୭ ବର୍ଷ ପରେ ନିଖୋଜ ସ୍ବାମୀଙ୍କୁ ରିଲ୍ସରେ ଅନ୍ୟ ଜଣେ ମହିଳାଙ୍କ ସହ ଦେଖିଲେ ସ୍ତ୍ରୀ: ଆଉ ତା’ପରେ…

ଲକ୍ଷ୍ନୌ,୩୦।୮: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସୋସିଆଲ ମିଡିଆରେ ରିଲ୍ସ ଦେଖି ୭ ବର୍ଷ ଧରି ନିଖୋଜ ତାଙ୍କ ସ୍ବାମୀଙ୍କ ବିଷୟରେ ଜାଣିବାକୁ ପାଇଛନ୍ତି। ତାଙ୍କ ସ୍ବାମୀ ଅନ୍ୟ ମହିଳାଙ୍କ ସହିତ ରିଲ କରୁଥିବାବେଳେ ଏଠାରେ ମହିଳା ଜଣକ ଗତ ୭ ବର୍ଷ ଧରି ତାଙ୍କ ସ୍ବାମୀଙ୍କୁ ମନେ ପକାଇ ଲୁହ ଗଡ଼ାଉଛନ୍ତି।
ସ୍ବାମୀ ନିଖୋଜ ହେବା ପରେ ତଙ୍କ ପରିବାର ଲୋକ ସ୍ତ୍ରୀଙ୍କ ନାଁରେ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ। ସେବେଠାରୁ ସ୍ତ୍ରୀ ତାଙ୍କ ପୁଅ ସହିତ ଦାରିଦ୍ର୍ୟରେ ଜୀବନ କାଟୁଛନ୍ତି। ଏବେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ରିଲ ତିଆରି କରୁଥିବା ଦେଖିବା ପରେ, ସ୍ତ୍ରୀ ଏହି ପ୍ରତାରଣାର ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମହିଳା କହିଛନ୍ତି, ଏବେ ସେ ତାଙ୍କ ସ୍ବାମୀ ଏବଂ ଶ୍ୱଶୁର ଘର ଲୋକଙ୍କୁ ଶିକ୍ଷା ଦେବେ।

ସୂଚନା ଅନୁସାରେ, ହରଦୋଇର ସାଣ୍ଡିଲା କୋତୱାଲି ଅଞ୍ଚଳର ମୁରାର ନଗର ଗାଁର ପୀଡିତା ସ୍ତ୍ରୀ ଶୀଲୁ କହିଛନ୍ତି, ତାଙ୍କର ବିବାହ ୨୦୧୭ ମସିହାରେ ଆଟାମୌ ଗ୍ରାମର ଜିତେନ୍ଦ୍ର ଓରଫ ବବଲୁଙ୍କ ସହ ହୋଇଥିଲା। ୨୦୧୮ ମସିହାରେ ସ୍ବାମୀ ଜିତେନ୍ଦ୍ର ହଠାତ୍‌ ପୁଅ ଆଉ ମୋତେ ଛାଡି ନିଖୋଜ ହୋଇଯାଇଥିଲେ। ନିଖୋଜ ରିପୋର୍ଟ ବବଲୁଙ୍କ ବାପା ହାବିଲଦାର ଥାନାରେ ଦାୟର କରିଥିଲେ। ସେ ସ୍ତ୍ରୀଙ୍କ ସମ୍ପର୍କୀୟମାନଙ୍କୁ ତାଙ୍କୁ ହତ୍ୟା କରି ମୃତଦେହ ଗାଏବ କରିଥିବା ଅଭିଯୋଗ ମଧ୍ୟ କରିଥିଲେ। ପୀଡିତା ଏବେ ବାପ ଘରେ ତାଙ୍କ ପୁଅ ସହିତ ରହୁଛନ୍ତି।

ଶୀଲୁ କହିଛନ୍ତି, ସେ ତାଙ୍କ ସ୍ବାମୀଙ୍କ ଫେରିବା ପାଇଁ ସମସ୍ତ ଆଶା ଛାଡି ଦେଇଥିଲେ। କିନ୍ତୁ ଗୋଟିଏ ଦିନ ମୋବାଇଲରେ ରିଲ ଦେଖୁଥିବା ସମୟରେ ତାଙ୍କ ପାଦ ତଳୁ ମାଟି ଖସିଗଲା। ବବଲୁଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହିତ ଦେଖିଥିଲେ। ସେ ଆମ ସମସ୍ତଙ୍କୁ ବୋକା ବନାଇ ଲୁଧିଆନାରେ ଅନ୍ୟ ଜଣେ ମହିଳାଙ୍କ ସହିତ ଭଲ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

କ୍ରିକେଟ ଇତିହାସରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ: ଯୁବରାଜ ସିଂହଙ୍କୁ ପଛରେ ପକାଇଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୧।୬: ରବିବାର ତ୍ରି-ସିରିଜ ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ୨୯ ବଲ ରୁ ୯୪ ରନ କରିଥିଲେ। ଯଦିଓ ଏହି ମ୍ୟାଚ ରେ ୧୫ ବର୍ଷୀୟ ଖେଳାଳି ଶତକରୁ…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri