Posted inଜାତୀୟ

ରାଜ୍ୟସଭା ଏମ୍‌ପି ଅବା ରାଜ୍ୟପାଳ ହେବିନି: ପୂର୍ବତନ ସିଜେଆଇ…

ନୂଆଦିଲ୍ଲୀ,୧୩।୧୧ : ଭାରତର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ଅବସର ପରେ ସରକାରୀ ନିଯୁକ୍ତିକୁ ସେ ବିରୋଧ କରନ୍ତି ନାହିଁ। କିନ୍ତୁ ରାଜ୍ୟସଭା ଏମ୍‌ପି କିମ୍ବା ରାଜ୍ୟପାଳ ହେବା ପ୍ରସ୍ତାବକୁ ସେ ନିଜେ ଗ୍ରହଣ କରିବେ ନାହିଁ। ସେ କହିଛନ୍ତି ଯେ ମୁଁ ଏହି ପଦବୀଗୁଡିକୁ ଛୋଟ ଭାବରେ ଦେଖୁ ନାହିଁ କିନ୍ତୁ ପ୍ରଧାନ ବିଚାରପତି ପଦରୁ ଅବସର ନେଉଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପଯୁକ୍ତ ନୁହେଁ।

ରାଜ୍ୟସଭାର ସଦସ୍ୟ କିମ୍ବା ରାଜ୍ୟପାଳ ହେବା ଅବସରପ୍ରାପ୍ତ ପ୍ରଧାନ ବିଚାରପତିଙ୍କ ପାଇଁ ଉଚିତ ନୁହେଁ।
ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ପରି ବିଚାରପତି ଅବସର ପରେ ସରକାରୀ ପଦବୀ ଗ୍ରହଣ କରିଛନ୍ତି ପ୍ରଶ୍ନର ଉତ୍ତରରେ ଉଦୟ ଉମେଶ ଲଲିତ ଏପରି କହିଛନ୍ତି। ଉଦୟ ଉମେଶ ଲଲିତ କହିଛନ୍ତି, ଏହା ମୋର ବ୍ୟକ୍ତିଗତ ଦୃଷ୍ଟିକୋଣ। ମୁଁ ଏହା କହୁ ନାହିଁ ଯେ ସେମାନେ ଭୁଲ କରିଛନ୍ତି। ଜଷ୍ଟିସ ଲଲିତ ଜାତୀୟ ମାନବ ଅଧିକାର ଆୟୋଗର ମୁଖ୍ୟ ଲୋକପାଳ ଏବଂ ଆଇନ ଆୟୋଗର ମୁଖ୍ୟ ଭାବେ ନିଯୁକ୍ତି ନେଇ କୌଣସି ଆପତ୍ତି ନ ଥିବା କହିଛନ୍ତି।

ଉଦୟ ଉମେଶ ଲଲିତ ତାଙ୍କ ମତକୁ ଆହୁରି ସ୍ପଷ୍ଟ କରି କହିଛନ୍ତି, ରାଜ୍ୟସଭା ସମ୍ପୂର୍ଣ୍ଣ ଭିନ୍ନ କଥା। ମୁଁ କହିବାକୁ ଚାହୁଁଛି ଯେ ଏନଏଚଆରସିର ଚେୟାରମ୍ୟାନଙ୍କ ପରି ପୋଷ୍ଟଗୁଡିକ ଆଇନ ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତି, ପୂର୍ବତନ ପ୍ରଧାନ ବିଚାରପତିଙ୍କ ନିଯୁକ୍ତ ହେବାର ଅଧିକାର ରହିଛି। ସଂସଦ ଦ୍ୱାରା ଏହା ପାରିତ ହୋଇଛି ଯେ, ସୁପ୍ରିମକୋର୍ଟର ବିଚାରପତି, ପୂର୍ବତନ ପ୍ରଧାନ ବିଚାରପତି ଏହି ପଦବୀରେ ରହିପାରିବେ। ଆମେ ସଂସଦ ଅନୁଯାୟୀ ପରିଚାଳିତ ହେଉଛୁ।

ପୂର୍ବତନ ପ୍ରଧାନ ବିଚାରପତି କହିଛନ୍ତି ଯେ ସେ ଶିକ୍ଷାନୁଷ୍ଠାନରେ ଆଇନ ଶିକ୍ଷା ଦେବାକୁ ଚାହୁଁଛନ୍ତି। ନ୍ୟାଶନାଲ ଜୁଡିସିଆଲ ଏକାଡେମୀରେ କିମ୍ବା କିଛି ଆଇନ ବିଦ୍ୟାଳୟରେ ଅତିଥି ପ୍ରଫେସର ଭାବରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

ତାଜମହଲକୁ ନେଇ କାହିଁକି ଏଏସ୍‌ଆଇର ମତ ଲୋଡ଼ିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୨ା୪: ସୋମବାର ସୁପ୍ରିମକୋର୍ଟ ତାଜମହଲ ଏବଂ ଏହାର ଆଖପାଖର ସଂରକ୍ଷଣ ପାଇଁ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଏବଂ ପ୍ଲାନ୍‌ ଉପରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍‌ ଇଣ୍ଡିଆ...

କୋର୍ଟରୁ କେଜ୍‌ରିଓ୍ବାଲ୍‌ଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୨୨ା୪: କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଡାଇବେଟିସ୍‌ ସମ୍ବନ୍ଧରେ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ କରିବାକୁ...

ଭାଜପା ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ନୂଆଦିଲ୍ଲୀ,୨୨।୪: ସୁରଟରେ ଭାଜପା ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ଭାଜପା ସଭାପତି ସିଆର ପାଟିଲ ଏହି ସୂଚନା ଦେଇଛନ୍ତି। ସୁରଟରେ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri