ଲକ୍ଷ୍ୟଠାରୁ ଦୂରେଇ ଯାଉଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

କୁନ୍ଦୁରା,୧୩।୨( ଡି.ଏନ. ଏ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୩ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ବ୍ଲକରେ ନିଯୁକ୍ତ ସମସ୍ତ ଡାକ୍ତର ବର୍ତ୍ତମାନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ଖାଲି ପଡିଛି। ଫଳରେ ବେସରକାରୀ ଭାବେ କ୍ୱାକ୍‌ ଦ୍ୱାରା ଏଠାରେ ରୋଗୀ ସେବା ଚାଲିଛି। କୁନ୍ଦୁରା ବ୍ଲକ ଅଧୀନରେ ଦିଗାପୁର, ଆସନା ଏବଂ ବାଗଦେରିରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ କୁନ୍ଦୁରା ବ୍ଲକ ସଦରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ବ୍ଲକ ସଦରରୁ ୨୦ କିମି ଦୂରରେ ଦିଗାପୁର,୧୦ କିମି ଦୂରରେ ବାଗଦେରି ଏବଂ ୧୦ କିମି ଦୂରରେ ଆସନା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହିସବୁ ଅଞ୍ଚଳରେ ରହୁଥିବା ଲୋକେ ସଦର ମହକୁମା କୁନ୍ଦୁୁରା ନ ଆସି ନିଜ ଅଞ୍ଚଳରେ ଚିକିତ୍ସା ସୁବିଧା ପାରିବା ଲକ୍ଷ୍ୟରେ ପ୍ରତିଷ୍ଠା ହୋଇଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ଏବେ ନିଜ ଲକ୍ଷ୍ୟଠାରୁ ଦୂରେଇ ଯାଇଥିବା ଅଭିଯୋଗ ହେଉଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ନିଯୁକ୍ତ ଡାକ୍ତର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଫଳରେ ଲୋକେ ବାଧ୍ୟ ହୋଇ କ୍ୱାକଙ୍କ୍‌ ନିକଟରେ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏଥିପ୍ରତି ଦୃଷ୍ଟି ନ ଦେବାରୁ ଦୀର୍ଘଦିନ ଧରି ବ୍ଲକରେ ଏପରି ଚାଲିଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ରହୁ ନ ଥିବା ସୁଯୋଗ ନେଇ ଅଞ୍ଚଳରେ କ୍ୱାକ୍‌ମାନଙ୍କ ପାଦୁର୍ଭାବ ବଢିବାରେ ଲାଗିଛି। ଏଠାରେ ଥିବା ଭେଷଜ ନିରୀକ୍ଷକ ଜୟପୁର ଉପଖଣ୍ଡ ଲାଗି କାର୍ଯ୍ୟ କରୁଥିବା ବେଳେ କୁନ୍ଦୁରା ବ୍ଲକ ପ୍ରତି ତାଙ୍କର ନଜର ନାହିଁ। ତାଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ଶିକ୍ଷକଙ୍କ ଦୁଇମାସର ଦରମା ଅଟକିଥିଲା, ଦାବି ଜଣାଇବାକୁ ପହଞ୍ଚିବା ବେଳେ ଆକାଉଣ୍ଟରେ ଚଢ଼ିଲା ଟଙ୍କା! ଉଠିଲା ପ୍ରଶ୍ନ

ପଟ୍ଟାଙ୍ଗି,୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କାର୍ଯ୍ୟାଳୟ ସମୁଖରେ ରହିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକ୍ସ୍ କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?