Posted inଜାତୀୟ

ମଝି ଆକାଶରେ ସ୍ତ୍ରୀ ସ୍ବାମୀଙ୍କ କଳି: ଜରୁରୀ ଅବତରଣ କରାଗଲା ବିମାନ, ସୋସିଆଲ ମିଡିଆରେ ଭାଇରାଲ…

ନୂଆଦିଲ୍ଲୀ,୨୯।୧୧ : ଫ୍ଲାଇଙ୍ଗ ଫ୍ଲାଇଟରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଝଗଡା ଏତେ ହୋଇଗଲା ଯେ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଏହି ବିମାନ ବ୍ୟାଙ୍କକକୁ ଯାଉଥିଲା, କିନ୍ତୁ ସେମାନଙ୍କ କଳି ଯୋଗୁ ଏହାକୁ ଅବତରଣ ପାଇଁ ଦିଲ୍ଲୀକୁ ଫେରାଇ ଅଣାଯାଇଥିଲା। ଏହି ଲୁଫଥାନ୍ସ ବିମାନ ସ୍ବିଜରଲାଣ୍ଡର ମ୍ୟୁନିଚ ସହରରୁ ଉଡାଣ ଆରମ୍ଭ କରିଥିଲା। ତେବେ ସ୍ତ୍ରୀ ସ୍ବାମୀ ହଠାତ ବିମାନରେ ଝଗଡା ଆରମ୍ଭ କରିଥିଲେ।

ଖବର ଅନୁଯାୟୀ, ମ୍ୟୁନିଚରୁ ବ୍ୟାଙ୍କକକୁ ଯାଉଥିବା ଲୁଫଥାନ୍ସା ବିମାନ ଏଲଏଚ-୭୭୨ରେ ଏଭଳି ହୋଇଛି। ଏହି କାରଣରୁ ବିମାନକୁ ଡାଇଭର୍ଟ କରିବାକୁ କ୍ୟାବିନ କର୍ମଚାରୀମାନେ ନିଷ୍ପତ୍ତି ନେଇଥିଲେ। ସୁରକ୍ଷା ଅଧିକାରୀ କହିଛନ୍ତି ପ୍ରଥମେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ସେମାନେ ହାତାହାତି ହୋଇଥିଲେ। କିଛି ଗଣମାଧ୍ୟମରେ ଏହା ମଧ୍ୟ କୁହାଯାଇଛି ମହିଳାଙ୍କ ସ୍ବାମୀ ମଦ୍ୟପାନ କରିଥିଲେ।

ନ୍ୟୁଜ ଏଜେନ୍ସି ସୂତ୍ରରୁ ପ୍ରକାଶ ଝଗଡା ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବିମାନଟି ପ୍ରଥମେ ପାକିସ୍ତାନ ବିମାନ ବନ୍ଦରରେ ଅବତରଣ କରିବାକୁ ଅନୁମତି ମାଗିଥିଲା, କିନ୍ତୁ କୌଣସି କାରଣରୁ ଏହି ଅନୁମତି ଦିଆଯାଇ ନ ଥିଲା। ଏହା ପରେ ଏହା ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା। ଝଗଡା କରିଥିବା ପୁରୁଷ ଯାତ୍ରୀଙ୍କୁ ଅବତରଣ କରାଯାଇ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଲୁଫଥାନ୍ସା ଏୟାର ପକ୍ଷରୁ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ବିବୃତ୍ତି ଦେଇନାହିଁ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଅଞ୍ଚଳରେ ବଢୁଛି ଗୋ’ ଚାଲାଣ, ପାଟ୍ରୋଲିଂ ସମୟରେ ୪ ଜଣଙ୍କୁ ଧରିଲେ ଏଏସ୍‌ଆଇ

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ  ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା…

ନେପାଳରେ ଭୂକମ୍ପ, ମୋଦି କହିଲେ ସବୁ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ

କାଠମାଣ୍ଡୁ,୨୫ା୬: ଗୁରୁବାର ସକାଳେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ନେପାଳରେ ୨୫ କିଲୋମିଟର ଗଭୀରତାରେ ଆଜି ସକାଳ…

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

ବଡ଼ ଭୂକମ୍ପରେ ଶ୍ମଶାନ ପାଲଟିଲା ଭେନେଜୁଏଲା! ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ମାତ୍ର ଗୋଟିଏ ମିନିଟ୍‌ ଭିତରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri