Posted inଜାତୀୟ

ମଝି ରାସ୍ତାରେ ସ୍ବାମୀଙ୍କ ଶର୍ଟ ଚିରି ପିଟିଲେ ସ୍ତ୍ରୀ: କାରଣ ଜାଣିଲେ…

ମୁରାଦାବାଦ,୨୭।୮: ଉତ୍ତର ପ୍ରଦେଶର ମୁରାଦାବାଦ ଜିଲାର ପକବାରା ଥାନା ଅଞ୍ଚଳର ଡିଙ୍ଗାରପୁର ରାସ୍ତାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ସର୍ବସମ୍ମୁଖରେ ପିଟିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି। ମହିଳା ଜଣକ କହିଛନ୍ତି, ତାଙ୍କ ସ୍ବାମୀ ତାଙ୍କୁ ଏବଂ ପିଲାମାନଙ୍କୁ ଛାଡି ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗ ଆସିନାହିଁ।

ସୂଚନା ଅନୁଯାୟୀ, ଜାହାଙ୍ଗୀର ହସ୍ପିଟାଲ ନିକଟ ଡିଙ୍ଗାରପୁର ରାସ୍ତାରେ ଏହି ଘଟଣା ଘଟିଛି। ଏଠାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ସର୍ବସମ୍ମୁଖରେ ରାସ୍ତାରେ ପିଟିଛନ୍ତି। ଏହି ସମୟରେ ରାସ୍ତାରେ ଭିଡ଼ ଜମା ହୋଇଥିଲା, ଯାହା ଯୋଗୁ ଜାମ ହୋଇଥିଲା। କେହି ଜଣେ ଏହି ଘଟଣାର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ମାମଲାରେ ପୋଲିସ କୌଣସି ଅଭିଯୋଗ ପାଇନାହିଁ।

ଭାଇରାଲ ଭିଡିଓ ଅନୁସାରେ, ଏହି ଘଟଣା ରାତିରେ ଘଟିଥିଲା। ଭିଡିଓରେ ଦେଖାଯାଉଛି ଯେ, ଜଣେ ମହିଳା ରାସ୍ତାରେ ଜଣେ ପୁରୁଷଙ୍କୁ ଧରି ତାଙ୍କ ଉପରେ ଚାପୁଡ଼ା ବର୍ଷିଥିଲେ। ଏହା ଦେଖି ଆଖପାଖର ଲୋକମାନେ ଏବଂ ପଥଚାରୀମାନେ ସେଠାରେ ଅଟକିଗଲେ ଏବଂ ଭିଡ଼ ଜମା ହୋଇଗଲା। ଅନେକ ଲୋକ ନିଜ ଫୋନରେ ଏହି ଘଟଣାର ଭିଡିଓ ତିଆରି କରିବାକୁ ଲାଗିଲେ।

ଭିଡିଓରେ, ମହିଳା କାନ୍ଦୁଛନ୍ତି ଏବଂ କହୁଛନ୍ତି ଯେ, ଏହି ବ୍ୟକ୍ତି ତାଙ୍କୁ ଏବଂ ତାଙ୍କ ପିଲାମାନଙ୍କୁ ଛାଡି ଦୌଡୁଛନ୍ତି। ତାଙ୍କୁ ଅଟକାଇବା ପାଇଁ କାହାରି ସାହସ ନ ଥିଲା। ହଙ୍ଗାମା ଯୋଗୁ, ଡିଙ୍ଗାରପୁର-ପାକବାରା ରାସ୍ତାରେ ବହୁତ ସମୟ ପର୍ଯ୍ୟନ୍ତ ଜାମ ଲାଗି ରହିଥିଲା। ପୁରୁଷ ଜଣକ କୌଣସି ପ୍ରକାରେ ତାଙ୍କ ସ୍ତ୍ରୀଙ୍କଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ। ମହିଳା ଜଣକ ତାଙ୍କୁ କିଛି ଦୂର ପର୍ଯ୍ୟନ୍ତ ପିଛା କରିଥିଲେ, କିନ୍ତୁ ସେ ତାଙ୍କୁ ଧରିପାରି ନ ଥିଲେ।

ପୁରୁଷ ଦୌଡ଼ି ପଳାଇବା ପରେ, ଭିଡ଼ ଛତ୍ରଭଙ୍ଗ ହୋଇଗଲା ଏବଂ ରାସ୍ତାରେ ଟ୍ରାଫିକ ସ୍ବାଭାବିକ ହୋଇଗଲା। ଭିଡିଓରେ ପୁରୁଷଙ୍କୁ ମାଡ଼ ମାରିବା ଏବଂ ମହିଳାଙ୍କ ଦୁଃଖ ସ୍ପଷ୍ଟ ଭାବରେ ଦେଖାଯାଉଛି। ଏହି ଘଟଣାରେ, ପକବାଡା ଥାନା ପ୍ରଭାରୀ ବିନୋଦ କୁମାର କହିଛନ୍ତି,ଏହି ଘଟଣା ବିଷୟରେ କୌଣସି ସୂଚନା ମିଳିନାହିଁ। ଯଦି ମହିଳାଙ୍କଠାରୁ କୌଣସି ଅଭିଯୋଗ କିମ୍ବା ଲିଖିତ ଆବେଦନ ମିଳେ, ତେବେ ପୋଲିସ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଅନ୍ୟପକ୍ଷରେ, ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ସ୍ୱପ୍ନର ବାଂଲାଦେଶ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri