ଓସ୍କାର ମଞ୍ଚରେ ଝଗଡା: ସ୍ତ୍ରୀଙ୍କୁ କମେଣ୍ଟ କରିବାରୁ ଉପସ୍ଥାପକଙ୍କୁ ମୁଥ ମାରିଲେ ପ୍ରସିଦ୍ଧ ଅଭିନେତା

କାଲିଫର୍ନିଆ,୨୮।୩: ୨୦୨୨ ଓସ୍କାର ପୁରସ୍କାର ବିତରଣ ମଞ୍ଚରେ ଏକ ରୋଚକ ଘଟଣା ଘଟିଥିଲା। ପ୍ରସିଦ୍ଧ ଅଭିନେତା ୱିଲ ସ୍ମିଥ ଉପସ୍ଥାପକ କ୍ରିସ ରକ୍‌ଙ୍କୁ ମୁଥ ମାରିଥିଲେ। ସ୍ମିଥ୍‌ଙ୍କ ସ୍ତ୍ରୀଙ୍କୁ ନେଇ କମେଣ୍ଟ କରିବା ରକ୍‌ଙ୍କୁ ମହଙ୍ଗା ପଡିଥିଲା। ଡକ୍ୟୁମେଣ୍ଟାରୀ ଫିଚର୍‌ ପାଇଁ ଓସ୍କାର ପୁରସ୍କାର ଉପସ୍ଥାପନ କରିବାକୁ କ୍ରିସ ରକ ମଞ୍ଚକୁ ଆସିଥିଲେ। ଏହି ସମୟରେ, କ୍ରିସ ରକ ୱିଲ ସ୍ମିଥଙ୍କ ସ୍ତ୍ରୀ ଜଡା ପିଙ୍କେଟ୍‌ ସ୍ମିଥ୍‌ଙ୍କ କେଶ ଉପରେ ମନ୍ତବ୍ୟ ଦେଇଥିଲେ। ଏହା ଦେଖି ସ୍ମିଥ ରାଗି ଯାଇଥିଲେ।ଏହା ପରେ ସେ ମଞ୍ଚରେ ପହଞ୍ଚି କ୍ରିସ ରକଙ୍କୁ ଏକ ମୁଥ ମାରିଥିଲେ।
କ୍ରିସ ରକ ଫିଲ୍ମ ଜି ଆଇ ଜେନ ୨ ବିଷୟରେ ୱିଲ ସ୍ମିଥଙ୍କ ସ୍ତ୍ରୀ ଜଡା ପିଙ୍କେଟ ସ୍ମିଥଙ୍କୁ ପରିହାସ କରିଥିଲେ। ଜଡାଙ୍କ ଚନ୍ଦା କେଶ ଉପରେ ମନ୍ତବ୍ୟ ଦେଇ କ୍ରିସ ରକ କହିଥିଲେ, ଚନ୍ଦା କେଶ ହେତୁ ତାଙ୍କୁ ଏହି ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି। ଯଦିଓ ସତ କଥା ଏହା ହେଉଛି ଯେ ଜଡା ଫିଲ୍ମ ପାଇଁ କେଶ କାଟି ନାହାଁନ୍ତି। ବରଂ ସେ ଆଲୋପେସିଆ ନାମକ ଏକ କେଶ ରୋଗ ସହ ଲଢୁଛନ୍ତି। ଏଥିପାଇଁ କେଶ ଚନ୍ଦା ହୋଇଯିବ। ଏଭଳି ପରିସ୍ଥିତିରେ ୱିଲ ତାଙ୍କ ସ୍ତ୍ରୀଙ୍କୁ ପରିହାସ କରୁଥିବାର ଦେଖି ରାଗି ଗେଲେ। କ୍ରିସଙ୍କୁ ମୁଥ ମାରିବା ଦେଖି ଉପସ୍ଥିତି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଫିଲ୍ମ କିଙ୍ଗ ରିଚାର୍ଡ ପାଇଁ ୱିଲ ସ୍ମିଥ ଚଳିତ ବର୍ଷ ଓସ୍କାରରେ ମନୋନୀତ ହୋଇଥିଲେ। ସେ ତାଙ୍କ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଓସ୍କାର ପୁରସ୍କାର ମଧ୍ୟ ପାଇଛନ୍ତି। କିଙ୍ଗ ରିଚାର୍ଡ ଚଳଚ୍ଚିତ୍ରର କାହାଣୀ ଟେନିସ ଖେଳାଳି ସେରେନା ୱିଲିୟମ୍ସ ଏବଂ ଭେନସ ୱିଲିୟମ୍ସଙ୍କ ପିତା ରିଚାର୍ଡ ୱିଲିୟମ୍ସଙ୍କ ବାୟୋପିକ। ଏହି ଫିଲ୍ମରେ ରିଚାର୍ଡ ପିଲାମାନଙ୍କୁ ଏକ ମହାନ ଖେଳାଳି କରିବା ପାଇଁ ଅନେକ ସଂଘର୍ଷ କରିଥିଲେ। ଏହି ଫିଲ୍ମରେ ୱିଲିଙ୍କ ଅଭିନୟକୁ ସାରା ବିଶ୍ୱ ପ୍ରଶଂସା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ଆମିରଙ୍କ ଭାବିଜ୍ୱାଇଁ ନୁପୁର କିଏ?ଆୟରାଙ୍କୁ ବିବାହ କରିବାକୁ କରିଛନ୍ତି ପ୍ରପୋଜ…

ବମ୍ବେ: ଦୀର୍ଘଦିନର ପ୍ରେମ ସମ୍ପର୍କ ପରେ ବିବାହ କରିବାକୁ ସହମତି ପ୍ରକାଶ କରିଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାଁଙ୍କ ଝିଅ ଆୟରା। ଖୁବ୍‌ଶୀଘ୍ର ନୁପୁର ଶିଖରଙ୍କର...

ମଲାଇକାଙ୍କ ଦେଶୀ ତଡକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ନିଜର ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଗ୍ଲାମରସ୍ ଲୁକ୍ ଓ ଫିଟନେସକୁ ନେଇ...

କରନ୍‌ କୁନ୍ଦ୍ରାଙ୍କ ଉପରେ ବର୍ଷିଲେ କୁଶାଲ; ସମିତା ସେଟ୍ଟୀଙ୍କୁ ‘ଆଣ୍ଟି’ କହିବାକୁ ନେଇ…

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ବିଗ୍‌ବସ୍‌-୧୫। ଓଟିଟିରେ ଶୋ’ ପ୍ରଥମ ଥର ପାଇଁ ନଜର ଆସିବା ପରେ ଦର୍ଶକଙ୍କ ନଜର ଏହା ଉପରେ ରହିଥିଲା। ଏବେ ପ୍ରତିଯୋଗୀଙ୍କ...

ପ୍ରଥମ ଦିନରେ ଭଲ ବିଜନେସ୍‌ କଲା ସିଦ୍ଧାର୍ଥଙ୍କ ଫିଲ୍ମ

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଓ ରିତେଶ ଦେଶମୁଖଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ମରଜାଓ୍ବା’ବକ୍ସ ଅଫିସରେ ଭଲ ବିଜନେସ୍‌ କରିଛି। ପ୍ରଥମ ଦିନରେ ହିଁ ସେ କମାଲ୍‌...

ଅଭିନେତା କୁନାଲଙ୍କ ଘରେ ନୂଆ ଅତିଥି: ପୁତ୍ର ସନ୍ତାନ ଜନ୍ମଦେଲେ ନୈନା

ଅଭିନେତା କୁନାଲ କପୁର ଏବଂ ସ୍ତ୍ରୀ ନୈନା ବଚ୍ଚନଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି। ନୈନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।...

ସ୍ବାମୀଙ୍କୁ ନେଇ ମୁହଁ ଖୋଲିଲେ ଶିଳ୍ପା: କହିଦେଲେ ଏମିତି କଥା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ତିଆରି ଅଭିଯୋଗରେ ଗିରଫ ହୋଇଛନ୍ତି। ପ୍ରଥମ ଥର ପାଇଁ ଶିଳ୍ପ୍ବା ଏହି ସମଗ୍ର...

ଝିଅକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁନୀଲ

ମୁମ୍ବାଇ: ବଲିଉଡ୍ ଷ୍ଟାରକିଡ୍ ଆଥିୟା ସେଟ୍ଟି ୨୮ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ...

ଖୁବ୍‌ ଲମ୍ବା ସୁସ୍ମିତାଙ୍କ ପ୍ରେମ କାହାଣୀ: ବିନା ବିବାହରେ ୨ ସନ୍ତାନର ମା’

ମୁମ୍ବାଇ: ବଲିଉଡ୍‌ର ସିଙ୍ଗଲ ମଦର ଭାବେ ପରିଚିତ ସୁସ୍ମିତା ସେନ୍‌ ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୪ରେ ମିସ୍‌ ୟୁନିଭର୍ସ ଟାଇଟଲ ଜିତିବା ପରେ ବଲିଉଡ୍‌ରେ...

Advertisement
Archives

Model This Week