Posted inRasifala

ରାଶିଫଳ: ବୁଧବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ
ରାଶ୍ୟାଧିପ ଉଚ୍ଚସ୍ଥ ହେତୁ କର୍ମକ୍ଷେତ୍ରରେ ନୈରାଶ୍ୟ ଦୂରେଇଯାଇ ପ୍ରତିଷ୍ଠା ଲାଭ କରିବେ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି। ଆନୁଷ୍ଠାନିକ କାମରେ ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ।
ବୃଷ
ବୃଷ
ଠିକ୍‌ ବିଚାର ଓ ସମୟୋପଯୋଗୀ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲାଭଳି ଅନୁଭବ କରିବେ। ଅନ୍ୟମାନଙ୍କ ଉପରେ ବିରକ୍ତ ହେବା ଦ୍ୱାରା ସମସ୍ୟା କମିବା ବଦଳରେ ବୃଦ୍ଧି ପାଇବ। ପରୋକ୍ଷ ଶତ୍ରୁତା ଦୈନିକ ଜୀବନଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ।
ମିଥୁନ
ମିଥୁନ
ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ଉଦ୍ୟମକୁ ସାକାର କରିପାରିବେ ନାହିଁ। ଛୋଟ କଥାକୁ ନେଇ ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି। ସଂଯମତାର ଅଭାବ ଓ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ। ବ୍ୟବସାୟିକ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବା କଷ୍ଟକର ହୋଇପାରେ।
କର୍କଟ
କର୍କଟ
କର୍ମଭାବରେ ଚତୁଃଗ୍ରହ ଯୋଗ ସୃଷ୍ଟି ହେଉଥିବାରୁ ଅସମ୍ଭବ ସମ୍ଭବ ହେବ। ହାତକୁ ନେଇଥିବା କାମଟିକୁ ସୁରୁଖୁରୁରେ କରିପାରିବା କାରଣରୁ ଟେନସନ୍‌ କମିଯିବ। ସମସ୍ୟା ସମାଧାନ ହେବାରେ କୌଣସି ପଦସ୍ଥ ବ୍ୟକ୍ତି ସାହାଯ୍ୟ କରିପାରନ୍ତି। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ସି˚ହ
ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ରସାଣିତ ଓ ମଧୁମୟ କରିବାରେ ସାହାଯ୍ୟ କରିବ। ବନ୍ଧୁଗହଣରେ ଆଲୋଚନା କାଳରେ ସତକଥା କହି ବିବାଦ ଘେରରେ ପଡ଼ିପାରନ୍ତି। ସାହିତ୍ୟ, ସାମ୍ବାଦିକତା, ଏଜେନ୍‌ଶିପ୍‌, କଳା,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ପ୍ରିୟଜନଙ୍କ ସହ ବିବାଦ କାରଣରୁ ଭାଙ୍ଗି ପଡନ୍ତୁ ନାହିଁ।
କନ୍ୟା
ପାରିବାରିକ କ୍ଷେତ୍ରରେ ଅର୍ଥ କିମ୍ବା ଅଳଙ୍କାର ଦେବା ନେବାକୁ କେନ୍ଦ୍ରକରି ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ, କୁଟୀରଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି। ଉପର ଅଧିକାରୀମାନେ ଆପଣଙ୍କ ସହଯୋଗ ଆଶା କରିପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରି ଆନନ୍ଦ ଅନୁଭବ କରିପାରନ୍ତି। ଭଲ ସମ୍ପର୍କ ରହିଥିବା ସହକର୍ମୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ପରିବାରରେ ପିଲାଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବା କାରଣରୁ ମନେ ମନେ ବିରକ୍ତ ହୋଇପାରନ୍ତି। କଳା, ସାହିତ୍ୟ, ସଂସ୍କୃତି ପ୍ରତି ଆଗ୍ରହୀ ହୋଇପାରନ୍ତି।
ବିଛା
ବିଛା
ବୃହସ୍ପତି ଷଷ୍ଠଭାବରେ ରହିଥିବାରୁ ପୂର୍ବରୁ ଯାହା ଆଶା କରୁଥିଲେ ତାହାର ବିପରୀତ ଫଳ ମନରେ ନୈରାଶ୍ୟ ସୃଷ୍ଟି କରିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ। କଳା, ସାହିତ୍ୟ ଚର୍ଚ୍ଚା ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନରେ ଟେନସନ୍‌ ବଢ଼ିପାରେ।
ଧନୁ
ଧନୁ
 ଅପ୍ରିୟସତ୍ୟ ପ୍ରକାଶ କରି ବନ୍ଧୁ ଗହଣରେ ବିବାଦୀୟ ହୋଇପାରନ୍ତି। ବନ୍ଧୁମାନଙ୍କ ପରାମର୍ଶରେ ଯୋଜନାଟିକୁ କାର୍ଯ୍ୟକାରୀ କରିବାରେ ସମୟ ବିନିଯୋଗ କରିବେ। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ପରିବାରର ପରିସ୍ଥିତିକୁ ଆଖି ଅଗରେ ରଖି ଧାର କରଜ କରି କାମ ତୁଲାଇବେ। ସମ୍ପର୍କୀୟମାନେ କାଳେ ଦେବାକୁ ପଡ଼ିବ, ଏହି କଥା ଚିନ୍ତା କରି ପାଖ ମାଡିବେ ନାହିଁ। ପିତା କିମ୍ବା ମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ସମସ୍ୟା ମଧ୍ୟରେ ସଂଘର୍ଷ କରି ଦୀର୍ଘ ଦିନର ଆଶାକୁ ପୂରଣ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ନିକଟରୁ ଅର୍ଥ ପାଇବା ସଙ୍ଗକୁ ଅଧାପନ୍ତରିଆ କାର୍ଯ୍ୟଟିକୁ ପୂର୍ଣ୍ଣାଙ୍ଗ କରିପାରିବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିଲେ ଅଶାନ୍ତି କମିବା ବଦଳରେ ବଢ଼ିଯିବ। ଶତ୍ରୁତା କେତେକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ମନରେ ଜାଗତ ହୋଇପାରେ।
ମୀନମୀନ

ଦୀର୍ଘଦିନଧରି ଆଦୌ ଦେଉ ନ ଥିବା ବ୍ୟକ୍ତିଙ୍କ ନିକଟରୁ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି। ବନ୍ଧୁମାନଙ୍କ ମଧ୍ୟରେ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବା ହେତୁ ବିବାଦୀୟ ସ୍ଥିତି ଦୂର ହେବ। ପରିବାରରେ ପିଲାମାନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ମେ ୧୦ ତାରିଖ – Daily Horoscope

ମେଷ ଆଜି ମନ ପ୍ରଫୁଲ୍ଲ ରହିବା ସହ ସବୁ କାମ ସୁବିଧାରେ ହୋଇଯିବ। ଯାହାକୁ ଯାହା କହିବେ ସେ ନାହିଁ କରିବ ନାହିଁ ଏବଂ ଆପଣଙ୍କ...

ରାଶିଫଳ: ଗୁରୁବାର, ମେ ୯ ତାରିଖ – Daily Horoscope

ମେଷ ଆଜି ରବି ଓ ଚନ୍ଦ୍ର ଦୁଇଟିଗ୍ରହ ଉଚ୍ଚସ୍ଥ ହେତୁ ମନ ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରିବାର ସୁଯୋଗ ପାଇବେ। ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା...

ରାଶିଫଳ: ବୁଧବାର, ମେ ୮ ତାରିଖ – Daily Horoscope

ମେଷ ଆଜି ରବି ରଶ୍ମିରେ ଶୁକ୍ର ଓ ଚନ୍ଦ୍ର ଅସ୍ତଗତ କାରଣରୁ ବିରୋଧର ସମ୍ମୁଖୀନ ହେବେ। ଅବଶ୍ୟ ବୃହସ୍ପତିଙ୍କ ପ୍ରଭାବରୁ ଧନଲାଭ କରାଇବା ସହ କଳା,...

ରାଶିଫଳ: ମଙ୍ଗଳବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ବନ୍ଧୁଙ୍କ ସହ କାମ କରିବାକୁ ଆଗ୍ରହ ଦେଖାଇବେ। ଆର୍ଥିକ ଦିଗଟି ଭଲ ରହିବ ଏବଂ ଦିନଟି ସୁରୁଖୁରୁରେ ଅତିବାହିତ ହେବ।...

ରାଶିଫଳ: ସୋମବାର, ମେ ୬ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଓ ଆଶା...

ରାଶିଫଳ: ରବିବାର , ମେ ୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ଭ୍ରାତୃବର୍ଗ କିମ୍ବା ଆମତ୍ୀୟଙ୍କ ସହ ବିରୋଧଭାବ ଉଦ୍ରେକ କରିବାର ସୂଚନା ଜାଣିପାରିବେ। କୃତ୍ତିକା ନକ୍ଷତ୍ରର...

ରାଶିଫଳ: ଶନିବାର, ମେ ୪ ତାରିଖ – Daily Horoscope

ମେଷ ଆଜି ବନ୍ଧୁ ସମ୍ପର୍କହାନି, ସନ୍ତାନଙ୍କ ପାଇଁ ଦୁଶ୍ଚିନ୍ତା ଏବଂ କାମରେ ପ୍ରତିବନ୍ଧକ ଜନିତ ମନ ଅଶାନ୍ତ ରହିବ। ପୂର୍ବପ୍ରତିଷ୍ଠା, ସାମାଜିକ ସ୍ଥିତି, ଆତ୍ମୀୟଙ୍କ ସମର୍ଥନ...

ରାଶିଫଳ: ଶୁକ୍ରବାର, ମେ ୩ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରିବାରିକ ଜୀବନକୁ ସୁନ୍ଦର ସାବଲୀଳ କରିବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଉଦ୍ୟମ ନିଷ୍ଫଳ ହେବନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri