ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା ବିଭାଗର ସରକାରୀ ଅଧିକାରୀମାନଙ୍କୁ ଦେବାକୁ ପଡ଼ିବ। ବିଧାନସଭା ଘେରାଉ ପୂର୍ବରୁ ସରକାର ଯଦି ନବନିର୍ମାଣ ଯୁବଛାତ୍ର ସଙ୍ଗଠନର ୬ ଦଫା ଦାବି ନ ଶୁଣନ୍ତି, ତା’ ହେଲେ ଆଗାମୀ ଦିନରେ ସଙ୍ଗଠନର ଏହି ଦାବିଗୁଡ଼ିକୁ ଲାଗୁ କରାଇବା ପାଇଁ କକ୍‌ରୋଚ ଜନତା ପାର୍ଟି(ସିଜେପି) ଦାୟିତ୍ୱ ନେବ ବୋଲି ଏହାର ରାଷ୍ଟ୍ରୀୟ ମୁଖପାତ୍ର ସୌରଭ ଦାସ କହିଛନ୍ତି। ଓଡ଼ିଶା ପାଠ୍ୟପୁସ୍ତକ ତ୍ରୁଟି ଏକ ବଡ଼ ପ୍ରସଙ୍ଗ। ପିଲା ଭୁଲ୍‌ ବହି ପଢ଼ିଲେ ଦେଶ ତଥା ରାଜ୍ୟର ପ୍ରଗତି କେମିତି ହେବ ବୋଲି ଓଡ଼ିଶା ଗସ୍ତରେ ଆସି ସୌରଭ ଏହା କହିଛନ୍ତି।
ପାଠ୍ୟପୁସ୍ତକରେ ତ୍ରୁଟି ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହିତ ୬ ଦଫା ଦାବି ପୂରଣ ଲାଗି ନବନିର୍ମାଣ ଯୁବଛାତ୍ର ସଙ୍ଗଠନ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରହିଛି। ସଙ୍ଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ଗତ ୧୬ ଦିନ ହେବ ଅନଶନ ଜାରି ରଖିଥିବାବେଳେ ସିଜେପି ଏହାକୁ ସମର୍ଥନ ଦେଇଛି। ସିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୌରଭ ଦାସ ଏବଂ ସେକ୍ରେଟାରୀ ବାଲ୍‌କ୍ରିଷ୍ଣ ସୋମବାର ନବନିର୍ମାଣ ଯୁବଛାତ୍ର ସଙ୍ଗଠନ ଅନଶନସ୍ଥଳରେ ପହଞ୍ଚି ଏହାକୁ ସମର୍ଥନ ଦେଇଛନ୍ତି। ସିଜେପିର ଉଭୟ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରଠାରେ ଦିନ ୧୧ଟା ୩୦ ମିନିଟ୍‌ ସମୟରେ ପହଞ୍ଚିଥିଲେ। ସେଠାରେ ନବନିର୍ମାଣ ଯୁବଛାତ୍ର ସଙ୍ଗଠନର ନେତାମାନେ ଉଭୟଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ ଦୁହେଁ ‘ସ୍କୁଲ ଠିକ୍‌ କରୋ’ କାର୍ଯ୍ୟକ୍ରମ ଆଧାରରେ ଖୋର୍ଦ୍ଧାର ୩ଟି ସରକାରୀ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ଅପରାହ୍ନ ୪ଟା ସମୟରେ ସିଜେପି ସଦସ୍ୟଙ୍କୁ ଏକ ଶୋଭାଯାତ୍ରାରେ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଅଣାଯାଇଥିଲା।
ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌରଭ ଆହୁରି କହିଛନ୍ତି, ରାଜ୍ୟର ସମସ୍ତ ଅଭିଭାବକ ନିଜ ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରି ଅକ୍ଷୟ କୁମାରଙ୍କ ହାତରେ ହାତ ମିଶାଇ ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ମଙ୍ଗଳବାର ନବନିର୍ମାଣ ଯୁବଛାତ୍ର ସଙ୍ଗଠନର ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ଛିଡ଼ା ହୁଅନ୍ତୁ। ସିଜେପି ସବୁଠାରେ ରହିବ ତା’ର କିଛି ମାନେନାହିଁ। ତୃଣମୂଳସ୍ତରରେ ଯେଉଁମାନେ କାମ କରିବେ, ସେମାନଙ୍କ ମାର୍ଗଦର୍ଶନରେ ସିଜେପି ଚାଲିବ। ଦେଶବ୍ୟାପୀ ବର୍ତ୍ତମାନ ଆନ୍ଦୋଳନ ଚାଲିଛି। ଯନ୍ତରମନ୍ତର ପରେ ସବୁ ରାଜ୍ୟରେ ଉତ୍ତରଦାୟିତ୍ୱ ସ୍ଥିର କରିବାକୁ ଆନ୍ଦୋଳନ ହେଉଛି। ଏମିତି ସବୁ ଆନ୍ଦୋଳନକାରୀଙ୍କ ସହିତ ସିଜେପି ରହିବ। ସୌରଭ ଆହୁରି କହିଛନ୍ତି, ସିଜେପି ସଦସ୍ୟମାନେ ତୃଣମୂଳସ୍ତରରେ ଗାଁକୁ ଯାଉଛନ୍ତି। ଓଡ଼ିଶାରେ ଚାଲିଥିବା ନବନିର୍ମାଣ ଯୁବଛାତ୍ର ସଙ୍ଗଠନ ଅନେକ ଦିନ ହେଲାଣି ଅନଶନ ଚଳାଇ ରଖିଛି। ଏଭଳିସ୍ଥଳେ ସମସ୍ତେ ଚିନ୍ତା କରିବା ଦରକାର ସେମାନେ ଦେଶ ପାଇଁ କ’ଣ କରିପାରିବେ ବୋଲି ସୌରଭ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଦିଲ୍ଲୀ ଲଜ୍ଜା: ମନ୍ଦିର ନିକଟରେ ନାବାଳିକାଙ୍କୁ ଗଣବଳାତ୍କାର; ପୋଲିସ କର୍ମଚାରୀ ସାଜି ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ ଗଣ-ବଳାତ୍କାରର ଏକ ଜଘନ୍ୟ ଘଟଣା ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍‌, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ଦୁଇ ସ୍ୱାଧୀନ ଅଙ୍ଗ ଭାବେ ବିକଶିତ ହୋଇଛି ମଣିଷର ମସ୍ତିଷ୍କ!

ନୂଆଦିଲ୍ଲୀ,୨୨।୯(ପି.ଟି.): ମନୁଷ୍ୟ ମସ୍ତିଷ୍କକୁ ସାଧାରଣତଃ ଏକ ଏକକ ଅଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଦୁଇଟି ସ୍ବାଧୀନ ଅଙ୍ଗ ଭାବରେ…

Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…

ମମତାଙ୍କ ଟିଏମ୍‌ସିର ନୂଆ ଲୋଗୋ ଉନ୍ମୋଚିତ

କୋଲକାତା, ୨୨।୯: ନିର୍ବାଚନ ଆୟୋଗଙ୍କ ଦ୍ୱାରା ପୁରୁଣା ନାମ ଏବଂ ଘାସ-ଫୁଲ ପ୍ରତୀକ ଜବତ ହେବା ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀ ଏହାର ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?