Posted inଜାତୀୟ

ଜିଏସଟିରେ ପରିବର୍ତ୍ତନ କରିବୁ…..କର୍ନାଟକରେ ଏମିତି କହିଲେ ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ,୨୪।୪: କର୍ନାଟକ ବିଧାନ ସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତେବେ କଂଗ୍ରେସ ପୁଣି ରାଜ୍ୟରେ ଶାସନକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇଦିନିଆ କର୍ନାଟକ ଗସ୍ତରେ ଯାଇଛନ୍ତି। ରାଜ୍ୟ ସରକାର ଚାଷୀଙ୍କ ଦୁଖ ବୁଝୁନାହାନ୍ତି ବୋଲି ସେ ସରକାରଙ୍କ ଉପରେ  ବର୍ଷିଛନ୍ତି। ସରକାର କେବଳ ଗୋଟିଏ କି ଦୁଇଟି ଶିଳ୍ପପତିଙ୍କ ଉପରେ ଧ୍ୟାନ ଦେଉଛନ୍ତି ଏବଂ କୃଷକଙ୍କୁ ହତାଦାର କରୁଛନ୍ତି। ସେଥିଲାଗି କୃଷକଙ୍କ ଲାଭ ପାଇଁ ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ବର୍ତ୍ତମାନ ଆଦାନୀ, ଅମ୍ବାନୀ ବ୍ୟାଙ୍କକୁ ଗଲେ ହଜାର ହଜାର କୋଟି ଟଙ୍କାର ଋଣ ଅତି ସହଜରେ ପାଇ ପାରୁଛନ୍ତି। ତାଙ୍କ ପାଇଁ ଋଣ ଛାଡ କରାଯାଉଛି କିନ୍ତୁ କୃଷକଙ୍କ ପାଇଁ ନୁହେଁ। ତେଣୁ ଏଠାରେ ସମାନତା ରହିବା ଆବଶ୍ୟକ ବୋଲି ମୁଁ କହୁଛି। ଯଦି ବଡ ବଡ ଶିଳ୍ପପତିମାନଙ୍କ ଋଣ ଛାଡ କରାଯାଉଛି ତେବେ କୃଷକଙ୍କର ମଧ୍ୟ ଋଣ ଛାଡ କରାଯାଉ ବୋଲି ସେ କହିଛନ୍ତି।

ସୋମବାର ବେନଲାଗବିର ରାମଦୁର୍ଗରେ ରାହୁଲ ଆଖୁଚାଷୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଯଦି କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସେ ତେବେ ସେ କେବଳ କୃଷକଙ୍କ ପାଇଁ କାମ କରିବ। ଏହା ସତ ଯେ କୃଷକଙ୍କୁ ଉଚିତ୍‌ ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁନାହିଁ। ଗ୍ୟାସ ସିଲିଣ୍ଡର ମୂଲ୍ୟ ଲଗାତାର ବଢିବାରେ ଲାଗିଛି। କୃଷକଙ୍କ ପକେଟ୍‌ରୁ ପଇସା ଖାଲି ହେଉଛି। ତେଣୁ କୃଷକଙ୍କୁ ଠିକ୍‌ ମୂଲ୍ୟ ଦେବା ସହ ମାର୍କେଟିଂକୁ ବଢାଇବାର ଆବଶ୍ୟକତା ରହିଛି।

ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଯେଉଁ ଜିଏସଟି ନୀତି ଆଣିଛନ୍ତିି, ଏହା କେବଳ କିଛି ଜଣଙ୍କ ପାଇଁ ହୋଇଛି। ଏହା କିଛି ପ୍ରଭାବଶାଳୀ ନେତାଙ୍କୁ ସାହାଯ୍ୟ କରିବ ବୋଲି ଅଣାଯାଇଛି। ଏହା ଏତେ ଜଟିଳ ଯେ ସାଧାରଣ ଲୋକ ଏହାକୁ ବୁଝି ପାରୁ ନାହାନ୍ତି। ଏହାଯୋଗୁ କ୍ଷୁଦ୍ର ବ୍ୟବସାୟ ବନ୍ଦ ହୋଇ ଯାଇଛି। ଯଦି ଆମେ କେନ୍ଦ୍ରରେ କ୍ଷମତାକୁ ଆସୁ ତେବେ ଏହି ଜିଏସଟି ନୀତିକୁ ପରିବର୍ତ୍ତନ କରିଦେବୁ। ସମସ୍ତଙ୍କ ପାଇଁ କେବଳ ଗୋଟିଏ ଟ୍ୟାକ୍ସ ଏବଂ ଏହା ସର୍ବନିମ୍ନ ରହିବ।

ରାହୁଲ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି, ଦେଶରେ ବ୍ୟବସାୟ କରିବାକୁ ସେ କିଛି ପ୍ରଭାବଶାଳୀ ଲୋକଙ୍କୁ ଅନୁମତି ଦେଇଛନ୍ତି। ଦେଶର ସବୁ ପଇସା ସେମାନଙ୍କ ପାଖରେ ଅଛି ତେଣୁ ସେମାନେ ତାଙ୍କୁ ସୁହାଇଲା ପରି ଦାବି କରୁଛନ୍ତି। ଯାହାକି ପୂରଣ ମଧ୍ୟ ହେଉଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳର ଦର କମ୍‌ ଅଛି କିନ୍ତୁ ଦେଶରେ ଅଧିକ ଅଛି। ଏଥିପାଇଁ ଦୁଇ ଉଦ୍ୟୋଗପତିଙ୍କ ମତ୍ତ ନିଆଯାଉଛି। କିନ୍ତୁ ୟୁପିଏ ସମସ୍ତଙ୍କୁ ସମାନ ଭାବରେ ଦେଖେ। ଆମେ ଗରିବଙ୍କ ପାଇଁ ମନେରେଗା ଆଣିଥିଲୁ ଏବଂ ସେମାନଙ୍କୁ ଋଣ ଛାଡ କରିଥିଲୁ। ଗରିବ ଏବଂ କୃଷକଙ୍କୁ ସାହାଯ୍ୟ କରିବାକୁ ଆମେ ସବୁବେଳେ ପ୍ରୟାସ ଜାରି ରଖିଛୁ ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri