ସେପ୍ଟେମ୍ବରରୁ ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ? ସଠିକ୍‌ ସୂଚନା ଦେଲେ…

ନୂଆଦିଲ୍ଲୀ,୧୬।୭: ହ୍ବାଟସଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ସେପ୍ଟେମ୍ବର ୩୦ ତାରିଖରୁ ୫୦୦ ଟଙ୍କିଆ ନୋଟ ବନ୍ଦ ହୋଇଯିବ। ଏହି ପୋଷ୍ଟରେ କୁହାଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)୩୦ସେପ୍ଟେମ୍ବର ୨୦୨୫ ପରେ ଏଟିଏମ୍‌ରୁ ୫୦୦ ଟଙ୍କିଆ ନୋଟ ଜାରି କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ପୋଷ୍ଟରେ ଏହା ମଧ୍ୟ ଦାବି କରାଯାଉଛି ଯେ ଏବେଠାରୁ କେବଳ ୨୦୦ ଏବଂ ୧୦୦ ଟଙ୍କିଆ ନୋଟ ଏଟିଏମ୍‌ରେ ଉପଲବ୍ଧ ହେବ।

କୁହାଯାଇଛି ଯେ RBI ସମସ୍ତ ବ୍ୟାଙ୍କକୁ ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା ଏଟିଏମ୍‌ରୁ ୫୦୦ ଟଙ୍କିଆ ନୋଟ ଜାରି କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ପୋଷ୍ଟ ପ୍ରକାଶ ପାଇବା ମାତ୍ରେ ହଇଚଇ ସୃଷ୍ଟି ହୋଇଥିଲା। ଭାଇରାଲ ପୋଷ୍ଟରେ କରାଯାଇଥିବା ଏହି ଦାବିକୁ ଖଣ୍ଡନ କରିବା ପାଇଁ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ପ୍ରେସ ଇନଫର୍ମେଶନ ବ୍ୟୁରୋ (PIB) ଏହି ପୋଷ୍ଟକୁ ନକଲି ବୋଲି କହିଛି ଏବଂ କହିଛି ଯେ RBI ବ୍ୟାଙ୍କଗୁଡିକୁ ଏପରି କିଛି କହିନାହିଁ। PIB କହିଛି , ଏହି ମିଥ୍ୟା ଖବର ଉପରେ ଧ୍ୟାନ ନଦେବା ଏବଂ କେବଳ ସରକାରୀ ସୂତ୍ରରୁ ସୂଚନା ନେବାକୁ କିଛି। ୫୦୦ ଟଙ୍କିଆ ନୋଟ ବୈଧ ରହିବ। ଏହାର ଅର୍ଥ ହେଉଛି ଯେ ଆପଣ ପୂର୍ବ ପରି ସେମାନଙ୍କ ସହିତ କାରବାର କରିପାରିବେ।

ରିଜର୍ଭ ବ୍ୟାଙ୍କ ସମ୍ପ୍ରତି ନିୟମ ପରିବର୍ତ୍ତନ କରି ନିର୍ଦ୍ଦେଶ ଦେଇଛି , ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ATMରେ ୭୫ ପ୍ରତିଶତ ନୋଟ ୧୦୦-୨୦୦ ଟଙ୍କାର ହେବା ଉଚିତ। ଏହା ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ୯୦ ପ୍ରତିଶତକୁ ବୃଦ୍ଧି ପାଇବ। ଏହା ପଛରେ ଉଦ୍ଦେଶ୍ୟ ହେଉଛି ଖୁଚୁରା ଟଙ୍କା ସମସ୍ୟାକୁ ହ୍ରାସ କରିବା ଏବଂ ଗ୍ରାହକମାନଙ୍କୁ ବହୁତ ଅସୁବିଧାରୁ ରକ୍ଷା କରିବା। ଏବେ ଲୋକଙ୍କୁ ଛୋଟ ନୋଟ ବିଷୟରେ ଅଧିକ ଚିନ୍ତା କରିବାକୁ ପଡ଼ିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

୩୦ ତାରିଖରେ ନୁହେଁ ଆଜି ଆସିବ ସାଲାରୀ ଟଙ୍କା, ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍‌ଲୀ,୨୫।୯: ସରକାରୀ କର୍ମଚାରୀଙ୍କ ପାଇଁ ସେପ୍ଟେମ୍ୱର ମାସ ଦୁଇଗୁଣ ଖୁସି ନେଇ ଆସିଛି। ସାଧାରଣତଃ ମାସର ଶେଷ ତାରିଖ ଅର୍ଥାତ ୩୦ କିମ୍ୱା ୩୧ ତାରିଖରେ ମିଳୁଥିବା…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?