ସୁରକ୍ଷା ପାଇଁ ଲୋକଙ୍କୁ ଚନ୍ଦ୍ରଙ୍କୁ ପଠାଯିବ କି? ଆମେରିକା ଇସ୍ରାଏଲକୁ ବନ୍ଦ କରୁ ଅସ୍ତ୍ର ଯୋଗାଣ: ଅସନ୍ତୋଷ ବ୍ୟକ୍ତ କଲା ଇୟୁ…

ଓ୍ବାଶିଂଟନ,୧୩।୨ : ରାଫା ସହର ଉପରେ ଆକ୍ରମଣ ପରେ ସାରା ବିଶ୍ୱରୁ ଇସ୍ରାଏଲ ଉପରେ ଚାପ ପଡ଼ିବା ଆରମ୍ଭ କରିଛି। ୟୁଏଇର ବୈଦେଶିକ ନୀତି ମୁଖ୍ୟ ଜୋଶେପ ବୋରେଲ ଇସ୍ରାଏଲର ସହଯୋଗୀ ବିଶେଷ କରି ଆମେରିକା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଦାବି କରିଛନ୍ତି। ବୋରେଲ କହିଛନ୍ତି ଗାଜାରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଚରମ ସୀମାରେ ପହଞ୍ଚିଛି। ବାଇଡେନଙ୍କ ବିବୃତ୍ତିକୁ ଦର୍ଶାଇ ବୋରେଲ କହିଛନ୍ତି ଯଦି ଆପଣ ଭାବୁଛନ୍ତି ଯେ ଲୋକଙ୍କୁ ହତ୍ୟା କରାଯାଉଛି ତେବେ ଆପଣ ଅଳ୍ପ ପରିମାଣରେ ଅସ୍ତ୍ରଶସ୍ତ୍ର ଦେବା ଉଚିତ ଯାହା ଦ୍ୱାରା ଲୋକ ମୃତ୍ୟୁରୁ ରକ୍ଷା ପାଇପାରିବେ।

ବ୍ରୁସେଲ୍ସରେ ଗଣମାଧ୍ୟମକୁ ସୂଚନା ଦେଇ ବୋରେଲ କହିଛନ୍ତି ଯୁଦ୍ଧ ପାଇଁ ଚିନ୍ତା ପ୍ରକଟ କରିବା ଏବଂ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିବା ଯୁକ୍ତିଯୁକ୍ତ ନୁହେଁ। ବୋରେଲ କହିଛନ୍ତି ’ପ୍ରମୁଖ ଦେଶର ନେତା ତଥା ବୈଦେଶିକ ମନ୍ତ୍ରୀମାନେ କେତେଥର ଲୋକଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଯଦି ଅନ୍ତର୍ଜାତୀୟ ସମ୍ପ୍ରଦାୟ ଅନୁଭବ କରେ ନରସଂହାର ଘଟୁଛି ଏବଂ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହେଉଛି ତେବେ ବୋଧହୁଏ ଆମକୁ ଅସ୍ତ୍ରଶସ୍ତ୍ର ବିଷୟରେ ଚିନ୍ତା କରିବା ଆବଶ୍ୟକ।

ଇସ୍ରାଏଲ ଗାଜାର ରାଫାଠାରେ ଆକ୍ରମଣ ଆରମ୍ଭ କରିଛି। ଗାଜା ଉପରେ ଆକ୍ରମଣ ପରେ ବହୁ ସଂଖ୍ୟକ ଲୋକ ରାଫାରେ ପହଞ୍ଚି ସେଠାରେ ଆଶ୍ରୟ ନେଇଥିଲେ। ବର୍ତ୍ତମାନ, ରାଫାରେ ଇସ୍ରାଏଲର ଆକ୍ରମଣ ପରେ ଶରଣାର୍ଥୀଙ୍କ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ବୋରେଲ ପ୍ରଶ୍ନ କରିଛନ୍ତି ବର୍ତ୍ତମାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାବିନ ନେତ୍ୟାନାହୁ ମଧ୍ୟ ରାଫାକୁ ସ୍ଥାନାନ୍ତର କରିବେ କି? ସେମାନେ ବର୍ତ୍ତମାନ ଲୋକଙ୍କୁ କେଉଁଠାକୁ ପଠାଇବେ? ଚନ୍ଦ୍ରକୁ?

 

 


Enter your email to get our daily news in your inbox.

All Right Reserved By Dharitri.Com

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ…

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?