିଲ୍‌କୁ ଅନୁମୋଦନ କରିଛନ୍ତି। ଆଜିର ଦିନ ଇତିହାସରେ ଲିପିବଦ୍ଧ ହେବାକୁ ଯାଉଛି। ଦେଶର ବିକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି ବୋଲି ମୋଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?